କମଲ ହାସନ ଯାଇପାରନ୍ତି ରାଜ୍ୟ ସଭା ; ଡିଏମକେ ମୁଖ୍ୟ ପାଳନ କରିବେ ତାଙ୍କ ପ୍ରତିଶୃତି

କନକ ବ୍ୟୁରୋ : ତାମିଲ ଚଳଚ୍ଚିତ୍ର ସୁପରଷ୍ଟାର ତଥା ନେତା କମଲ ହାସନ ଯାଇପାରନ୍ତି ରାଜ୍ୟସଭା । ଷ୍ଟାଲିନଙ୍କ ଦଳ ଡିଏମକେ କମଲ ହାସନଙ୍କୁ ରାଜ୍ୟସଭା ଆସନ ଦେଇପାରନ୍ତି । ବୁଧବାର ଦିନ ତାମିଲନାଡୁର ମନ୍ତ୍ରୀ ପିକେ ଶେଖର ବାବୁ କମଲ ହାସନଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ,ସେବେଠାରୁ ଚର୍ଚ୍ଚା ଜୋର । ପ୍ରକୃତରେ କମଲ ହାସନ ମକ୍କଲ ନିଧି ମୟମ (MNM) ନାମରେ ନିଜର ଦଳ ଗଠନ କରିଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ସେ ଭାରତ ମେଣ୍ଟରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ । ସେ ତାମିଲନାଡୁରେ ଡିଏମକେ ନେତୃତ୍ୱାଧୀନ ମେଣ୍ଟ ପାଇଁ ଜୋରଦାର ପ୍ରଚାର ମଧ୍ୟ କରିଥିଲେ । ଏହି ଭାରତୀୟ ଗଠବନ୍ଧନ ରାଜ୍ୟର ୩୯ଟି ଲୋକସଭା ଆସନ ଜିତିଥିଲା ।କ’ଣ ଥିଲା ଷ୍ଟାଲିନଙ୍କ ପ୍ରତିଶୃତି ? ଡିଏମକେର ସୂଚନା ଅନୁସାରେ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଲୋକସଭା ନିର୍ବାଚନରେ ସମର୍ଥନ ବଦଳରେ କମଲ ହାସନଙ୍କୁ ରାଜ୍ୟସଭା ଆସନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଜୁନ୍ ୨୦୨୫ରେ ଛଅଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି । କୁହାଯାଉଛି ଯେ,ଶେଖର ବାବୁ ଏହି ସମ୍ପର୍କରେ କମଲ ହାସନଙ୍କୁ ଭେଟିଥିଲେ । ଏହି ସମୟରେ ସେ ଷ୍ଟାଲିନଙ୍କ ବାର୍ତ୍ତା କମଲଙ୍କୁ ଶୁଣାଇଥିଲେ ଯେ ତାଙ୍କୁ ରାଜ୍ୟସଭାକୁ ପଠାଯିବ । କମଲ ହାସନ ନିଜେ ଯିବେ ନା ସେ ଗଘଗରୁ କାହାକୁ ପଠାଇବେ? (MNM) ମୁଖପାତ୍ର ଏବଂ ପ୍ରସିଦ୍ଧ ତାମିଲ ଚଳଚ୍ଚିତ୍ର ପ୍ରଯୋଜକ ମୁରଲୀ ଆପ୍ପା ନିଶ୍ଚିତ କରିଛନ୍ତି ଯେ ଦଳ ର

କମଲ ହାସନ ଯାଇପାରନ୍ତି ରାଜ୍ୟ ସଭା ; ଡିଏମକେ ମୁଖ୍ୟ ପାଳନ କରିବେ ତାଙ୍କ ପ୍ରତିଶୃତି

କନକ ବ୍ୟୁରୋ : ତାମିଲ ଚଳଚ୍ଚିତ୍ର ସୁପରଷ୍ଟାର ତଥା ନେତା କମଲ ହାସନ ଯାଇପାରନ୍ତି ରାଜ୍ୟସଭା । ଷ୍ଟାଲିନଙ୍କ ଦଳ ଡିଏମକେ କମଲ ହାସନଙ୍କୁ ରାଜ୍ୟସଭା ଆସନ ଦେଇପାରନ୍ତି । ବୁଧବାର ଦିନ ତାମିଲନାଡୁର ମନ୍ତ୍ରୀ ପିକେ ଶେଖର ବାବୁ କମଲ ହାସନଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ,ସେବେଠାରୁ ଚର୍ଚ୍ଚା ଜୋର ।

ପ୍ରକୃତରେ କମଲ ହାସନ ମକ୍କଲ ନିଧି ମୟମ (MNM) ନାମରେ ନିଜର ଦଳ ଗଠନ କରିଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ସେ ଭାରତ ମେଣ୍ଟରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ । ସେ ତାମିଲନାଡୁରେ ଡିଏମକେ ନେତୃତ୍ୱାଧୀନ ମେଣ୍ଟ ପାଇଁ ଜୋରଦାର ପ୍ରଚାର ମଧ୍ୟ କରିଥିଲେ । ଏହି ଭାରତୀୟ ଗଠବନ୍ଧନ ରାଜ୍ୟର ୩୯ଟି ଲୋକସଭା ଆସନ ଜିତିଥିଲା ।
କ’ଣ ଥିଲା ଷ୍ଟାଲିନଙ୍କ ପ୍ରତିଶୃତି ?

ଡିଏମକେର ସୂଚନା ଅନୁସାରେ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଲୋକସଭା ନିର୍ବାଚନରେ ସମର୍ଥନ ବଦଳରେ କମଲ ହାସନଙ୍କୁ ରାଜ୍ୟସଭା ଆସନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଜୁନ୍ ୨୦୨୫ରେ ଛଅଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି । କୁହାଯାଉଛି ଯେ,ଶେଖର ବାବୁ ଏହି ସମ୍ପର୍କରେ କମଲ ହାସନଙ୍କୁ ଭେଟିଥିଲେ । ଏହି ସମୟରେ ସେ ଷ୍ଟାଲିନଙ୍କ ବାର୍ତ୍ତା କମଲଙ୍କୁ ଶୁଣାଇଥିଲେ ଯେ ତାଙ୍କୁ ରାଜ୍ୟସଭାକୁ ପଠାଯିବ ।

କମଲ ହାସନ ନିଜେ ଯିବେ ନା ସେ ଗଘଗରୁ କାହାକୁ ପଠାଇବେ?

(MNM) ମୁଖପାତ୍ର ଏବଂ ପ୍ରସିଦ୍ଧ ତାମିଲ ଚଳଚ୍ଚିତ୍ର ପ୍ରଯୋଜକ ମୁରଲୀ ଆପ୍ପା ନିଶ୍ଚିତ କରିଛନ୍ତି ଯେ ଦଳ ରାଜ୍ୟସଭା ଆସନ ପାଇବ। ତଥାପି, ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରାର୍ଥୀ କିଏ ହେବ ତାହା କମଲ ହାସନ ନିଷ୍ପତ୍ତି ନେବେ । ସେ କହିଛନ୍ତି ଯେ,କମଲ ହାସନ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦଳୀୟ ପଦାଧିକାରୀଙ୍କ ସହ ପରାମର୍ଶ କରିବେ । ସେ ଶେଖର ବାବୁ ଏବଂ ହାସନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକୁ ସ୍ୱୀକାର କରିଥିଲେ କିନ୍ତୁ ଏ ବିଷୟରେ ଅଧିକ ବିବରଣୀ ଦେଇ ନଥିଲେ ।