କପି କରିବାକୁ ନେଇ ପରୀକ୍ଷାର୍ଥୀଙ୍କୁ ଗୁଳିକରି ହତ୍ୟା

ପାଟନା,୨୧।୨: ବିହାରର ରୋହତାସ ଜିଲାର ସାସାରାମରୁ ଏକ ବଡ଼ ଖବର ଆସିଛି, ଯେଉଁଠାରେ ଜଣେ ପରୀକ୍ଷାର୍ଥୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କପି ବା ଚିଟିଙ୍ଗ ବିବାଦକୁ ନେଇ ସାସାରାମରେ ଜଣେ ପରୀକ୍ଷାର୍ଥୀଙ୍କୁ ଗୁଳି କରିବାରୁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣା ଧାଉଧଡ଼ ଥାନା ଅଞ୍ଚଳରେ ଘଟିଛି, ଯେଉଁଠାରେ ଅମିତ କୁମାର ନାମକ ଜଣେ ପରୀକ୍ଷାର୍ଥୀଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକମାନେ ଦେହରି ମୁଫାସିଲ ଥାନା ଅଞ୍ଚଳ […] The post କପି କରିବାକୁ ନେଇ ପରୀକ୍ଷାର୍ଥୀଙ୍କୁ ଗୁଳିକରି ହତ୍ୟା appeared first on Dharitri Odia News.

କପି କରିବାକୁ ନେଇ ପରୀକ୍ଷାର୍ଥୀଙ୍କୁ ଗୁଳିକରି ହତ୍ୟା

ପାଟନା,୨୧।୨: ବିହାରର ରୋହତାସ ଜିଲାର ସାସାରାମରୁ ଏକ ବଡ଼ ଖବର ଆସିଛି, ଯେଉଁଠାରେ ଜଣେ ପରୀକ୍ଷାର୍ଥୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କପି ବା ଚିଟିଙ୍ଗ ବିବାଦକୁ ନେଇ ସାସାରାମରେ ଜଣେ ପରୀକ୍ଷାର୍ଥୀଙ୍କୁ ଗୁଳି କରିବାରୁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣା ଧାଉଧଡ଼ ଥାନା ଅଞ୍ଚଳରେ ଘଟିଛି, ଯେଉଁଠାରେ ଅମିତ କୁମାର ନାମକ ଜଣେ ପରୀକ୍ଷାର୍ଥୀଙ୍କୁ ହତ୍ୟା କରାଯାଇଛି।
ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକମାନେ ଦେହରି ମୁଫାସିଲ ଥାନା ଅଞ୍ଚଳ ନିକଟରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ବହୁ ସଂଖ୍ୟକ ଲୋକ ଏକାଠି ହୋଇଛନ୍ତି ଏବଂ ପୋଲିସ ବିରୋଧରେ ସ୍ଲୋଗାନ ଦେଉଛନ୍ତି। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଏଏସପି କୋଟା କିରଣ କୁମାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

The post କପି କରିବାକୁ ନେଇ ପରୀକ୍ଷାର୍ଥୀଙ୍କୁ ଗୁଳିକରି ହତ୍ୟା appeared first on Dharitri Odia News.