କମ ନମ୍ବର ରଖିବାରୁ ମୂଷା ଔଷଧ ପିଇଦେଲେ ଛାତ୍ରୀ

ହାଟଡିହୀ,୨୮l୫(ଶୁଭକାନ୍ତ ନାୟକ): ମାଟ୍ରିକ ପରୀକ୍ଷାରେ କମ ନମ୍ବର ରଖିବାରୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍‌ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ଛାତ୍ରୀ ସୋମବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପରୀକ୍ଷା ଫଳ ପ୍ରକାଶ ପରେ ଛାତ୍ରୀ ଜଣକ ଆଶା ଅନୁସାରେ ନମ୍ବର ରଖି ନ ଥିବାରୁ ମାନସିକ ଦୁଶ୍ଚିନ୍ତାରେ ଥିଲେ। ଶେଷରେ ଘରେ ଥିବା ମୂଷା ଔଷଧ ଖାଇଦେଇଥିଲେ। ପରିବାର ଲୋକେ ପ୍ରଥମେ ଶାଳନିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ଆନନ୍ଦପୁର ଉପଖଣ୍ଡ […] The post କମ ନମ୍ବର ରଖିବାରୁ ମୂଷା ଔଷଧ ପିଇଦେଲେ ଛାତ୍ରୀ appeared first on Dharitri Odia News.

କମ ନମ୍ବର ରଖିବାରୁ ମୂଷା ଔଷଧ ପିଇଦେଲେ ଛାତ୍ରୀ

ହାଟଡିହୀ,୨୮l୫(ଶୁଭକାନ୍ତ ନାୟକ): ମାଟ୍ରିକ ପରୀକ୍ଷାରେ କମ ନମ୍ବର ରଖିବାରୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍‌ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ଛାତ୍ରୀ ସୋମବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପରୀକ୍ଷା ଫଳ ପ୍ରକାଶ ପରେ ଛାତ୍ରୀ ଜଣକ ଆଶା ଅନୁସାରେ ନମ୍ବର ରଖି ନ ଥିବାରୁ ମାନସିକ ଦୁଶ୍ଚିନ୍ତାରେ ଥିଲେ। ଶେଷରେ ଘରେ ଥିବା ମୂଷା ଔଷଧ ଖାଇଦେଇଥିଲେ। ପରିବାର ଲୋକେ ପ୍ରଥମେ ଶାଳନିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ଆନନ୍ଦପୁର ଉପଖଣ୍ଡ ମେଡିକାଲ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି।

The post କମ ନମ୍ବର ରଖିବାରୁ ମୂଷା ଔଷଧ ପିଇଦେଲେ ଛାତ୍ରୀ appeared first on Dharitri Odia News.