କନକ ନ୍ୟୁଜର ମହାପ୍ରଭାବ । ଲେମନ ଗ୍ରାସ ଦୁର୍ନୀତିର ହେବ ତଦନ୍ତ ।
କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଚାଲିଛି ମହାଦୁର୍ନୀତି । ବିଭାଗୀୟ ଅଧିକାରୀଙ୍କ ପକେଟ ଗରମ କରୁଛି ମନରେଗା ଯୋଜନାର ଅର୍ଥ । କନକ ନ୍ୟୁଜରେ ଏନେଇ ଖବର ପ୍ରସାରଣ ପରେ ଚେତିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଲେମନ ଗ୍ରାସ ତେଲ ଉତ୍ପାଦନ କେନ୍ଦ୍ରରୁ କେତେ ଲିଟର ତେଲ ଉତ୍ପାଦନ ହୋଇଛି ? ଏବଂ ଏହା ଲୋକଙ୍କ ଆର୍ଥିକ ସ୍ଥିତି ଉପରେ କି ପ୍ରଭାବ ପକାଇଛି ତାର ତଦନ୍ତ ହେବ । ସେପଟେ ବିଜେପି ମଧ୍ୟ ଘଟଣାକୁ ଗୁରୁତର ସହ ନେଇଥିବା କହିଛନ୍ତି ବିଜେପି ଜିଲ୍ଲା ସମ୍ପାଦକ । ଉପାନ୍ତରେ ବାଟ ହୁଡୁଛି ମନରେଗାଖୋଲୁଛି ଲେମନଗ୍ରାସ୍ ଦୁର୍ନୀତିର ଗୁମର ଲେମନ ଗ୍ରାସ ପ୍ରକଳ୍ପରେ କିଭଳି ଠକେଇ ହୋଇଛି ତାର ବାସ୍ତବ ଚିତ୍ର ଏବେ ସାମ୍ନାକୁ ଆସିଛି । କାଗଜ କଲମରେ ଶ୍ରମ ଦିବସ ସୃଷ୍ଟି କରି ଶ୍ରମିକଙ୍କ ଜାଲ ମଷ୍ଟର ରୋଲ ପ୍ରସ୍ତୁତ କରାଯାଇଛି । ଏନେଇ ଜିଲ୍ଲାରେ ଏକ ରାକେଟ କାମ କରୁଛି । ନିଜ ସମ୍ପର୍କୀୟଙ୍କ ନାଁରେ ଭେଣ୍ଡର ଖୋଲି ନକଲି ବିଲ୍ ପ୍ରସ୍ତୁତ କରାଯାଇ ଅର୍ଥ ଆତ୍ମସାତ କରାଯାଉଛି । ଯାହାର ଗୁମର ଖୋଲିଛନ୍ତି ପୂର୍ବତନ ଅମ୍ବୁଡ୍ସମ୍ୟାନ ଦୁର୍ଗାପ୍ରସାଦ ତ୍ରିପାଠୀ ।

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଚାଲିଛି ମହାଦୁର୍ନୀତି । ବିଭାଗୀୟ ଅଧିକାରୀଙ୍କ ପକେଟ ଗରମ କରୁଛି ମନରେଗା ଯୋଜନାର ଅର୍ଥ । କନକ ନ୍ୟୁଜରେ ଏନେଇ ଖବର ପ୍ରସାରଣ ପରେ ଚେତିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଲେମନ ଗ୍ରାସ ତେଲ ଉତ୍ପାଦନ କେନ୍ଦ୍ରରୁ କେତେ ଲିଟର ତେଲ ଉତ୍ପାଦନ ହୋଇଛି ? ଏବଂ ଏହା ଲୋକଙ୍କ ଆର୍ଥିକ ସ୍ଥିତି ଉପରେ କି ପ୍ରଭାବ ପକାଇଛି ତାର ତଦନ୍ତ ହେବ । ସେପଟେ ବିଜେପି ମଧ୍ୟ ଘଟଣାକୁ ଗୁରୁତର ସହ ନେଇଥିବା କହିଛନ୍ତି ବିଜେପି ଜିଲ୍ଲା ସମ୍ପାଦକ ।
ଉପାନ୍ତରେ ବାଟ ହୁଡୁଛି ମନରେଗା
ଖୋଲୁଛି ଲେମନଗ୍ରାସ୍ ଦୁର୍ନୀତିର ଗୁମର
ଲେମନ ଗ୍ରାସ ପ୍ରକଳ୍ପରେ କିଭଳି ଠକେଇ ହୋଇଛି ତାର ବାସ୍ତବ ଚିତ୍ର ଏବେ ସାମ୍ନାକୁ ଆସିଛି । କାଗଜ କଲମରେ ଶ୍ରମ ଦିବସ ସୃଷ୍ଟି କରି ଶ୍ରମିକଙ୍କ ଜାଲ ମଷ୍ଟର ରୋଲ ପ୍ରସ୍ତୁତ କରାଯାଇଛି । ଏନେଇ ଜିଲ୍ଲାରେ ଏକ ରାକେଟ କାମ କରୁଛି । ନିଜ ସମ୍ପର୍କୀୟଙ୍କ ନାଁରେ ଭେଣ୍ଡର ଖୋଲି ନକଲି ବିଲ୍ ପ୍ରସ୍ତୁତ କରାଯାଇ ଅର୍ଥ ଆତ୍ମସାତ କରାଯାଉଛି । ଯାହାର ଗୁମର ଖୋଲିଛନ୍ତି ପୂର୍ବତନ ଅମ୍ବୁଡ୍ସମ୍ୟାନ ଦୁର୍ଗାପ୍ରସାଦ ତ୍ରିପାଠୀ ।