ଫ୍ୟାନ୍ସଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ ରାଧିକା, ବିବାହର ୧୨ ବର୍ଷ ପରେ ମାଆ ହେବେ ଅଭିନେତ୍ରୀ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରାଧିକା ଆପ୍ଟେ। ବର୍ତ୍ତମାନ ତାଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସୁଛି । ଖୁବ୍‌ ଶୀଘ୍ର ଅଭିନେତ୍ରୀ ମା ହେବାକୁ ଯାଉଛନ୍ତି । ନିକଟରେ ସୋସିଆଲ ମିଡିଆରେ ରାଧିକାଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ସେ ତାଙ୍କ ବେବି ବମ୍ପ ସହ ନଜର ଆସିଛନ୍ତି।  ଏହାକୁ ଦେଖି ପ୍ରଶଂସକମାନେ ଅଭିନନ୍ଦନ ଜଣାଉଛନ୍ତି ।ନିକଟରେ ରାଧିକା ତାଙ୍କ ଫିଲ୍ମ 'ସିସ୍‌ଷ୍ଟର ମିଡନାଇଟ୍'ର ବ୍ରିଟେନ ପ୍ରିମିୟରରେ ନଜର ଆସିଥିଲେ । ଏହି ସମୟରେ ରାଧିକା ଏକ କଳା ରଙ୍ଗର ପୋଷାକ ପିନ୍ଧିଥିଲେ । ହାଲୁକା ମେକଅପ୍ ସହିତ ତାଙ୍କ ଲୁକ୍‌ କମ୍ପଲିଟ୍‌ କରିଥିଲେ । ଏହି ସମୟରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା ରାଧିକାଙ୍କ ବେବି ବମ୍ପ । ରାଧିକାଙ୍କ ଲୁକ ଦେଖି ପ୍ରଶଂସକମାନେ ତାଙ୍କୁ ବହୁତ ପ୍ରଶଂସା କରିଥିଲେ। ପ୍ରଶଂସକ ଠାରୁ ସେଲିବ୍ରେଟି ଯାଏଁ ସଭିଏଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ରାଧିକା ଏହି ପୋଷ୍ଟକୁ ସେୟାର କରିଛନ୍ତିରାଧିକା ନିଜେ ଇନଷ୍ଟାଗ୍ରାମରେ ଏହି ଇଭେଣ୍ଟର ଫଟୋ ସେୟାର କରିଛନ୍ତି। ଅଭିନେତ୍ରୀ ସେୟାର କରିଥିବା ପୋଷ୍ଟର କ୍ୟାପସନରେ ଏହା ଲେଖାଯାଇଛି ଯେ 'ସିଷ୍ଟର ମିଡନାଇଟ୍ ପ୍ରିମିୟର୍' । ରାଧିକାର ଏହି ପୋଷ୍ଟରେ ୟୁଜର୍ସ ଖୁବ୍‌ କମେଣ୍ଟ କରୁଛନ୍ତି। ଜଣେ ୟୁଜର୍ସ ଏହି ପୋଷ୍ଟରେ ଲେଖିଛନ୍ତି ଯେ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ । ଅନ୍ୟ ଜଣେ ଲେଖିଛନ୍ତି ଯେ ଅନେକ ଶୁଭେଚ୍ଛା ।ତୃତୀୟ ଜଣକ କହିଛନ୍ତି, ଅନେକ ଅଭିନନ

ଫ୍ୟାନ୍ସଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ ରାଧିକା, ବିବାହର ୧୨ ବର୍ଷ ପରେ ମାଆ ହେବେ ଅଭିନେତ୍ରୀ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରାଧିକା ଆପ୍ଟେ। ବର୍ତ୍ତମାନ ତାଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସୁଛି । ଖୁବ୍‌ ଶୀଘ୍ର ଅଭିନେତ୍ରୀ ମା ହେବାକୁ ଯାଉଛନ୍ତି । ନିକଟରେ ସୋସିଆଲ ମିଡିଆରେ ରାଧିକାଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ସେ ତାଙ୍କ ବେବି ବମ୍ପ ସହ ନଜର ଆସିଛନ୍ତି।  ଏହାକୁ ଦେଖି ପ୍ରଶଂସକମାନେ ଅଭିନନ୍ଦନ ଜଣାଉଛନ୍ତି ।

ନିକଟରେ ରାଧିକା ତାଙ୍କ ଫିଲ୍ମ 'ସିସ୍‌ଷ୍ଟର ମିଡନାଇଟ୍'ର ବ୍ରିଟେନ ପ୍ରିମିୟରରେ ନଜର ଆସିଥିଲେ । ଏହି ସମୟରେ ରାଧିକା ଏକ କଳା ରଙ୍ଗର ପୋଷାକ ପିନ୍ଧିଥିଲେ । ହାଲୁକା ମେକଅପ୍ ସହିତ ତାଙ୍କ ଲୁକ୍‌ କମ୍ପଲିଟ୍‌ କରିଥିଲେ । ଏହି ସମୟରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା ରାଧିକାଙ୍କ ବେବି ବମ୍ପ । ରାଧିକାଙ୍କ ଲୁକ ଦେଖି ପ୍ରଶଂସକମାନେ ତାଙ୍କୁ ବହୁତ ପ୍ରଶଂସା କରିଥିଲେ। ପ୍ରଶଂସକ ଠାରୁ ସେଲିବ୍ରେଟି ଯାଏଁ ସଭିଏଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। 

ରାଧିକା ଏହି ପୋଷ୍ଟକୁ ସେୟାର କରିଛନ୍ତି

ରାଧିକା ନିଜେ ଇନଷ୍ଟାଗ୍ରାମରେ ଏହି ଇଭେଣ୍ଟର ଫଟୋ ସେୟାର କରିଛନ୍ତି। ଅଭିନେତ୍ରୀ ସେୟାର କରିଥିବା ପୋଷ୍ଟର କ୍ୟାପସନରେ ଏହା ଲେଖାଯାଇଛି ଯେ 'ସିଷ୍ଟର ମିଡନାଇଟ୍ ପ୍ରିମିୟର୍' । ରାଧିକାର ଏହି ପୋଷ୍ଟରେ ୟୁଜର୍ସ ଖୁବ୍‌ କମେଣ୍ଟ କରୁଛନ୍ତି। ଜଣେ ୟୁଜର୍ସ ଏହି ପୋଷ୍ଟରେ ଲେଖିଛନ୍ତି ଯେ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ । ଅନ୍ୟ ଜଣେ ଲେଖିଛନ୍ତି ଯେ ଅନେକ ଶୁଭେଚ୍ଛା ।ତୃତୀୟ ଜଣକ କହିଛନ୍ତି, ଅନେକ ଅଭିନନ୍ଦନ, ଆପଣ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ଏପରିକି ବିବାହର ସୂଚନା ମଧ୍ୟ ଦେଇନାହାଁନ୍ତି 

ସୂଚନାଯୋଗ୍ୟ ଯେ ରାଧିକା ବ୍ରିଟିଶ ମ୍ୟୁଜିକ କମ୍ପୋଜର ବେନେଡିକ୍ଟ ଟେଲରଙ୍କୁ ବିବାହ କରିଛନ୍ତି। ବିବାହର ୧୨ ବର୍ଷ ପରେ ଅଭିନେତ୍ରୀ ମା ହେବାକୁ ଯାଉଛନ୍ତି । ରାଧିକା ତାଙ୍କ ବିବାହ ବିଷୟରେ କାହାକୁ ଜଣାଇ ନଥିଲେ । ସେ ସିକ୍ରେଟଲି ବିବାହ କରିଥିଲେ। ବଲିଉଡରେ ବହୁତ କମ୍ ଲୋକ ଜାଣିଥିଲେ ଯେ ଅଭିନେତ୍ରୀ ବିବାହିତ । କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ନିଜେ ତାଙ୍କ ଫଟୋକୁ ସେୟାର କରିଛନ୍ତି ।