କନଷ୍ଟେବଲ ପେପର ଲିକ୍ ମାମଲା, ଅଭିଯୁକ୍ତଙ୍କ ଉପରେ ହେବ ବୁଲଡୋଜର ଆକ୍ସନ
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୋଲିସରେ ନିଯୁକ୍ତି ମାମଲାରେ ହୋଇଥିବା ଅନିୟମିତତାରେ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି। କନଷ୍ଟେବଲ ନିଯୁକ୍ତି ପରୀକ୍ଷାର ପେପର ଲିକ୍ ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଡ଼ା ସନ୍ଦେଶ ପରେ ତଦନ୍ତ ଜୋରଦାର ହୋଇଛି। ଜଣେ ଅଭିଯୁକ୍ତଙ୍କ ଗିରଫଦାରୀ ପରେ ଏସଟିଏଫ ଗ୍ୟାଙ୍ଗର ସନ୍ଧାନରେ ପୋଲିସ ଜୁଟି ଯାଇଛି। ଶୂନ୍ୟ ସହନଶୀଳ ନୀତି ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି ଯୋଗୀ ସରକାର। Also read- ସମୁଦ୍ରରେ ବୁଡ଼ିଯାଇଥିବା ଦ୍ୱାରକା ନଗରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ପାଣି ଭିତରେ କଲେ ପ୍ରାର୍ଥନା ପରୀକ୍ଷା ବାତିଲ୍ କରାଯିବା ଏବଂ ପୁନଃ ପରୀକ୍ଷା କରାଇବା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିରେ ବୋର୍ଡ ସାମ୍ନାରେ ବଡ଼ ଆହ୍ଵାନ ସୃଷ୍ଟି ହୋଇଛି। ଗୋଟିଏ ପଟେ ପରୀକ୍ଷାରେ ତ୍ରୁଟିର ସନ୍ଧାନ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ଅନ୍ୟପଟେ ନୂତନ ଭାବେ ପରୀକ୍ଷା ଅୟୋଜନ ପାଇଁ ବ୍ୟବସ୍ଥା କରାଇବା। ଏସଟିଏଫ ବ୍ୟତୀତ ଜିଲ୍ଲା ପୋଲିସ ମଧ୍ୟ ପେପର ଲିକ୍ ମାମଲାରେ ସାମିଲ୍ ଗ୍ୟାଙ୍ଗର ସନ୍ଧାନରେ ଜୁଟି ଯାଇଛି। ଶନିବାର ରାତିରେ ନୀରଜ ଯାଦବ ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି, ଯିଏ ଲକ୍ଷ୍ନୌରେ କୃଷ୍ଣାନଗର ସ୍ଥିତ ମୋଡେର୍ଣ୍ଣ ଏକାଡେମୀ ସ୍କୁଲରୁ ଗିରଫ ପରୀକ୍ଷାର୍ଥୀ ସତ୍ୟ ଅମନ କୁମାରଙ୍କୁ ହ୍ଵାଟ
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୋଲିସରେ ନିଯୁକ୍ତି ମାମଲାରେ ହୋଇଥିବା ଅନିୟମିତତାରେ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି। କନଷ୍ଟେବଲ ନିଯୁକ୍ତି ପରୀକ୍ଷାର ପେପର ଲିକ୍ ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଡ଼ା ସନ୍ଦେଶ ପରେ ତଦନ୍ତ ଜୋରଦାର ହୋଇଛି। ଜଣେ ଅଭିଯୁକ୍ତଙ୍କ ଗିରଫଦାରୀ ପରେ ଏସଟିଏଫ ଗ୍ୟାଙ୍ଗର ସନ୍ଧାନରେ ପୋଲିସ ଜୁଟି ଯାଇଛି। ଶୂନ୍ୟ ସହନଶୀଳ ନୀତି ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି ଯୋଗୀ ସରକାର।
Also read- ସମୁଦ୍ରରେ ବୁଡ଼ିଯାଇଥିବା ଦ୍ୱାରକା ନଗରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ପାଣି ଭିତରେ କଲେ ପ୍ରାର୍ଥନା
ପରୀକ୍ଷା ବାତିଲ୍ କରାଯିବା ଏବଂ ପୁନଃ ପରୀକ୍ଷା କରାଇବା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିରେ ବୋର୍ଡ ସାମ୍ନାରେ ବଡ଼ ଆହ୍ଵାନ ସୃଷ୍ଟି ହୋଇଛି। ଗୋଟିଏ ପଟେ ପରୀକ୍ଷାରେ ତ୍ରୁଟିର ସନ୍ଧାନ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ଅନ୍ୟପଟେ ନୂତନ ଭାବେ ପରୀକ୍ଷା ଅୟୋଜନ ପାଇଁ ବ୍ୟବସ୍ଥା କରାଇବା। ଏସଟିଏଫ ବ୍ୟତୀତ ଜିଲ୍ଲା ପୋଲିସ ମଧ୍ୟ ପେପର ଲିକ୍ ମାମଲାରେ ସାମିଲ୍ ଗ୍ୟାଙ୍ଗର ସନ୍ଧାନରେ ଜୁଟି ଯାଇଛି।
ଶନିବାର ରାତିରେ ନୀରଜ ଯାଦବ ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି, ଯିଏ ଲକ୍ଷ୍ନୌରେ କୃଷ୍ଣାନଗର ସ୍ଥିତ ମୋଡେର୍ଣ୍ଣ ଏକାଡେମୀ ସ୍କୁଲରୁ ଗିରଫ ପରୀକ୍ଷାର୍ଥୀ ସତ୍ୟ ଅମନ କୁମାରଙ୍କୁ ହ୍ଵାଟ୍ସଆପରେ ଉତ୍ତର ପଠାଉଥିଲେ। ଜେରା ସମୟରେ ନୀରଜ କହିଛି ତାଙ୍କୁ ଯେଉଁ ହଲ୍ର କାଗଜ ମିଳିଥିଲା ତାହା ମଥୁରାର ଜଣେ ବ୍ୟକ୍ତି ଯୋଗାଇ ଥିଲେ। ଏହାପରେ ସତ୍ୟ ଅମନଙ୍କ ସହ ଡିଲ୍ କରି ଫେବୃଆରୀ ୧୮ରେ ଦ୍ଵିତୀୟ ସିଫ୍ଟ ପରୀକ୍ଷାରେ ଉତ୍ତର ପଠାଇଥିଲା। ନୀରଜଙ୍କ ବୟାନ ଆଧାରରେ ଏସଟିଏଫ ମଥୁରାରେ ନିଜର ତଲାସି ଜୋରଦାର କରିଛି।
The post କନଷ୍ଟେବଲ ପେପର ଲିକ୍ ମାମଲା, ଅଭିଯୁକ୍ତଙ୍କ ଉପରେ ହେବ ବୁଲଡୋଜର ଆକ୍ସନ appeared first on Prameya News7.