କପିଳାସରେ ୩ଟା ୫୫ ମିନିଟରେ ଉଠିବ ମହାଦୀପ, ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଢେଙ୍କାନାଳ: ଆଜି ପବିତ୍ର ମହାଶିବରାତ୍ରୀ । ଶୈବପୀଠ ମାନଙ୍କରେ ଦେବା ଦେବ ମହାଦେବଙ୍କର ପାଳନ ହେଉଛି ଜାଗର ଯାତ୍ରା । ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାସର ଅଧିଷ୍ଠାତା ପ୍ରଭୁ ଚନ୍ଦ୍ରଶେଖରଙ୍କର ପାଳିତ ହେଉଛି ଜାଗର ଯାତ୍ରା।  ଏହି କପିଳାସରେ ଭକ୍ତ ଓ  ଶ୍ରଦ୍ଧାଳୁଙ୍କ ଆକର୍ଷଣ ମହାଦୀପ ଚଳିତ ବର୍ଷ ଭୋର ୩ଟା ୫୫ ମିନିଟ ରେ ମନ୍ଦିର ଚୁଡାକୁ ଉଠିବାର କାର୍ଯ୍ୟ ନିର୍ଘଣ୍ଟ କରାଯାଇଛି । ପରମ୍ପରା ମୁତାବକ ଆଜି ଭୋର ସମୟରୁ ନୀତିକାନ୍ତିର ସହିତ ପ୍ରଭୁ ଚନ୍ଦ୍ରଶେଖରଙ୍କ ପୂଜାର୍ଚନା ଆରମ୍ଭ ହୋଇଯାଇଛି। ତେବେ ସଂଧ୍ୟାପରେ ଜୀଉଙ୍କ ସ୍ୱତନ୍ତ୍ର ରୀତି ନୀତି ମୁତାବକ ଶୋଢ଼ଷ ଉପଚାରରେ ପୂଜାର୍ଚନା କରାଯିବ । ଏସବୁ ମଧ୍ୟରେ ପରମ୍ପରା ମୁତାବକ ପ୍ରଭୁଙ୍କ ନାଗା ଭରଣ ବେଶ, ମାତା ପାର୍ବତୀଙ୍କ ରାଜାରାଜେଶ୍ୱରୀ ବେଶ , ହରି ହର ଭେଟ ଓ ଯୋଗିରାଜ ବେଶ  ଆଡି ଦୁହ୍ଲବ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଫଳରେ ସଂଧ୍ୟାପର ଠାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ମାନସିକ  ଧାରୀ ମନ୍ଦିର ଚତୁଃ ପାର୍ଶ୍ୱରେ ମନ୍ଦିର ଠାରୁ ପାହାଡ଼ ସାରା ଦୀପ ଜାଳି ପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି । କପିଳାସ ପୀଠକୁ ସମୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶର ବୁଡି ରହିବା ସାଙ୍ଗକୁ ଦୀପର ମିଞ୍ଜି ମିଞ୍ଜି ଆଲୁଅରେ କପିଳାଶ ପୀଠ  ବେଶ ମନୋରମ ହୋଇ ଉଠିଛି। ତେବେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ପୀଠ କୁ ରାଜ୍ୟ ଓ ରାଜ୍ୟ ବାହାରୁ  ଭକ୍ତ  ଓ ଶ୍ରଦ୍

କପିଳାସରେ ୩ଟା ୫୫ ମିନିଟରେ ଉଠିବ ମହାଦୀପ, ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଢେଙ୍କାନାଳ: ଆଜି ପବିତ୍ର ମହାଶିବରାତ୍ରୀ । ଶୈବପୀଠ ମାନଙ୍କରେ ଦେବା ଦେବ ମହାଦେବଙ୍କର ପାଳନ ହେଉଛି ଜାଗର ଯାତ୍ରା । ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାସର ଅଧିଷ୍ଠାତା ପ୍ରଭୁ ଚନ୍ଦ୍ରଶେଖରଙ୍କର ପାଳିତ ହେଉଛି ଜାଗର ଯାତ୍ରା।  ଏହି କପିଳାସରେ ଭକ୍ତ ଓ  ଶ୍ରଦ୍ଧାଳୁଙ୍କ ଆକର୍ଷଣ ମହାଦୀପ ଚଳିତ ବର୍ଷ ଭୋର ୩ଟା ୫୫ ମିନିଟ ରେ ମନ୍ଦିର ଚୁଡାକୁ ଉଠିବାର କାର୍ଯ୍ୟ ନିର୍ଘଣ୍ଟ କରାଯାଇଛି । 

ପରମ୍ପରା ମୁତାବକ ଆଜି ଭୋର ସମୟରୁ ନୀତିକାନ୍ତିର ସହିତ ପ୍ରଭୁ ଚନ୍ଦ୍ରଶେଖରଙ୍କ ପୂଜାର୍ଚନା ଆରମ୍ଭ ହୋଇଯାଇଛି। ତେବେ ସଂଧ୍ୟାପରେ ଜୀଉଙ୍କ ସ୍ୱତନ୍ତ୍ର ରୀତି ନୀତି ମୁତାବକ ଶୋଢ଼ଷ ଉପଚାରରେ ପୂଜାର୍ଚନା କରାଯିବ । ଏସବୁ ମଧ୍ୟରେ ପରମ୍ପରା ମୁତାବକ ପ୍ରଭୁଙ୍କ ନାଗା ଭରଣ ବେଶ, ମାତା ପାର୍ବତୀଙ୍କ ରାଜାରାଜେଶ୍ୱରୀ ବେଶ , ହରି ହର ଭେଟ ଓ ଯୋଗିରାଜ ବେଶ  ଆଡି ଦୁହ୍ଲବ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଫଳରେ ସଂଧ୍ୟାପର ଠାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ମାନସିକ  ଧାରୀ ମନ୍ଦିର ଚତୁଃ ପାର୍ଶ୍ୱରେ ମନ୍ଦିର ଠାରୁ ପାହାଡ଼ ସାରା ଦୀପ ଜାଳି ପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି । କପିଳାସ ପୀଠକୁ ସମୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶର ବୁଡି ରହିବା ସାଙ୍ଗକୁ ଦୀପର ମିଞ୍ଜି ମିଞ୍ଜି ଆଲୁଅରେ କପିଳାଶ ପୀଠ  ବେଶ ମନୋରମ ହୋଇ ଉଠିଛି। 


ତେବେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ପୀଠ କୁ ରାଜ୍ୟ ଓ ରାଜ୍ୟ ବାହାରୁ  ଭକ୍ତ  ଓ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି। ଫଳରେ ପୀଠର ପାଦ ଦେଶରୁ ଉଭୟ ପାହାଚ ଓ ବାରବାଙ୍କ ରାସ୍ତାରେ ଗହଳି ବଢ଼ିବାରେ ଲାଗିଛି।  ଶ୍ରୁଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ବଡ଼ ଦାଣ୍ଡରୁ ପାହାଚ ଓ ବାରବାଙ୍କ ରାସ୍ତା ଯାଏଁ ବାରିକେଟ ବ୍ୟବସ୍ଥା କରାଯାଇଛି । ପ୍ରଭୁଙ୍କ ଦର୍ଶନ ସାଙ୍ଗକୁ ଦୀପଟିଏ ଜାଳି ନିଜ ତଥା ନିଜ ପରିବାର ମଙ୍ଗଳ ମାନସିବାକୁ ମାନସିକ ଧାରୀ ମାନେ ବେଶ ଉତ୍କଣ୍ଠାର ସହିତ ଲମ୍ବା ଲାଇନ ଲଗାଇଛନ୍ତି । 


ବିଶେଷ କରି କପିଳାସ ପୀଠର ଅଧୀଶ୍ଵର ପ୍ରଭୁ ଚନ୍ଦ୍ର ଶେଖରଙ୍କ ଅପାର  ମହିମା ରାଜ୍ୟ ତଥା ରାଜ୍ୟ  ବାହାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ  ମାନଙ୍କୁ ପୀଠକୁ ଟାଣି ଆଣୁଛି ବୋଲି ପ୍ରକାଶ କରିଛନ୍ତି ମାନସିକଧାରୀ । ଫଳରେ ସକାଳୁ ସକାଳୁ   ଭିଡ଼ ଲାଗିରହିଥିବା  ବେଳେ ଅହେତୁକ ଭାବେ ଜନ ସମାଗମ ବଢି ଚାଲିଛି। ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ସମାଗମ ହୋଇଥିବା ଅନୁଆଁନ କରାଯାଇଛି।  ତେବେ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ, ପରିମଳ ଓ ପାନୀୟ ଜଳ ଆଦି ବ୍ୟବସ୍ଥା ସାଙ୍ଗକୁ ଉଭୟ ବାରବାଙ୍କ ଓ ପାହାଚ ରାସ୍ତାରେ ଆଲୋକି କରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।  


ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୧୦ପ୍ଲାଟୁନ ପୁଲିସ ମୃତୟନ କରାଯାଇଛି । ବାରବାଙ୍କ ରାସ୍ତା ଦେଇ ସ୍ୱତନ୍ତ୍ର କିଛି ଗାଡି ବ୍ୟବସ୍ଥା ବ୍ୟତୀତ ଅନ୍ୟ ଗାଡି ଓ ବାଇକ ଜିଅବ ଆସିବା ଉପରେ କଟକଣା ଜାରି କରାଯାଇଛି। ଅପରାହ୍ନ ୨ଟା ପରେ ଗାଡି ଚଳାଚଳ ସମୂର୍ଣ୍ଣ ନିଷେଧ କରାଯାଇଛି। ଆଉ ସଂଧ୍ୟା ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବେଶ ବୃଦ୍ଧି ପାଇଛି।