କବର ନିକଟରେ ବଡ଼ ବିସ୍ଫୋରଣ: ୧୦୦ରୁ ଅଧିକ ମୃତ, ଅନେକ ଆହତ

ତେହରାନ,୩।୧: ଇରାନର କରମାନ ସହରରେ ଦୁଇଟି ବଡ଼ ବିସ୍ଫୋରଣ ଘଟି ୧୦୩ ଜଣଙ୍କର ମୃତ୍ୟୁ ଘଟିଛି। ୧୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ଦେଶର ପୂର୍ବତନ ଜେନେରାଲ କାସୀମ ସୁଲେମାନୀଙ୍କ କବର ନିକଟରେ ଘଟିଥିଲା। ସୁଲେମାନୀଙ୍କ ମୃତ୍ୟୁର ଚତୁର୍ଥ ବାର୍ଷିକୀରେ ଆୟୋଜିତ କାର୍ଯ୍ୟକ୍ରମ ସମୟରେ ଏହି ବିସ୍ଫୋରଣ ଘଟିଛି। ଇରାନର ଡେପୁଟି ଗଭର୍ନର ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ୨୦୨୦ରେ ଆମେରିକା ଡ୍ରୋନ ଆକ୍ରମଣ କରି ଜେନେରାଲ କାସୀମ ସୁଲେମାନୀଙ୍କୁ ହତ୍ୟା […] The post କବର ନିକଟରେ ବଡ଼ ବିସ୍ଫୋରଣ: ୧୦୦ରୁ ଅଧିକ ମୃତ, ଅନେକ ଆହତ appeared first on Dharitri Odia News.

କବର ନିକଟରେ ବଡ଼ ବିସ୍ଫୋରଣ: ୧୦୦ରୁ ଅଧିକ ମୃତ, ଅନେକ ଆହତ

ତେହରାନ,୩।୧: ଇରାନର କରମାନ ସହରରେ ଦୁଇଟି ବଡ଼ ବିସ୍ଫୋରଣ ଘଟି ୧୦୩ ଜଣଙ୍କର ମୃତ୍ୟୁ ଘଟିଛି। ୧୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ଦେଶର ପୂର୍ବତନ ଜେନେରାଲ କାସୀମ ସୁଲେମାନୀଙ୍କ କବର ନିକଟରେ ଘଟିଥିଲା। ସୁଲେମାନୀଙ୍କ ମୃତ୍ୟୁର ଚତୁର୍ଥ ବାର୍ଷିକୀରେ ଆୟୋଜିତ କାର୍ଯ୍ୟକ୍ରମ ସମୟରେ ଏହି ବିସ୍ଫୋରଣ ଘଟିଛି।
ଇରାନର ଡେପୁଟି ଗଭର୍ନର ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ୨୦୨୦ରେ ଆମେରିକା ଡ୍ରୋନ ଆକ୍ରମଣ କରି ଜେନେରାଲ କାସୀମ ସୁଲେମାନୀଙ୍କୁ ହତ୍ୟା କରିଥିଲା। ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଙ୍କ ପରେ ସୁଲେମାନୀ ଦେଶର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଗଣାଯାଉଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ରାସ୍ତାରେ ଅନେକ ମୃତଦେହ ଦେଖିବାକୁ ମିଳିଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିପାରେ।
ଜାନୁଆରୀ ୩, ୨୦୨୦ରେ ବାଗଦାଦ ବିମାନବନ୍ଦରରେ ଆମେରିକାର ଡ୍ରୋନ ଆକ୍ରମଣରେ ପୂର୍ବତନ ଜେନେରାଲ ସୁଲେମାନୀଙ୍କର ମୃତ୍ୟୁ ଘଟିଥିଲା।

The post କବର ନିକଟରେ ବଡ଼ ବିସ୍ଫୋରଣ: ୧୦୦ରୁ ଅଧିକ ମୃତ, ଅନେକ ଆହତ appeared first on Dharitri Odia News.