ଲୋକ ସଭା ନିର୍ବାଚନ ପୂର୍ବରୁ ଏଏପିକୁ କିଏ ଦେଲା ଚାନ୍ଦା, ଇଲେକ୍ଟୋରାଲ ବଣ୍ଡ୍‌ର ନୂଆ ସୂଚନାରେ ଖୁଲାସା

ନୂଆଦିଲ୍ଲୀ,୧୮।୩: ଇଲେକ୍ଟୋରାଲ ବଣ୍ଡ୍‌ ବିଷୟରେ ସୂଚନା ସାର୍ବଜନୀନ ହେବା ପରେ ପ୍ରତିଦିନ ନୂଆ ଖୁଲାସା ହେଉଛି। ଗୋଟିଏ ପଟେ ବଣ୍ଡ୍‌କୁ ନେଇ ଭାରତୀୟ ଜନତା ପାର୍ଟି ବିରୋଧୀ ଦଳ ଟାର୍ଗେଟ୍‌ରେ ଥିବା ବେଳେ ଆମ ଆଦମୀ ପାର୍ଟିକୁ ମିଳିଥିବା ର୍ନିବାଚନ ବଣ୍ଡ୍‌ ସହ ଜଡିତ ସୂଚନା ମଧ୍ୟ ସାମ୍ନାକୁ ଆସିଛି। ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏପ୍ରିଲ ୨୦୧୮ରୁ ମେ’୨୦୧୯ମଧ୍ୟରେ ଆମ ଆଦମୀ ପାର୍ଟି (ଏଏପି) ପାଞ୍ଚଟି କମ୍ପାନୀ ଏବଂ ଦୁଇ ଜଣବ୍ୟକ୍ତିଙ୍କ ଠାରୁ […] The post ଲୋକ ସଭା ନିର୍ବାଚନ ପୂର୍ବରୁ ଏଏପିକୁ କିଏ ଦେଲା ଚାନ୍ଦା, ଇଲେକ୍ଟୋରାଲ ବଣ୍ଡ୍‌ର ନୂଆ ସୂଚନାରେ ଖୁଲାସା appeared first on Dharitri Odia News.

ଲୋକ ସଭା ନିର୍ବାଚନ ପୂର୍ବରୁ ଏଏପିକୁ କିଏ ଦେଲା ଚାନ୍ଦା, ଇଲେକ୍ଟୋରାଲ ବଣ୍ଡ୍‌ର ନୂଆ ସୂଚନାରେ ଖୁଲାସା

ନୂଆଦିଲ୍ଲୀ,୧୮।୩: ଇଲେକ୍ଟୋରାଲ ବଣ୍ଡ୍‌ ବିଷୟରେ ସୂଚନା ସାର୍ବଜନୀନ ହେବା ପରେ ପ୍ରତିଦିନ ନୂଆ ଖୁଲାସା ହେଉଛି। ଗୋଟିଏ ପଟେ ବଣ୍ଡ୍‌କୁ ନେଇ ଭାରତୀୟ ଜନତା ପାର୍ଟି ବିରୋଧୀ ଦଳ ଟାର୍ଗେଟ୍‌ରେ ଥିବା ବେଳେ ଆମ ଆଦମୀ ପାର୍ଟିକୁ ମିଳିଥିବା ର୍ନିବାଚନ ବଣ୍ଡ୍‌ ସହ ଜଡିତ ସୂଚନା ମଧ୍ୟ ସାମ୍ନାକୁ ଆସିଛି।

ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏପ୍ରିଲ ୨୦୧୮ରୁ ମେ’୨୦୧୯ମଧ୍ୟରେ ଆମ ଆଦମୀ ପାର୍ଟି (ଏଏପି) ପାଞ୍ଚଟି କମ୍ପାନୀ ଏବଂ ଦୁଇ ଜଣବ୍ୟକ୍ତିଙ୍କ ଠାରୁ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ୫.୭୫କୋଟି ଟଙ୍କା ମିଳିଛି। ଏହି ୫.୭୫ କୋଟି ଟଙ୍କା ମଧ୍ୟରୁ ୩ କୋଟି ଟଙ୍କା ବଜାଜ ଗ୍ରୁପ ପ୍ରଦାନ କରିଛି। ଏହି ରାଶି ୧୦ ଏପ୍ରିଲ ୨୦୧୯ରେ ଜମା କରାଯାଇଥିଲା। ବଜାଜ ଗ୍ରୁପ ପକ୍ଷରୁ ମିଳିଥିବା ଏହି ଚାନ୍ଦା ସେହି ବର୍ଷ ଲୋକ ସଭା ନିର୍ବାଚନ ପୂର୍ବରୁ ଦଳ ଗ୍ରହଣ କରିଥିବା ସବୁଠାରୁ ବଡ ଚାନ୍ଦା ଥିଲା।

ତଥ୍ୟ ଅନୁଯାୟୀ, ଏପ୍ରିଲ ୨୦୧୮ରୁ ଜୁଲାଇ ୨୦୨୩ ମଧ୍ୟରେ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଏଏପି ୬୯.୦୬ କୋଟି ଟଙ୍କା ପାଇଛି। ତେଣୁ ପାର୍ଟି କେବଳ ମେ ୨୦୧୯ ପର୍ଯ୍ୟନ୍ତ ସମୟ ଅବଧି ପାଇଁ ଦାତାମାନଙ୍କ ନାମ ପ୍ରକାଶ କରିଛି ।

The post ଲୋକ ସଭା ନିର୍ବାଚନ ପୂର୍ବରୁ ଏଏପିକୁ କିଏ ଦେଲା ଚାନ୍ଦା, ଇଲେକ୍ଟୋରାଲ ବଣ୍ଡ୍‌ର ନୂଆ ସୂଚନାରେ ଖୁଲାସା appeared first on Dharitri Odia News.