କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଖାତା ମୂଲ୍ୟାୟନ ପ୍ରସ୍ତୁତି ଚୂଡାନ୍ତ

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବାରଠାରୁ ଆରମ୍ଭ ହେବ। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ ଯୁକ୍ତ ୨ ପରୀକ୍ଷା ଖାତା ଅଫଲାଇନ ଏବଂ ଅନ୍‌ଲାଇନ ମୂଲ୍ୟାଙ୍କନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ମୂଲ୍ୟାଙ୍କନ କିଭଳି ସ୍ବାଭାବିକ ଭାବେ ଚାଲିବ ସେନେଇ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। ଡେପୁଟି ସୁପରିଟେଣ୍ଡେଣ୍ଟ ବିଭାସ ଦାସ, ଜୋନ ଅଫିସର୍‌ ରଜନୀକାନ୍ତ ତ୍ରିପାଠୀ, ବୁଦ୍ଧିନାଥ […] The post କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଖାତା ମୂଲ୍ୟାୟନ ପ୍ରସ୍ତୁତି ଚୂଡାନ୍ତ appeared first on Dharitri Odia News.

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଖାତା ମୂଲ୍ୟାୟନ ପ୍ରସ୍ତୁତି ଚୂଡାନ୍ତ

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବାରଠାରୁ ଆରମ୍ଭ ହେବ। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ ଯୁକ୍ତ ୨ ପରୀକ୍ଷା ଖାତା ଅଫଲାଇନ ଏବଂ ଅନ୍‌ଲାଇନ ମୂଲ୍ୟାଙ୍କନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ମୂଲ୍ୟାଙ୍କନ କିଭଳି ସ୍ବାଭାବିକ ଭାବେ ଚାଲିବ ସେନେଇ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। ଡେପୁଟି ସୁପରିଟେଣ୍ଡେଣ୍ଟ ବିଭାସ ଦାସ, ଜୋନ ଅଫିସର୍‌ ରଜନୀକାନ୍ତ ତ୍ରିପାଠୀ, ବୁଦ୍ଧିନାଥ ବେହେରା, ସୁନିଲ ଦାସ ଦାୟିତ୍ୱରେ ଅଛନ୍ତି। ଅନଲାଇନ ଦୁଇଟି ସିଫ୍ଟରେ ହେବ। ସେହିଭଳି ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଚଳିତବର୍ଷ ଯୁକ୍ତ ୩ ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ପ୍ରକାଶ ପାଇଁ ପଦକ୍ଷେପ ନିଆଯାଇଛି। ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ମୂଲ୍ୟାଙ୍କନକେନ୍ଦ୍ରଗୁଡିକରେ ବର୍ତ୍ତମାନ ଷଷ୍ଠ ସେମିଷ୍ଟାର୍‌ ମୂଲ୍ୟାଙ୍କନ ଚାଲିଛି। କରୋନା ପରଠୁ ବିଭିନ୍ନ ପରୀକ୍ଷା ଫଳ ପ୍ରକାଶ ରେ ବିଳମ୍ବ ହେଉଥିଲା। ଏହାଦ୍ବାରା ଛାତ୍ରୀଛାତ୍ରମାନେ ରାଜ୍ୟ ବାହାରେ ଉଚ୍ଚତର ଶିକ୍ଷା ଗ୍ରହଣ କରିବାରେ କିଛିଟା ସମସ୍ୟାର ସମ୍ମୁଖୀନ ହେଉଥିଲେ। ମାତ୍ର ଚଳିତ ବର୍ଷ ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇବା ଲାଗି ସ୍ଥିର ହୋଇଥିବାରୁ ଛାତ୍ରୀଛାତ୍ରଙ୍କ ପାଇଁ ଏହି ସମସ୍ୟା ରହିବ ନାହିଁ ବୋଲି କୁହାଯାଉଛି।

The post କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଖାତା ମୂଲ୍ୟାୟନ ପ୍ରସ୍ତୁତି ଚୂଡାନ୍ତ appeared first on Dharitri Odia News.