ଟିମ୍ ଇଣ୍ଡିଆର ନୂତନ ହେଡ୍ କୋଚ୍ ହେଲେ ଗୌତମ ଗମ୍ଭୀର, ଜୟ ଶାହ କଲେ ବଡ ଘୋଷଣା

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଭାରତୀୟ କ୍ରିକେଟ୍ ଦଳକୁ ମିଳିଛି ନୂତନ କୋଚ୍ । ଆଶା ଅନୁଯାୟୀ ପୂର୍ବତନ ଭାରତୀୟ ଦଳର ଓପନର ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ଏ ନେଇ ମଙ୍ଗଳବାର ଘୋଷଣା କରିଛନ୍ତି ବିସିସିଆଇ ସଚିବ ଜୟ ଶାହ । ଗମ୍ଭୀର ଭାରତୀୟ କ୍ରିକେଟ୍ ଇତିହାସରେ ୨୫ତମ କୋଚ୍ ହେବାକୁ ଯାଉଛନ୍ତି । ଟି-୨୦ ବିଶ୍ୱକପ୍ ୨୦୨୪ ପରେ ରାହୁଲ […] The post ଟିମ୍ ଇଣ୍ଡିଆର ନୂତନ ହେଡ୍ କୋଚ୍ ହେଲେ ଗୌତମ ଗମ୍ଭୀର, ଜୟ ଶାହ କଲେ ବଡ ଘୋଷଣା appeared first on Odisha.News.

ଟିମ୍ ଇଣ୍ଡିଆର ନୂତନ ହେଡ୍ କୋଚ୍ ହେଲେ ଗୌତମ ଗମ୍ଭୀର, ଜୟ ଶାହ କଲେ ବଡ ଘୋଷଣା

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଭାରତୀୟ କ୍ରିକେଟ୍ ଦଳକୁ ମିଳିଛି ନୂତନ କୋଚ୍ । ଆଶା ଅନୁଯାୟୀ ପୂର୍ବତନ ଭାରତୀୟ ଦଳର ଓପନର ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ଏ ନେଇ ମଙ୍ଗଳବାର ଘୋଷଣା କରିଛନ୍ତି ବିସିସିଆଇ ସଚିବ ଜୟ ଶାହ । ଗମ୍ଭୀର ଭାରତୀୟ କ୍ରିକେଟ୍ ଇତିହାସରେ ୨୫ତମ କୋଚ୍ ହେବାକୁ ଯାଉଛନ୍ତି । ଟି-୨୦ ବିଶ୍ୱକପ୍ ୨୦୨୪ ପରେ ରାହୁଲ ଦ୍ରାବିଡଙ୍କ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ସଂପୂର୍ଣ୍ଣ ହୋଇ ସାରିଛି । ଜୁଲାଇ ମାସ ଶେଷ ଆଡକୁ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଗମ୍ଭୀର ଭାରତର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇବେ । ବର୍ତ୍ତମାନ ଜିମ୍ବାୱେ ଗସ୍ତରେ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ର ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ମଣ ଅନ୍ତରୀଣ ହେଡ୍ କୋଚ୍ ଭୂମିକା ନିଭାଉଛନ୍ତି ।

ବିସିସିଆଇ ସଚିବ ଜୟ ଶାହ ଏକ୍ସରେ ଗମ୍ଭୀରଙ୍କୁ ମୁଖ୍ୟ କୋଚ୍ କରାଯିବାର ଘୋଷଣା କରି କହିଛନ୍ତି, ମୋତେ ଏହା ଘୋଷଣା କରି ବହୁତ ଖୁସି ଲାଗୁଛି ଯେ, ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତୀ କୋଚ୍ ହେବାକୁ ଯାଉଛନ୍ତି । ଆଧୁନିକ କ୍ରିକେଟରେ ଦ୍ରୁତ ଗତିରେ ଉନ୍ନତି ଘଟିଛି । ଗମ୍ଭୀର ବହୁ ନିକଟରୁ ଏହି ସବୁ ପରିବର୍ତ୍ତନ ଦେଖିଛନ୍ତି ଏବଂ ଅନୁଭବ କରିଛନ୍ତି । ସେ ନିଜ କ୍ୟାରିୟରରେ ଯାହା ସୁଯୋଗ ମିଳିଛି, ସେ ଶ୍ରେଷ୍ଠ ସାବ୍ୟସ୍ତ କରିଛନ୍ତି । ମୋତେ ପୂର୍ଣ୍ଣ ଭରସା ଯେ, ଗୌତମ ଗମ୍ଭୀର ସେହି ବ୍ୟକ୍ତି ଯିଏ ଭାରତୀୟ କ୍ରିକେଟକୁ ଆଗକୁ ନେଇଯିବେ । ଟିମ୍ ଇଣ୍ଡିଆ ପାଇଁ ତାଙ୍କର ଭିଜନ ସ୍ପଷ୍ଟ ରହିଛି । ଏହା ସହିତ ତାଙ୍କ ଅଭିଜ୍ଞତା କୋଚ୍ ପଦ ପାଇଁ ତାଙ୍କୁ ଆଦର୍ଶ ବ୍ୟକ୍ତିରେ ପରିଣତ କରୁଛି । ବିସିସିଆଇ ଗମ୍ଭୀରଙ୍କୁ ତାଙ୍କର ଏହି ନୂତନ ଯାତ୍ରାରେ ପୁରା ସମର୍ଥନ ଦେବ ।

ଗୌତମ ଗମ୍ଭୀରଙ୍କ ଅଧିନରେ ଭାରତୀୟ ଦଳର ପ୍ରଥମ ସିରିଜ୍ ଜୁଲାଇ ୨୭ ତାରିଖରେ ଶ୍ରୀଲଙ୍କା ବିପକ୍ଷରୁ ଆରମ୍ଭ ହେବ । ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳ ୩ଟି ଟି-୨୦ ଏବଂ ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ । ଗମ୍ଭୀରଙ୍କ କାର୍ଯ୍ୟକାଳ ୨୦୨୭ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରହିଛି । ଏହି ସମୟରେ ଅନେକ ଆଇସିସି ଟୁର୍ଣ୍ଣାମେଣ୍ଟ ରହିଛି । ଗମ୍ଭୀରଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ ୨୦୨୫ରେ ପାକିସ୍ତାନରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି । ଏହା ପରେ ସେହି ବର୍ଷ ଖେଳା ଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଭାରତ ପହଞ୍ଚିବାର ଆଶା ର ହିଛି । ୨୦୨୬ରେ ଟି-୨୦ ବିଶ୍ୱକପ୍ ଓ ୨୦୨୭ ଦିନିକିଆ ବିଶ୍ୱକପ୍ ଗମ୍ଭୀରଙ୍କ କାର୍ଯ୍ୟକାଳରେ ଭାରତୀୟ ଦଳର ଶେଷ ଆଇସିସି ଟୁର୍ଣ୍ଣାମେଣ୍ଟ ହେବ ।

ସୂଚନା ଅନୁଯାୟୀ, କୋଚ୍ ଦାୟିତ୍ୱ ଗ୍ରହଣ କରିବା ପରେ ଗମ୍ଭୀର ଅନେକ ବଡ ନିଷ୍ପତ୍ତି ନେଇ ପାରନ୍ତି । ଖବର ଏହା ମଧ୍ୟ ରହିଛି ଯେ, ସେ ସୀମିତ ଓଭର ଓ ଟେଷ୍ଟ ଫର୍ମାଟରେ ଭିନ୍ନ ଭିନ୍ନ ଖେଳାଳିଙ୍କୁ ଅଧିନାୟକ କରାଯିବା ସପକ୍ଷରେ ଅଛନ୍ତି ।

The post ଟିମ୍ ଇଣ୍ଡିଆର ନୂତନ ହେଡ୍ କୋଚ୍ ହେଲେ ଗୌତମ ଗମ୍ଭୀର, ଜୟ ଶାହ କଲେ ବଡ ଘୋଷଣା appeared first on Odisha.News.