କନ୍ଧମାଳର ବାଲିଗୁଡ଼ାରେ କବର ଖୋଳି ଶବ କାଢିଲା ପୋଲିସ । ଅପରେସନ ନାଁରେ ଅଙ୍ଗ ଚୋରି ଅଭିଯୋଗ ଆଣିଲେ ପରିବାର
କନକ ବ୍ୟୁରୋ: ଅଙ୍ଗ ଚୋରି ଅଭିଯୋଗ ପରେ କବର ଖୋଳିଛି ପୋଲିସ। କନ୍ଧମାଳ ଜିଲ୍ଲା ଟିକରବାଜୁ ଗାଁର ବାବୁଲା ଦିଗାଲଙ୍କୁ କବର ଦିଆଯାଇଥିଲା। ହେଲେ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ, କବର ଖୋଳି ତଦନ୍ତ ଆରମ୍ଭ କରିଛି ପୋଲିସ। ବାଲିଗୁଡା ମାଜିଷ୍ଟେଟ ତଥା ସହକାରୀ ଜିଲ୍ଲାପାଳ, ବାଲିଗୁଡା ଥାନାର ଭାରପ୍ରାପ୍ତ ଅଧିକାରୀ ଏବଂ ବାରଖମା ଫାଣ୍ଡି ଅଧିକାରୀଙ୍କ ଉପସ୍ଥିତିରେ କବର ଖୋଳି ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଆଉ ଏହି ଘଟଣା ଏକ ବଡ଼ ଧରଣର ଅଙ୍ଗ ତସ୍କରୀ ନେଇ ଆଶଙ୍କା ସୃଷ୍ଟି କରିଛି। କ'ଣ ଥିଲା ପୁରା ଘଟଣାକ୍ରମ? ଗତ ୧୩ ତାରିଖରେ ସମ୍ପର୍କୀୟଙ୍କ ଘରକୁ ଯିବା ବେଳେ ହୋଇଥିଲା ଦୁର୍ଘଟଣା ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା ଏହାପରେ କଟକର ଘରୋଇ ରୁଦ୍ର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବାବୁଲା ଦିଗାଲ ଅସ୍ତ୍ରୋପଚାର ପାଇଁ ରୁଦ୍ର ମେଡିକାଲ ମୋଟା ଅଙ୍କର ଟଙ୍କା ବି ନେଇଥିବା ଅଭିଯୋଗ ପ୍ରଥମେ ଅପରେସନ୍ ସଫଳ ହୋଇଥିବାବେଳେ ପରେ ବାବୁଲାଙ୍କ ମୃତ୍ୟୁ ହୋଇଥିଲା ବାବୁଲାଙ୍କ ମୁଣ୍ଡରେ ଆଘାତ ଲାଗିଥିବାବେଳେ ପେଟ କଟାଯାଇଥିବାରୁ ବଢ଼ିଲା ସନ୍ଦେହ ସବୁଠାରୁ ସାଙ୍ଘାତିକ କଥା ହେଉଛି ବାବୁଲାଙ୍କ ମୃତ୍ୟୁ ପରେ ପୋଷ୍ଟମର୍ଟମ କରିବାକୁ ଦାବି କରିଥିଲେ ପରିବାର ଲୋକ। ହେଲେ ଅଭିଯୋଗ ଅନୁସାରେ ଏଥିରେ ରାଜି ହୋଇନଥିଲା ରୁଦ୍ର ହସ୍ପିଟାଲ। ତେବେ କନକ ନ୍ୟୁଜକୁ

କନକ ବ୍ୟୁରୋ: ଅଙ୍ଗ ଚୋରି ଅଭିଯୋଗ ପରେ କବର ଖୋଳିଛି ପୋଲିସ। କନ୍ଧମାଳ ଜିଲ୍ଲା ଟିକରବାଜୁ ଗାଁର ବାବୁଲା ଦିଗାଲଙ୍କୁ କବର ଦିଆଯାଇଥିଲା। ହେଲେ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ, କବର ଖୋଳି ତଦନ୍ତ ଆରମ୍ଭ କରିଛି ପୋଲିସ। ବାଲିଗୁଡା ମାଜିଷ୍ଟେଟ ତଥା ସହକାରୀ ଜିଲ୍ଲାପାଳ, ବାଲିଗୁଡା ଥାନାର ଭାରପ୍ରାପ୍ତ ଅଧିକାରୀ ଏବଂ ବାରଖମା ଫାଣ୍ଡି ଅଧିକାରୀଙ୍କ ଉପସ୍ଥିତିରେ କବର ଖୋଳି ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଆଉ ଏହି ଘଟଣା ଏକ ବଡ଼ ଧରଣର ଅଙ୍ଗ ତସ୍କରୀ ନେଇ ଆଶଙ୍କା ସୃଷ୍ଟି କରିଛି।
କ'ଣ ଥିଲା ପୁରା ଘଟଣାକ୍ରମ?
- ଗତ ୧୩ ତାରିଖରେ ସମ୍ପର୍କୀୟଙ୍କ ଘରକୁ ଯିବା ବେଳେ ହୋଇଥିଲା ଦୁର୍ଘଟଣା
- ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା
- ଏହାପରେ କଟକର ଘରୋଇ ରୁଦ୍ର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବାବୁଲା ଦିଗାଲ
- ଅସ୍ତ୍ରୋପଚାର ପାଇଁ ରୁଦ୍ର ମେଡିକାଲ ମୋଟା ଅଙ୍କର ଟଙ୍କା ବି ନେଇଥିବା ଅଭିଯୋଗ
- ପ୍ରଥମେ ଅପରେସନ୍ ସଫଳ ହୋଇଥିବାବେଳେ ପରେ ବାବୁଲାଙ୍କ ମୃତ୍ୟୁ ହୋଇଥିଲା
- ବାବୁଲାଙ୍କ ମୁଣ୍ଡରେ ଆଘାତ ଲାଗିଥିବାବେଳେ ପେଟ କଟାଯାଇଥିବାରୁ ବଢ଼ିଲା ସନ୍ଦେହ
ସବୁଠାରୁ ସାଙ୍ଘାତିକ କଥା ହେଉଛି ବାବୁଲାଙ୍କ ମୃତ୍ୟୁ ପରେ ପୋଷ୍ଟମର୍ଟମ କରିବାକୁ ଦାବି କରିଥିଲେ ପରିବାର ଲୋକ। ହେଲେ ଅଭିଯୋଗ ଅନୁସାରେ ଏଥିରେ ରାଜି ହୋଇନଥିଲା ରୁଦ୍ର ହସ୍ପିଟାଲ। ତେବେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ହସ୍ପିଟାଲ ମ୍ୟାନେଜର ସ୍ୱୀକାର କରିଛନ୍ତି ଯେ, ବ୍ୟବଚ୍ଛେଦ କରିଥିଲେ ଭଲ ହୋଇଥାନ୍ତା।
ତେବେ ଅଭିଯୋଗ ଯଦି ସତ ହୋଇଥାଏ ତେବେ ସାଙ୍ଘାତିକ। କାରଣ ହସ୍ପିଟାଲକୁ ରୋଗ ଭଲ କରିବାକୁ ଯାଉଥିବା ଲୋକ ଯଦି ଅଙ୍ଗର ସୁରକ୍ଷା ନେଇ ସନ୍ଦେହ କରନ୍ତି ତାହା ହେଲେ ଚିକିତ୍ସା ସେବା ଯୋଗାଉଥିବା ହସ୍ପିଟାଲଗୁଡିକ ଉପରେ ଭରସା ରହିବ ତ? ତେଣୁ ପ୍ରଶ୍ନ ଉଠିବା ସ୍ବାଭାବିକ । ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କରେ ପେଟରେ କଟା ଚିହ୍ନ ଆସିଲା କୁଆଡୁ? ବାବୁଲାଙ୍କ ସ୍ବାସ୍ଥ୍ୟବସ୍ଥା ଯଦି ଗୁରୁତର ଥିଲା ତେବେ ଅପରେସନ୍ ସଫଳ ହୋଇଥିବା କାହିଁକି କୁହାଗଲା? ପରିବାର ଲୋକଙ୍କ ଦାବି ସତ୍ବେ ମୃତଦେହର ବ୍ୟବଚ୍ଛେଦ କାହିଁକି କରାଗଲା ନାହିଁ? ଏସବୁ ପ୍ରଶ୍ନ ଉପରୁ ଏବେ ପୋଲିସ ପରଦା ହଟାଇବ ବୋଲି ଅନୁମାନ କରାଯାଉଛି । କାରଣ ମୃତଦେହକୁ କବରରୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।