ଛତିଶଗଡ଼ ପଡିଗାଁରେ ଓଡ଼ିଆ ଭାଗବତ ପରାୟଣ ଉଦଯାପିତ

ଝାରସୁଗୁଡା ୨୮/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲାର ସୀମାନ୍ତ ପଡ଼ୋଶୀ ଛତିଶଗଡ଼ ରାୟଗଡ଼ ଜିଲ୍ଲା ପୁଷୌର ବିକାଶ ଖଣ୍ଡ ଅନ୍ତର୍ଗତ ପଡିଗାଁ ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅତିବଡ଼ି ଜଗନ୍ନାଥ ଦାସଙ୍କ କୃତ ଓଡ଼ିଆ ଭାଗବତ ପରାୟଣ କଥା ଉଦଯାପିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସୁଦୂର କଟକ ସ୍ଥିତ ବିଡ଼ାନାସୀ ରାମ ନିଗମେଶ୍ୱର ମନ୍ଦିରର ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ ଯୋଗଦାନ କରି ଓଡ଼ିଆ ଭାଗବତ ଅମୃତବାଣୀ ପାଠକରି ଅଗଣିତ ଶ୍ରୋତା ମାନଙ୍କ ମନରେ ଆଧ୍ୟାତ୍ମିକ […] The post ଛତିଶଗଡ଼ ପଡିଗାଁରେ ଓଡ଼ିଆ ଭାଗବତ ପରାୟଣ ଉଦଯାପିତ appeared first on Odisha.News.

ଛତିଶଗଡ଼ ପଡିଗାଁରେ ଓଡ଼ିଆ ଭାଗବତ ପରାୟଣ ଉଦଯାପିତ

ଝାରସୁଗୁଡା ୨୮/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲାର ସୀମାନ୍ତ ପଡ଼ୋଶୀ ଛତିଶଗଡ଼ ରାୟଗଡ଼ ଜିଲ୍ଲା ପୁଷୌର ବିକାଶ ଖଣ୍ଡ ଅନ୍ତର୍ଗତ ପଡିଗାଁ ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅତିବଡ଼ି ଜଗନ୍ନାଥ ଦାସଙ୍କ କୃତ ଓଡ଼ିଆ ଭାଗବତ ପରାୟଣ କଥା ଉଦଯାପିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସୁଦୂର କଟକ ସ୍ଥିତ ବିଡ଼ାନାସୀ ରାମ ନିଗମେଶ୍ୱର ମନ୍ଦିରର ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ ଯୋଗଦାନ କରି ଓଡ଼ିଆ ଭାଗବତ ଅମୃତବାଣୀ ପାଠକରି ଅଗଣିତ ଶ୍ରୋତା ମାନଙ୍କ ମନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ଏହି ଅବସରରେ ଉତ୍କଳ ସମ୍ମିଳନୀ ଛତିଶଗଡ଼ ପ୍ରତିନିଧି କ୍ଷମାସାଗର ଭୋଇ ମୁଖ୍ୟ ଅତିଥି ଏବଂ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଞ୍ଚଳର ଭାଗବତ ସଂସ୍ଥାପକ ଜଗନ୍ନାଥ ଶତପଥୀ, ମହିମା ଡିଗ୍ରୀ କଲେଜର ଅଧ୍ୟକ୍ଷ ରମଣୀ ରଞ୍ଜନ ବିଶ୍ଵାଳ, ଗୌତମ ବେହେରା, ବିନୋଦ ବିଶ୍ୱାଳ,ରୁଦ୍ର ପ୍ରତାପ ଶର୍ମା,ସୁବାସ ପ୍ରଧାନ,ବିଜେପି ବରିଷ୍ଠ ନେତା ଜଗନ୍ନାଥ ପାଣିଗ୍ରାହୀ ପ୍ରମୂଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ଛତିଶଗଡ଼ ବିଛିନ୍ନାଞ୍ଚଳ ଓଡ଼ିଆ ଭାଗବତ ପରିଚାଳନା କମିଟି ପକ୍ଷରୁ ସ୍ଥାନୀୟ ସରପଞ୍ଚ ସତ୍ୟ ନାରାୟଣ ପଧାନ,ଶ୍ରବଣ କୁମାର ପ୍ରଧାନ,ରବି ଶଙ୍କର ଚୌଧୁରୀ,ରାମ ଦୟାଲ ପଟେଲ,ଜୟ ଶଙ୍କର ଭୋଇ,ଭାଗବତିଆ ସା,ସାହେବରାମ ପଧାନ,ଆଶିଷ ପୁରୋହିତ, ଅରୁଣ ପୁରୋହିତ,ଉଜ୍ବଳ ରାଣା,ଅନୀଲ ୟାଦବ,ଦେବାନନ୍ଦ ଖମାରୀ ଙ୍କ ସମେତ ସମସ୍ତ ଗ୍ରାମବାସୀ ପରିଚାଳନା ରେ ସହଯୋଗ କରିଥିଲେ । ଛତିଶଗଡ଼ ତଥା ଓଡ଼ିଶା ସୀମାନ୍ତ ବିଭିନ୍ନ ପ୍ରାନ୍ତରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ଏବଂ ସମସ୍ତ ଙ୍କ ନିମନ୍ତେ ଅନ୍ନ ପ୍ରସାଦବ୍ୟବସ୍ଥା କରା ଯାଇଥିଲା ।
ସୂଚନା ଥାଉକି ଓଡ଼ିଶା ଉତ୍କଳ ସମ୍ମିଳନୀର ଛତିଶଗଡ଼ ପ୍ରତିନିଧି କ୍ଷମାସାଗର ଭୋଇଙ୍କ ଉଦ୍ୟମରେ ୨୦୧୬ ମସିହାରୁ ପଡିଗାଁ ଗ୍ରାମରେ ଆରମ୍ଭ ହୋଇଥିବା ଓଡ଼ିଆ ଭାଗବତ ପାଠ ବର୍ତ୍ତମାନ ସୁଦ୍ଧା ମହା ସମାରୋହରେ ପାଳିତ ହୋଇ ଆସୁଛି ।

The post ଛତିଶଗଡ଼ ପଡିଗାଁରେ ଓଡ଼ିଆ ଭାଗବତ ପରାୟଣ ଉଦଯାପିତ appeared first on Odisha.News.