କଫ ସିରଫ ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ୧୦ ଗିରଫ

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ପୋଲିସ ଦ୍ୱାରା ବେସରକାରୀ ବସଷ୍ଟାଣ୍ଡ ନିକଟରୁ 43 କେଜି ଗଞ୍ଜେଇ ଜବତ ସହ ୭ ଗିରଫ ହୋଇଛନ୍ତି  l ସମ୍ବଲପୁର ଦେଇ ରାଞ୍ଚିକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ଅଇଁଠାପାଲି ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ପାଇ ଅଇଁଠାପାଲି ବସଷ୍ଟାଣ୍ଡ ରେ ଛକି ରହିଥିଲେ  l ବସ ସମ୍ବଲପୁର ପହଞ୍ଚିବା ପରେ ପୋଲିସ ବସକୁ ଯାଞ୍ଚ କରି ବସରୁ 43 କେଜି ଗଞ୍ଜେଇ ଜବତ କରିଥିଲା  l ଏହି ଗଞ୍ଜେଇ ଫୁଲବାଣୀରୁ ରାୟପୁର  […] The post କଫ ସିରଫ ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ୧୦ ଗିରଫ appeared first on KNews Odisha.

କଫ ସିରଫ ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ୧୦ ଗିରଫ
arrested

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ପୋଲିସ ଦ୍ୱାରା ବେସରକାରୀ ବସଷ୍ଟାଣ୍ଡ ନିକଟରୁ 43 କେଜି ଗଞ୍ଜେଇ ଜବତ ସହ ୭ ଗିରଫ ହୋଇଛନ୍ତି  l ସମ୍ବଲପୁର ଦେଇ ରାଞ୍ଚିକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ଅଇଁଠାପାଲି ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ପାଇ ଅଇଁଠାପାଲି ବସଷ୍ଟାଣ୍ଡ ରେ ଛକି ରହିଥିଲେ  l ବସ ସମ୍ବଲପୁର ପହଞ୍ଚିବା ପରେ ପୋଲିସ ବସକୁ ଯାଞ୍ଚ କରି ବସରୁ 43 କେଜି ଗଞ୍ଜେଇ ଜବତ କରିଥିଲା  l

ଏହି ଗଞ୍ଜେଇ ଫୁଲବାଣୀରୁ ରାୟପୁର  ଏବଂ ବିହାରକୁ ଚାଲାଣ ହେଉଥିଲା  l ଏହି ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ 7 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି  l ସେହିପରି ସମ୍ବଲପୁର ଟାଉନ ପୋଲିସ  ସରକାରୀ ବସଷ୍ଟାଣ୍ଡ ନିକଟରେ 25 ଟି କଫ ସିରଫ, ଦେଶୀ ମଦ ଓ ନିଶା ବଟିକା ବିକ୍ରି କରିବା ଅଭିଯୋଗ ରେ 3 ଜଣଙ୍କୁ ଆଜି ଗିରଫ କରିଛି l ଆଜି ଏନେଇ ସମ୍ବଲପୁର ସଦର ଏସଡିପିଓ  ତୋଫାନ ବାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l

 

The post କଫ ସିରଫ ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ୧୦ ଗିରଫ appeared first on KNews Odisha.