କନ୍ଦେଇଲାଣି ପିଆଜ, କେଉଁଠି କିଲୋ ପିଛା ଦର ୬୦ ତ ଆଉ କେଉଁଠି ୬୫

ଭୁବନେଶ୍ଵର: କନ୍ଦେଇଲାଣି ପିଆଜ। ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜ ଦର ଆକାଶ ଛୁଆଁ । କେଉଁଠି କିଲୋ ପିଛା ଦର ୬୦ ତ ଆଉ କେଉଁଠି ୬୫ ରେ ପହଞ୍ଚିଲାଣି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଲାଣି । ସେପଟେ ବ୍ୟବସାୟୀ ସଂଘ କହିଛି ନାସିକ୍‌ରେ ଦର ବଢିଥିବାରୁ ଏଠାରେ ମଧ୍ୟ ଦର ବଢୁଛି । କେତେକ ସ୍ଥାନରେ ବେପାରୀମାନେ ମନମାନୀ କରୁଥିବା ନେଇ ସଂଘ କହିଛି । ଆଳୁ ପରେ ଏବେ ପିଆଜର ପାଳି । ପିଆଜର ଦର କନ୍ଦାଇଲାଣି ଗ୍ରାହକଙ୍କୁ। ମାସକ ତଳେ ଯେଉଁ ପିଆଜ କିଲୋଗ୍ରାମ ପିଛା ୪୦ ଟଙ୍କା ଥିଲା ଏବେ ଆସି ପହଞ୍ଚିଲାଣି ୬୫ରେ । ପିଆଜ କଥା ଶୁଣିଲେ ଗ୍ରାହକଙ୍କ ଆଖିରୁ ପାଣି ବାହାରି ପଡ଼ୁଛି । ଭୁବନେଶ୍ବରର ବିଭିନ୍ନ ମାର୍କେଟର ଏବେ ପିଆଜ ଦର ୬୦ ରୁ ୬୫ ଟଙ୍କା।  ଏକ ନମ୍ବର ହାଟରେ ୬୦ ଟଙ୍କାରେ ମିଳୁଥିବା ବେଳେ ଖଣ୍ଡଗିରି ଛକରେ ୭୦ ଟଙ୍କା । କଟକ, ଯାଜପୁର, ବ୍ରହ୍ମପୁର, ସୁନ୍ଦରଗଡ, ଝାରସୁଗୁଡା ଆଦି ସ୍ଥାନରେ ପିଆଜ ଦର ୬୦ ରୁ ୬୫ ରେ ବିକ୍ରି ହେଉଛି । ରୋଷେଇ ଘରୁ ଏବେ ପିଆଜ ଧିରି ଧିରେ କମ୍‌ ହେବାରେ ଲାଗିଲାଣି । ଯେଉଁଠି ଘରକୁ ୨ କିଲୋ ଯାଉଥିଲା। ସେଠରେ ଏବେ ଅଧ କିଲୋ କିଣିବାକୁ ଦୁଇ ଥର ଭାବୁଛନ୍ତି ଗ୍ରାହକ । ପିଆଜର ଦରକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେଣି ଗ୍ରାହକ । କାହିଁକି ବଢୁଛି ପିଆଜ ଦର ? ବେପାରୀଙ୍କ ମନମାନୀ ସହ ନାସିକ୍‌ରେ ଦର ବଢୁଥିବାରୁ ରାଜ୍ୟରେ ପିଆଜ ଦର ବଢୁଥିବା କହିଛି କୁବେରପୁରୀ ବ୍ୟବସାୟୀ ସଂଘ

କନ୍ଦେଇଲାଣି ପିଆଜ, କେଉଁଠି କିଲୋ ପିଛା ଦର ୬୦ ତ ଆଉ କେଉଁଠି ୬୫

ଭୁବନେଶ୍ଵର: କନ୍ଦେଇଲାଣି ପିଆଜ। ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜ ଦର ଆକାଶ ଛୁଆଁ । କେଉଁଠି କିଲୋ ପିଛା ଦର ୬୦ ତ ଆଉ କେଉଁଠି ୬୫ ରେ ପହଞ୍ଚିଲାଣି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଲାଣି । ସେପଟେ ବ୍ୟବସାୟୀ ସଂଘ କହିଛି ନାସିକ୍‌ରେ ଦର ବଢିଥିବାରୁ ଏଠାରେ ମଧ୍ୟ ଦର ବଢୁଛି । କେତେକ ସ୍ଥାନରେ ବେପାରୀମାନେ ମନମାନୀ କରୁଥିବା ନେଇ ସଂଘ କହିଛି । 

ଆଳୁ ପରେ ଏବେ ପିଆଜର ପାଳି । ପିଆଜର ଦର କନ୍ଦାଇଲାଣି ଗ୍ରାହକଙ୍କୁ। ମାସକ ତଳେ ଯେଉଁ ପିଆଜ କିଲୋଗ୍ରାମ ପିଛା ୪୦ ଟଙ୍କା ଥିଲା ଏବେ ଆସି ପହଞ୍ଚିଲାଣି ୬୫ରେ । ପିଆଜ କଥା ଶୁଣିଲେ ଗ୍ରାହକଙ୍କ ଆଖିରୁ ପାଣି ବାହାରି ପଡ଼ୁଛି । ଭୁବନେଶ୍ବରର ବିଭିନ୍ନ ମାର୍କେଟର ଏବେ ପିଆଜ ଦର ୬୦ ରୁ ୬୫ ଟଙ୍କା।  ଏକ ନମ୍ବର ହାଟରେ ୬୦ ଟଙ୍କାରେ ମିଳୁଥିବା ବେଳେ ଖଣ୍ଡଗିରି ଛକରେ ୭୦ ଟଙ୍କା । କଟକ, ଯାଜପୁର, ବ୍ରହ୍ମପୁର, ସୁନ୍ଦରଗଡ, ଝାରସୁଗୁଡା ଆଦି ସ୍ଥାନରେ ପିଆଜ ଦର ୬୦ ରୁ ୬୫ ରେ ବିକ୍ରି ହେଉଛି । ରୋଷେଇ ଘରୁ ଏବେ ପିଆଜ ଧିରି ଧିରେ କମ୍‌ ହେବାରେ ଲାଗିଲାଣି । ଯେଉଁଠି ଘରକୁ ୨ କିଲୋ ଯାଉଥିଲା। ସେଠରେ ଏବେ ଅଧ କିଲୋ କିଣିବାକୁ ଦୁଇ ଥର ଭାବୁଛନ୍ତି ଗ୍ରାହକ । ପିଆଜର ଦରକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେଣି ଗ୍ରାହକ । 

କାହିଁକି ବଢୁଛି ପିଆଜ ଦର ? ବେପାରୀଙ୍କ ମନମାନୀ ସହ ନାସିକ୍‌ରେ ଦର ବଢୁଥିବାରୁ ରାଜ୍ୟରେ ପିଆଜ ଦର ବଢୁଥିବା କହିଛି କୁବେରପୁରୀ ବ୍ୟବସାୟୀ ସଂଘ । ନାସିକ ଓ ମୌସୁମୀ ସମୟରେ ଆନ୍ଧ୍ର ପ୍ରଦେଶର ତାଡ଼େପଲ୍ଲି ଗୁଡେମ୍ ରୁ ନୂଆ ପିଆଜ ଆସିଥାଏ। ହେଲେ ଚଳିତବର୍ଷ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ପିଆଜ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ତେଣୁ ସେଠାରୁ ପିଆଜ ଆସୁନଥିବାରୁ ଏଠି ଯୋଗାଣରେ ବାଧା ସୃଷ୍ଟି ହେଉଛି। 

ସେହିପରି ନାସିକରେ ପିଆଜର କୁଇଣ୍ଟାଲ ଦର ୪ହଜାର ୩ଶହ ଟଙ୍କାରୁ ୪ ହଜାର ୪ଶହ ଟଙ୍କା ରହିଛି। ସେ ଦୃଷ୍ଟିରୁ ପିଆଜ ଦର ବଢିଛି ବୋଲି କେତେକ ବ୍ୟବସାୟୀ କହିଛନ୍ତି।  ଆଳୁ ପରେ ପିଆଜ କିଣିବାକୁ ମଧ୍ୟ ବାହାର ରାଜ୍ୟକୁ ଭରସା କରୁଛି ରାଜ୍ୟ ।  ଦାମ ବୃଦ୍ଧି ପରେ କଣ ଆକ୍ସନ ନେଉଛନ୍ତି ସରକାର ତାକୁ ଅପେକ୍ଷା କରାଯାଇଛି ।