ଦୁର୍ଗା ପ୍ରତିମା ନିର୍ମାଣ ପାଇଁ ମାଟି ଅନୁକୂଳ।

କଳାହାଣ୍ଡି:୧୨/୦୯(ସନତ ପ୍ରଧାନୀ) ଆସୁଛି ପାର୍ବଣ ଋତୁ,ଧରାବତରଣ କରିବେ ମା ଜଗତ ଜନନୀ ଦୁର୍ଗା। ଦୁର୍ଗା ପୂଜା ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର କୋକସରା ବ୍ଲକ ସଦର ମହକୁମା ରେ ପାଳନ ହେଉଥିବା ସାର୍ବଜନୀନ ଦୁର୍ଗା ପୂଜା ପାଇଁ କମିଟି ପକ୍ଷରୁ ଦୁର୍ଗାଦେବୀ ଙ୍କ ପ୍ରତିମା ନିର୍ମାଣ ପାଇଁ ମାଟି ଅନୁକୂଳ କରାଯାଇଛି। ଏହି ଅବସର ରେ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ତିଥିରେ ରେଙ୍ଗାଳପାଲି ମୁଟ୍ରା ନଦୀ କୁଳ ରୁ ପୁଜକ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ […] The post ଦୁର୍ଗା ପ୍ରତିମା ନିର୍ମାଣ ପାଇଁ ମାଟି ଅନୁକୂଳ। appeared first on Odisha.News.

ଦୁର୍ଗା ପ୍ରତିମା ନିର୍ମାଣ ପାଇଁ ମାଟି ଅନୁକୂଳ।

କଳାହାଣ୍ଡି:୧୨/୦୯(ସନତ ପ୍ରଧାନୀ)
ଆସୁଛି ପାର୍ବଣ ଋତୁ,ଧରାବତରଣ କରିବେ ମା ଜଗତ ଜନନୀ ଦୁର୍ଗା। ଦୁର୍ଗା ପୂଜା ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର କୋକସରା ବ୍ଲକ ସଦର ମହକୁମା ରେ ପାଳନ ହେଉଥିବା ସାର୍ବଜନୀନ ଦୁର୍ଗା ପୂଜା ପାଇଁ କମିଟି ପକ୍ଷରୁ ଦୁର୍ଗାଦେବୀ ଙ୍କ ପ୍ରତିମା ନିର୍ମାଣ ପାଇଁ ମାଟି ଅନୁକୂଳ କରାଯାଇଛି। ଏହି ଅବସର ରେ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ତିଥିରେ ରେଙ୍ଗାଳପାଲି ମୁଟ୍ରା ନଦୀ କୁଳ ରୁ ପୁଜକ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ ଙ୍କ ପୂଜାର୍ଚ୍ଚନା ପରେ ପୂଜାକର୍ତ୍ତା ପିତାମ୍ବର ପଟ୍ଟନାୟକ ଦେବୀ ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ ମାଟି ଅନୁକୂଳ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଦୁର୍ଗା ପୂଜା କମିଟିର ସଭାପତି ଶ୍ରୀନିବାସ ପ୍ରଧାନୀ, ଉପ ସଭାପତି ନନ୍ଦ କିଶୋର ଧରୁଆ,ସମ୍ପାଦକ ମହେଶ ଗୁପ୍ତା, ବନମାଳୀ ପ୍ରଧାନୀ, ମାନସ ପ୍ରଧାନୀ,ଦୁଷ୍ମନ୍ତ ପାଟ୍ଟଯୋଶୀ, ଅମୂଲ୍ୟ କୁମାର ବିଶି, ସୌମ୍ୟ ରଞ୍ଜନ ପ୍ରଧାନୀ,ତପନ ମାଝୀ, ମହେନ୍ଦ୍ର ପ୍ରଧାନି,ସେବକ ଘନଶ୍ୟାମ ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହିଥିଲେ।

The post ଦୁର୍ଗା ପ୍ରତିମା ନିର୍ମାଣ ପାଇଁ ମାଟି ଅନୁକୂଳ। appeared first on Odisha.News.