କବି ଗୁରୁ ପ୍ରସାଦ ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ଓ ସାରସ୍ଵତ ସମାରୋହ ପାଳିତ
ସମ୍ବଲପୁର: ଯଶସ୍ଵୀ ଓ ଚର୍ଚ୍ଚିତ କବି ଗୁରୁ ପ୍ରସାଦ ମହାନ୍ତି ଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବକୁ ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ର ଅଗ୍ରଣୀ ସରକାରୀ ମହିଳା କନିଷ୍ଠ ମହା ବିଦ୍ୟାଳୟର ସଭା କକ୍ଷରେ ସମାରୋହର ସହ ପାଳିତ ହୋଇ ଯାଇଛି । ଅନୁଷ୍ଠାନ ର ଅଧ୍ୟକ୍ଷ ରଞ୍ଜନ ନାଏକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ […] The post କବି ଗୁରୁ ପ୍ରସାଦ ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ଓ ସାରସ୍ଵତ ସମାରୋହ ପାଳିତ appeared first on Odisha.News.

ସମ୍ବଲପୁର: ଯଶସ୍ଵୀ ଓ ଚର୍ଚ୍ଚିତ କବି ଗୁରୁ ପ୍ରସାଦ ମହାନ୍ତି ଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବକୁ ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ର ଅଗ୍ରଣୀ ସରକାରୀ ମହିଳା କନିଷ୍ଠ ମହା ବିଦ୍ୟାଳୟର ସଭା କକ୍ଷରେ ସମାରୋହର ସହ ପାଳିତ ହୋଇ ଯାଇଛି । ଅନୁଷ୍ଠାନ ର ଅଧ୍ୟକ୍ଷ ରଞ୍ଜନ ନାଏକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କବି ଗୁରୁ ପ୍ରସାଦ କାମ ସଂକ୍ଷକ ପୁସ୍ତକ ରଚନା କରିଥିଲେ ପଚ୍ୟା o ପାଶ୍ଚାତ୍ୟରେ ସମ୍ମିଶ୍ରଣ ରେ ଲେଖିଥିବା ପ୍ରଭାବ ଶାଳୀ ଲେଖା ପାଇଁ ଯୁଗ ସ୍ରଷ୍ଟା ସଦୃଶ୍ୟ ସ୍ମରଣୀୟ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ।ସେ ତାଙ୍କ ବକ୍ତବ୍ୟରେ କବି ରଚିତ କବିତାରେ ଥିବା ଚିତ୍ର ,ଚିତ୍ର କଳ୍ପ ଓ ମୀଥ ଗୁଡ଼ିକ ଉପସ୍ଥାପନା କରିଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଓକିଲ ଓ ସାହିତ୍ୟିକ ହୃଦାନନ୍ଦ ଶର୍ମା , ଶିକ୍ଷାବିତ୍ ଓ କବି ଚତୃଭୂଜ ସାହୁ, ନାରୀ କବୀ ରଜନୀ ପଟେଲ, ରେବତୀ ନାୟକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ ଚୌଧୁରୀ, ହେମନ୍ତ କୁମାର ପୃଷେଟ, ପ୍ରମୋଦ କୁମାର ନାୟକ,ବନମାଳୀ ନାମଦେଓ,ବିଶ୍ଵନାଥ ସାହୁ, ସରୋଜ କୁମାର ସେନାପତି, ସାମାଜିକ କର୍ମୀ ପଦ୍ମିନୀ ବଂକରା ପ୍ରମୁଖ ଯୋଗ ଦେଇ ସ୍ବରଚିତ କବିତା ମାଧ୍ୟମରେ କବି ମହାନ୍ତିଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ ।ଏହି ଅବସରରେ କବି ଗୁରୁ ପ୍ରସାଦ ଙ୍କ ଶୈଳୀରେ କବିତା ଲେଖି ଚର୍ଚ୍ଚିତ ହୋଇଥିବା କବି ସୁବାସ ନାୟକଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ “କବି ଗୁରୁ ପ୍ରସାଦ ମହାନ୍ତି ସ୍ମୁତି ସମ୍ମାନ” ରେ ସମ୍ମାନିତ କରାଯାଇଥିଲା । ମାନପତ୍ର କୁ କବି ନମଦେଓ ପାଠ କରିଥିଲେ । କବି ହେମନ୍ତ ପୃଶେଟ ଙ୍କ” କବିତା ମାଧୁରୀ”, କବି ବିଶ୍ଵନାଥ ସାହୁ ଙ୍କ ” ମା ଚୈତ୍ରସ୍ୱରୀ ” ଓ ଅନ୍ୟ ଏକ ସଂକଳନ” ବିଷ୍ଣୁ ଙ୍କ ଦୁରଭାସ ନମ୍ବର”କୁ ଅତିଥି ଗଣ ଶୁଭ ଉନ୍ମୋଚନ କରିଥିଲେ ।ପ୍ରାରମ୍ଭରେ ଅଡ଼ୁଆ ଅଧ୍ୟାପକ ଉଦୟ ଚନ୍ଦ୍ର ପାଣିଗ୍ରାହୀ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ଓ ବିଷୟ ପ୍ରବେଶ କରିଥିଲେ ।ଦ୍ଵିତୀୟ ଅଧିବେଶନ ରେ ଅର୍ଦ୍ଧ ଶତାଧିକ କବି ଙ୍କ କବିତାକୁ ରଜନୀ ପଟେଲ, ଉଦୟ ପାଣିଗ୍ରାହୀ ଓ ସୁଶ୍ରୀ ପଦ୍ମିନୀ ବାଙ୍କରା ସଂଯୋଜନା କରିଥିବା ବେଳେ ଶେଷରେ ରସାୟନ ବିଭାଗ ଅଧ୍ୟାପକ ଗୁରୁଜନ ଖୁଣ୍ଟିଆ ଧନ୍ୟବାଦ୍ ଅର୍ପଣ କରିଥିଲେ ।
The post କବି ଗୁରୁ ପ୍ରସାଦ ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ଓ ସାରସ୍ଵତ ସମାରୋହ ପାଳିତ appeared first on Odisha.News.