କନ୍ୟାଙ୍କ ବାନ୍ଧବୀଙ୍କୁ ମାଳ, ଚାପୁଡ଼ା ଖାଇ ବର ଶିଶୁପାଳ
ବରେଲି,୨୬ା୨: ବାହା ହେବାକୁ ଯାଇଥିଲେ। କିନ୍ତୁ ବିବାହ ବେଳେ କନ୍ୟାଙ୍କ ପରିବର୍ତ୍ତେ ତାଙ୍କ ସବୁଠୁ ଭଲ ବାନ୍ଧବୀଙ୍କୁ ମାଳ ପିନ୍ଧାଇଦେଲେ। ନିଶାସକ୍ତ ବରଙ୍କ ଏଭଳି କାର୍ଯ୍ୟରେ କ୍ଷୁବ୍ଧ ହୋଇ କନ୍ୟା ତାଙ୍କୁ ଚାପୁଡ଼ା ମାରିଲେ। ଏତିକି ନୁହେଁ, ଏଭଳି ମଦ୍ୟପ ପୁଅକୁ ବିବାହ କରିବି ନାହିଁ ବୋଲି କନ୍ୟା ରୋକ୍ଠୋକ୍ ଶୁଣାଇଦେଲେ। ଶେଷ ମୁହୂର୍ତ୍ତରେ ବାହାଘର ଭାଙ୍ଗିଯିବା ପରେ ବର ଶିଶୁପାଳ ହୋଇ ନିଜ ଘରକୁ ଫେରିବାକୁ ବାଧ୍ୟ ହେଲେ। ଉତ୍ତର ପ୍ରଦେଶର ବରେଲିରେ ଘଟିଛି ଏହି […] The post କନ୍ୟାଙ୍କ ବାନ୍ଧବୀଙ୍କୁ ମାଳ, ଚାପୁଡ଼ା ଖାଇ ବର ଶିଶୁପାଳ appeared first on Dharitri Odia News.
ବରେଲି,୨୬ା୨: ବାହା ହେବାକୁ ଯାଇଥିଲେ। କିନ୍ତୁ ବିବାହ ବେଳେ କନ୍ୟାଙ୍କ ପରିବର୍ତ୍ତେ ତାଙ୍କ ସବୁଠୁ ଭଲ ବାନ୍ଧବୀଙ୍କୁ ମାଳ ପିନ୍ଧାଇଦେଲେ। ନିଶାସକ୍ତ ବରଙ୍କ ଏଭଳି କାର୍ଯ୍ୟରେ କ୍ଷୁବ୍ଧ ହୋଇ କନ୍ୟା ତାଙ୍କୁ ଚାପୁଡ଼ା ମାରିଲେ। ଏତିକି ନୁହେଁ, ଏଭଳି ମଦ୍ୟପ ପୁଅକୁ ବିବାହ କରିବି ନାହିଁ ବୋଲି କନ୍ୟା ରୋକ୍ଠୋକ୍ ଶୁଣାଇଦେଲେ। ଶେଷ ମୁହୂର୍ତ୍ତରେ ବାହାଘର ଭାଙ୍ଗିଯିବା ପରେ ବର ଶିଶୁପାଳ ହୋଇ ନିଜ ଘରକୁ ଫେରିବାକୁ ବାଧ୍ୟ ହେଲେ। ଉତ୍ତର ପ୍ରଦେଶର ବରେଲିରେ ଘଟିଛି ଏହି ନାଟକୀୟ ଘଟଣା।
ରବୀନ୍ଦ୍ର କୁମାର(୨୬) ବରେଲିର ରାଧାଦେବୀ(୨୧)ଙ୍କୁ ବିବାହ କରିବା ପାଇଁ ବରଯାତ୍ରୀଙ୍କ ସହ ଯାଇଥିଲେ। ବରଯାତ୍ରୀ ଶୋଭାଯାତ୍ରା ଲମ୍ବି ଚାଲିଥିଲା। ଏଥିଯୋଗୁ ବିବାହ ବେଦୀରେ ପହଞ୍ଚତ୍ବା ବେଳକୁ ଡେରି ହୋଇଗଲା। ଏତିକି ନୁହେଁ, ବରପକ୍ଷ କନ୍ୟାପକ୍ଷଙ୍କୁ ପୂର୍ବ ନିର୍ଦ୍ଧାରିତ ଯୌତୁକଠାରୁ ଅଧିକ ମାଗିଥିଲେ। ଝିଅଙ୍କ ବାପା ପୂର୍ବରୁ ୨.୫ ଲକ୍ଷ ଟଙ୍କା ଦେଇସାରିଥିବାବେଳେ ଆଉ ୨ ଲକ୍ଷ ଟଙ୍କାର ଦାବି ପୂରଣ କରିବାକୁ ରାଜି ହୋଇ ନ ଥିଲେ ବୋଲି ଥାନାରେ କନ୍ୟାପକ୍ଷ ଏତଲା ଦେଇଛନ୍ତି।
ରବୀନ୍ଦ୍ର କୁଆଡ଼େ ନିଜ ପସନ୍ଦର ଅନ୍ୟ ଜଣେ ଝିଅଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏଥିଯୋଗୁ ସେ ନିଜ ବିବାହ ବେଳେ ଅତ୍ୟଧିକ ମଦ ପିଇଦେଇଥିଲେ। ରବୀନ୍ଦ୍ର ନିଶାସକ୍ତ ଅବସ୍ଥାରେ କନ୍ୟା ରାଧାଦେବୀଙ୍କୁ ବରମାଳା ନ ପିନ୍ଧାଇ ତାଙ୍କ ନିକଟରେ ଥିବା କନ୍ୟାଙ୍କ ବେଷ୍ଟ ଫ୍ରେଣ୍ଡ୍ଙ୍କୁ ପିନ୍ଧାଇଦେଇଥିଲେ। କେବଳ ଏତିକି ନୁହେଁ, ସେ କନ୍ୟା ଘର ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ। ତାଙ୍କର ଏପରି ଆଚରଣ ଦେଖି ରାଧାଦେବୀ ବିବାହ କରିବାକୁ ମନା କରିଦେଲେ। ରାଧାଦେବୀ ବିବାହ ମଣ୍ଡପରୁ ଉଠି ଚାଲିଯାଇଥିଲେ।
ଫଳରେ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା। ଚେୟାର ଓ ଅନ୍ୟ ସାମଗ୍ରୀଗୁଡ଼ିକ ଫିଙ୍ଗାଫିଙ୍ଗି ହେଲା। ପୋଲିସ ସେଠାରେ ପହଞ୍ଚତ୍ ବରପକ୍ଷଙ୍କୁ ଫେରାଇଦେଲା। ରବୀନ୍ଦ୍ର ଓ ତାଙ୍କର କେତେଜଣ ବନ୍ଧୁଙ୍କୁ ଥାନାରେ ଅଟକ ରଖାଯାଇଛି। ରବୀନ୍ଦ୍ରଙ୍କ ସାଙ୍ଗମାନେ ବେଆଇନ ଭାବେ ବିକ୍ରି ହେଉଥିବା ମଦ ଆଣି ତାଙ୍କୁ ପିଆଇଦେଇଥିବା କୁହାଯାଉଛି। ଇତିମଧ୍ୟରେ ମଦ ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।
The post କନ୍ୟାଙ୍କ ବାନ୍ଧବୀଙ୍କୁ ମାଳ, ଚାପୁଡ଼ା ଖାଇ ବର ଶିଶୁପାଳ appeared first on Dharitri Odia News.