କମଲା ହାରିସ୍‌ ହୋଇପାରନ୍ତି ରାଷ୍ଟ୍ରପତି

ଓ୍ବାଶିଂଟନ,୧୮ା୭: ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍‌ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରିବେ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ବାଇଡେନ୍‌ଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ପଦରୁ ଓହରିବା ନେଇ ଚାପ ବଢ଼ିବାରେ ଲାଗିଥିବାବେଳେ ତାଙ୍କର ଏହି ମନ୍ତବ୍ୟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଭାରତୀୟ ବଂଶୋଦ୍ଭବ ହାରିସ୍‌ ବାଇଡେନ୍‌ଙ୍କ ସ୍ଥାନ ନେଇ ନଭେମ୍ବର ୫ରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ି ଜିତିଲେ, ଆମେରିକା ଇତିହାସରେ ସେ ପ୍ରଥମ ଅଣଶ୍ୱେତାଙ୍ଗ ମହିଳା ରାଷ୍ଟ୍ରମୁଖ୍ୟ ହେବେ। ନ୍ୟାଶନାଲ ଆସୋସିଏଶନ […] The post କମଲା ହାରିସ୍‌ ହୋଇପାରନ୍ତି ରାଷ୍ଟ୍ରପତି appeared first on Dharitri Odia News.

କମଲା ହାରିସ୍‌ ହୋଇପାରନ୍ତି ରାଷ୍ଟ୍ରପତି

ଓ୍ବାଶିଂଟନ,୧୮ା୭: ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍‌ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରିବେ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ବାଇଡେନ୍‌ଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ପଦରୁ ଓହରିବା ନେଇ ଚାପ ବଢ଼ିବାରେ ଲାଗିଥିବାବେଳେ ତାଙ୍କର ଏହି ମନ୍ତବ୍ୟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଭାରତୀୟ ବଂଶୋଦ୍ଭବ ହାରିସ୍‌ ବାଇଡେନ୍‌ଙ୍କ ସ୍ଥାନ ନେଇ ନଭେମ୍ବର ୫ରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ି ଜିତିଲେ, ଆମେରିକା ଇତିହାସରେ ସେ ପ୍ରଥମ ଅଣଶ୍ୱେତାଙ୍ଗ ମହିଳା ରାଷ୍ଟ୍ରମୁଖ୍ୟ ହେବେ।

ନ୍ୟାଶନାଲ ଆସୋସିଏଶନ ଫର୍‌ ଦି ଆଡଭାନ୍ସମେଣ୍ଟ ଅଫ୍‌ କଲର୍‌ଡ ପିପୁଲ୍‌ (ଏନ୍‌ଏଏସିପି)ର ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି ୮୧ ବର୍ଷୀୟ ବାଇଡେନ୍‌ କହିଛନ୍ତି, ରାଷ୍ଟ୍ରପତି ହେବା ପାଇଁ ହାରିସ୍‌ଙ୍କ ସାମର୍ଥ୍ୟ ରହିଛି। ତେବେ ଶାସକ ଦଳ ପକ୍ଷରୁ ହ୍ବାଇଟ୍‌ ହାଉସ୍‌ ଦୌଡ଼ରୁ ବାଇଡେନ୍‌ ଓହରୁ ନ ଥିବା ବିଷୟ ପୁଣିଥରେ ସ୍ପଷ୍ଟ କରିଛନ୍ତି। ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ କମଲା ହାରିସ୍‌ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କଲେ କିଏ ବିଜୟୀ ହେବେ ସେ ନେଇ ସିଏନ୍‌ଏନ୍‌ ପକ୍ଷରୁ ସର୍ଭେ କରାଯାଇଥିଲା। ଏଥିରେ ଟ୍ରମ୍ପ୍‌ଙ୍କ ସପକ୍ଷରେ ୪୭ ପ୍ରତିଶତ ଏବଂ ହାରିସ୍‌ଙ୍କ ସପକ୍ଷରେ ୪୫ ପ୍ରତିଶତ ରହିଥିବା ଜଣାପଡ଼ିଥିଲା।

The post କମଲା ହାରିସ୍‌ ହୋଇପାରନ୍ତି ରାଷ୍ଟ୍ରପତି appeared first on Dharitri Odia News.