କପଡା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
କପଡ଼ା ଗୋଦାମରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ଭୁବନେଶ୍ୱର ସ୍ଥିତ ବଡଗଡ଼ ସ୍ଥିତ କପଡା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୨୫ ଲକ୍ଷରୁ ଅଧିକ ଟଙ୍କାର କପଡ଼ା ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।
ମାର୍କେଟ ବିଲ୍ଡିଂରେ ମାଲିକଙ୍କ ଦୋକାନ ଥିବା ବେଳେ ବଡଗଡ଼ ଅଞ୍ଚଳରେ ଗୋଦାମ ଥିଲା। ଏହି ଗୋଦାମରେ ଆଜି ନିଆଁ ଲାଗିଯାଇଥିଲା। କର୍ମଚାରୀ ଗୋଦାମରେ ନିଆଁ ଲାଗିଯାଇଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚଳାଇଛି।
ତେବେ ପ୍ରବଳ ଧୂଆଁ ହୋଇଥିବାରୁ ନିଆଁକୁ ଆୟତ୍ତ କରିବା ଅଗ୍ନିଶମ ବାହିନୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। କପଡ଼ା ଗୋଦାମରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।