କନଷ୍ଟେବଳ ନିଯୁକ୍ତି ଆବେଦନ ତାରିଖ ବୃଦ୍ଧିକଲେ ହାଇକୋର୍ଟ, ଜାଣନ୍ତୁ କେତେ ପର୍ଯ୍ୟନ୍ତ ବଢ଼ିଲା…
କଟକ,୩୦ା୧୦: ଓଡ଼ିଶାର ବିଭିନ୍ନ ବାଟାଲିଅନରେ କନଷ୍ଟେବଳ/ସିପାହୀ ନିଯୁକ୍ତି ଆବେଦନ ତାରିଖ ବୃଦ୍ଧି ପାଇଛି। ଆବେଦନ ପାଇଁ ବୁଧବାର ଥିବା ଶେଷ ତାରିଖକୁ ମାନ୍ୟବର ହାଇକୋର୍ଟ ବୃଦ୍ଧି କରିଛନ୍ତି। ନଭେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ୬ ବର୍ଷ ନିଯୁକ୍ତି ବନ୍ଦ ଥିବାରୁ ମାମଲା ହାଇକୋର୍ଟ ଯାଇଛି। ସର୍ବାଧିକ ବୟସ ସୀମା କୋହଳ ପାଇଁ ଆଶାୟୀମାନେ ଆବେଦନ କରିଥିବାବେଳେ ଏ ସମ୍ପର୍କିତ ଶୁଣାଣି ନଭେମ୍ବର ୧୧ରେ କରିବାକୁ ଧାର୍ଯ୍ୟ କରାଯାଇଛି। ନିକଟରେ […] The post କନଷ୍ଟେବଳ ନିଯୁକ୍ତି ଆବେଦନ ତାରିଖ ବୃଦ୍ଧିକଲେ ହାଇକୋର୍ଟ, ଜାଣନ୍ତୁ କେତେ ପର୍ଯ୍ୟନ୍ତ ବଢ଼ିଲା… appeared first on Dharitri Odia News.
କଟକ,୩୦ା୧୦: ଓଡ଼ିଶାର ବିଭିନ୍ନ ବାଟାଲିଅନରେ କନଷ୍ଟେବଳ/ସିପାହୀ ନିଯୁକ୍ତି ଆବେଦନ ତାରିଖ ବୃଦ୍ଧି ପାଇଛି। ଆବେଦନ ପାଇଁ ବୁଧବାର ଥିବା ଶେଷ ତାରିଖକୁ ମାନ୍ୟବର ହାଇକୋର୍ଟ ବୃଦ୍ଧି କରିଛନ୍ତି।
ନଭେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ୬ ବର୍ଷ ନିଯୁକ୍ତି ବନ୍ଦ ଥିବାରୁ ମାମଲା ହାଇକୋର୍ଟ ଯାଇଛି। ସର୍ବାଧିକ ବୟସ ସୀମା କୋହଳ ପାଇଁ ଆଶାୟୀମାନେ ଆବେଦନ କରିଥିବାବେଳେ ଏ ସମ୍ପର୍କିତ ଶୁଣାଣି ନଭେମ୍ବର ୧୧ରେ କରିବାକୁ ଧାର୍ଯ୍ୟ କରାଯାଇଛି।
ନିକଟରେ ଓଡ଼ିଶା ପୋଲିସ ଷ୍ଟେଟ୍ ସିଲେକ୍ସନ ବୋର୍ଡ(ଏସ୍ଏସ୍ବି) ପକ୍ଷରୁ ହେବାକୁ ଥିବା କନଷ୍ଟେବଳ ନିଯୁକ୍ତି ୨୦୨୪ ପାଇଁ ପଦବୀ ସଂଖ୍ୟା ବୃଦ୍ଧି କରାଯାଇଛି। ଓଡ଼ିଶା ପୋଲିସ ପକ୍ଷରୁ ପ୍ରକାଶ ପାଇଥିବା ସବିଶେଷ ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ପ୍ରକ୍ରିୟାରେ ଅତିରିକ୍ତ ୭୨୦ ପଦବୀ ଯୋଗ କରାଯାଇଛି। ଫଳରେ ନିଯୁକ୍ତି ହେବାକୁ ଥିବା ପଦବୀ ୧୩୬୦ରୁ ୨୦୩୦କୁ ବୃଦ୍ଧି ପାଇଛି।
ଓଡ଼ିଶା ପୋଲିସ ପକ୍ଷରୁ ଆବେଦନର ସମୟସୀମା ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ଯାହାକୁ ଆଜି ପୁଣି ଘୁଞ୍ଚାଯାଇଛି। ପୂର୍ବରୁ ୧୩ ଅକ୍ଟୋବର ୨୦୨୪ ଯାଏ ସମୟସୀମା ଥିଲା।
The post କନଷ୍ଟେବଳ ନିଯୁକ୍ତି ଆବେଦନ ତାରିଖ ବୃଦ୍ଧିକଲେ ହାଇକୋର୍ଟ, ଜାଣନ୍ତୁ କେତେ ପର୍ଯ୍ୟନ୍ତ ବଢ଼ିଲା… appeared first on Dharitri Odia News.