କେଜରିଓ୍ବାଲଙ୍କ ଦମ୍ଭୋକ୍ତି, ଜେଲରୁ ନିର୍ବାଚନ ଲଢିଲେ ବି ୭୦ରୁ ୭୦ ଆସନରେ ଜିତିବି

ନୂଆଦିଲ୍ଲୀ,୨୪।୫: ଲୋକସଭା ନିର୍ବାଚନ ନେଇ ଚାଲିଥିବା ମାହୋଲ ମଧ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଦମ୍ଭୋକ୍ତି ବାଢିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସେ କହିଛନ୍ତି, ଯଦି ମୁଁ ଆଗାମୀ ବିଧାନସଭା ନିର୍ବାଚନ ଯାଏଁ ଜେଲରେ ରୁହେ, ତଥାପି ଆମ ଆଦମି ପାର୍ଟି(ଏଏପି) ଦିଲ୍ଲୀରେ ୭୦ରୁ ୭୦ ଆସନରେ ବିଜୟୀ ହେବ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଏପରି ଦମ୍ଭୋକ୍ତି ଦେଖାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ସୁପ୍ରିମୋ ଅରବିନ୍ଦ କେଜରିୱାଲ। ତାଙ୍କ ସ୍ତ୍ରୀ ସୁନୀତା […] The post କେଜରିଓ୍ବାଲଙ୍କ ଦମ୍ଭୋକ୍ତି, ଜେଲରୁ ନିର୍ବାଚନ ଲଢିଲେ ବି ୭୦ରୁ ୭୦ ଆସନରେ ଜିତିବି appeared first on Dharitri Odia News.

କେଜରିଓ୍ବାଲଙ୍କ ଦମ୍ଭୋକ୍ତି, ଜେଲରୁ ନିର୍ବାଚନ ଲଢିଲେ ବି ୭୦ରୁ ୭୦ ଆସନରେ ଜିତିବି

ନୂଆଦିଲ୍ଲୀ,୨୪।୫: ଲୋକସଭା ନିର୍ବାଚନ ନେଇ ଚାଲିଥିବା ମାହୋଲ ମଧ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଦମ୍ଭୋକ୍ତି ବାଢିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସେ କହିଛନ୍ତି, ଯଦି ମୁଁ ଆଗାମୀ ବିଧାନସଭା ନିର୍ବାଚନ ଯାଏଁ ଜେଲରେ ରୁହେ, ତଥାପି ଆମ ଆଦମି ପାର୍ଟି(ଏଏପି) ଦିଲ୍ଲୀରେ ୭୦ରୁ ୭୦ ଆସନରେ ବିଜୟୀ ହେବ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଏପରି ଦମ୍ଭୋକ୍ତି ଦେଖାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ସୁପ୍ରିମୋ ଅରବିନ୍ଦ କେଜରିୱାଲ। ତାଙ୍କ ସ୍ତ୍ରୀ ସୁନୀତା କେଜରିୱାଲ ନିର୍ବାଚନ ଲଢିବେ କି ନାହିଁ ପ୍ରଶ୍ନରେ କେଜରିୱାଲ କହିଛନ୍ତି ସୁନୀନା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।

କେଜରିଓ୍ବାଲ ଆହୁରି କହିଛନ୍ତି, ଯଦି ସେମାନେ ମୋତେ ଜେଲରେ ରଖନ୍ତି, ମୁଁ ସେଠାରୁ ନିର୍ବାଚନ ଲଢିବି ଏବଂ ମୋର ବିଶ୍ୱାସ ଅଛି ଯେ ଆମେ ମୋଟ ୭୦ରୁ ୭୦ ଆସନରେ ଜିତିବୁ। ଆମର ସମସ୍ତ ବିଧାୟକଙ୍କୁ ଜେଲରେ ରଖନ୍ତୁ ଏବଂ ଦିଲ୍ଲୀରେ ଭୋଟିଂ କରାନ୍ତୁ। ଦେଖିବେ ଏଏପି ବିଜୟୀ ହେବ।

The post କେଜରିଓ୍ବାଲଙ୍କ ଦମ୍ଭୋକ୍ତି, ଜେଲରୁ ନିର୍ବାଚନ ଲଢିଲେ ବି ୭୦ରୁ ୭୦ ଆସନରେ ଜିତିବି appeared first on Dharitri Odia News.