କପିଳେଶ୍ୱରଦେବଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ
ନିରାକାରପୁର,୧୬।୩(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତ ବିଜେଡିଆରେ ଅବସ୍ଥିତ ଶ୍ରୀ କପିଳେଶ୍ୱରଦେବଙ୍କ ଅଶୋକାଷ୍ଟମୀ ପବିତ୍ର ରଥଯାତ୍ରା ଉପଲକ୍ଷେ ପାରମ୍ପରିକ ରୀତିନୀତିରେ ଶନିବାର ରଥକାଠ ଅନୁକୂଳ କାର୍ଯ୍ୟ କରାଯାଇଛି। ଆସନ୍ତା ଏପ୍ରିଲ ୫ ତାରିଖ ଶନିବାର ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଏହି ରଥଯାତ୍ରା ଅନୁଷ୍ଠିତ ହେବ। ତେଣୁ ରାମେଶ୍ୱର ପଞ୍ଚାୟତସ୍ଥିତ ମଧୁବନ ଗ୍ରାମର ବିଶ୍ୱକର୍ମାମାନେ ରଥଖଳାରେ ପହଞ୍ଚି ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରିଛନ୍ତି। ମୁଖ୍ୟ ବିଶ୍ୱକର୍ମା ଦ୍ୱିଜ ମହାରଣାଙ୍କ ନେତୃତ୍ୱରେ ୨୦ରୁ ଊର୍ଦ୍ଧ୍ୱ କାରିଗର […] The post କପିଳେଶ୍ୱରଦେବଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ appeared first on Dharitri Odia News.
ନିରାକାରପୁର,୧୬।୩(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତ ବିଜେଡିଆରେ ଅବସ୍ଥିତ ଶ୍ରୀ କପିଳେଶ୍ୱରଦେବଙ୍କ ଅଶୋକାଷ୍ଟମୀ ପବିତ୍ର ରଥଯାତ୍ରା ଉପଲକ୍ଷେ ପାରମ୍ପରିକ ରୀତିନୀତିରେ ଶନିବାର ରଥକାଠ ଅନୁକୂଳ କାର୍ଯ୍ୟ କରାଯାଇଛି। ଆସନ୍ତା ଏପ୍ରିଲ ୫ ତାରିଖ ଶନିବାର ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଏହି ରଥଯାତ୍ରା ଅନୁଷ୍ଠିତ ହେବ। ତେଣୁ ରାମେଶ୍ୱର ପଞ୍ଚାୟତସ୍ଥିତ ମଧୁବନ ଗ୍ରାମର ବିଶ୍ୱକର୍ମାମାନେ ରଥଖଳାରେ ପହଞ୍ଚି ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରିଛନ୍ତି। ମୁଖ୍ୟ ବିଶ୍ୱକର୍ମା ଦ୍ୱିଜ ମହାରଣାଙ୍କ ନେତୃତ୍ୱରେ ୨୦ରୁ ଊର୍ଦ୍ଧ୍ୱ କାରିଗର ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ରଥକାଠ ଅନୁକୂଳ ଅବସରର ମନ୍ଦିରର ମୁଖ୍ୟ ପୂଜକ ଧ୍ରୁବ କିଶୋର ମହାପାତ୍ର ଶ୍ରୀଜୀଉଙ୍କଠାରୁ ଆଜ୍ଞାମାଳ ଆଣିବା ପରେ ରଥକାଠ ଅନୁକୂଳ କରାଯାଇଥିଲା। ରଥକାଠ ଅନୁକୂଳ ବେଳେ ହରିବୋଲ, ହୁଳହୁଳି ସହ ନାମ ସଂକୀର୍ତ୍ତନରେ ରଥଖଳାରେ ଏକ ଭାବପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ମନ୍ଦିର ପରିଚାଳନା କମିଟି ସଭାପତି କିଶୋର କୁମାର ଦାଶ, ସଦସ୍ୟ ସାରଙ୍ଗଧର ମହାପାତ୍ରଙ୍କ ସମେତ ସମସ୍ତ ସେବକ, କାହାଳିଆ ସେବକ ଓ କ୍ରିୟାନୁଷ୍ଟାନ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
The post କପିଳେଶ୍ୱରଦେବଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ appeared first on Dharitri Odia News.