ଇସ୍ତଫା ଦେବେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୧୪ା୮: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଆସନ୍ତା ମାସରେ ନିଜ ପଦରୁ ଇସ୍ତଫା ଦେବେ ବୋଲି ବୁଧବାର ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ କିଶିଦା କହିଛନ୍ତି, ସେ ଶାସକ ଲିବରାଲ ଡେମୋକ୍ରାଟିକ୍‌ ପାର୍ଟି (ଏଲ୍‌ଡିପି) ନେତା ପଦ ପାଇଁ ଆଉ ନିର୍ବାଚନ ଲଢ଼ିବେ ନାହିଁ। କାରଣ ଜନସାଧାରଣଙ୍କ ଆସ୍ଥା ବିନା ରାଜନୀତି ଚାଲିପାରିବ ନାହିଁ। ଦେଶର ରାଜନୈତିକ ସଂସ୍କାରକୁ ଆଗେଇ ନେବା ପାଇଁ ସେ ଏହି ଦୃଢ଼ ନିଷ୍ପତ୍ତି ନେଇଛନ୍ତି। ପ୍ରକାଶ ଯେ, ସେପ୍ଟେମ୍ବରରେ ଏଲ୍‌ଡିପି […] The post ଇସ୍ତଫା ଦେବେ ଜାପାନ ପ୍ରଧାନମନ୍ତ୍ରୀ appeared first on Dharitri Odia News.

ଇସ୍ତଫା ଦେବେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୧୪ା୮: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଆସନ୍ତା ମାସରେ ନିଜ ପଦରୁ ଇସ୍ତଫା ଦେବେ ବୋଲି ବୁଧବାର ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ କିଶିଦା କହିଛନ୍ତି, ସେ ଶାସକ ଲିବରାଲ ଡେମୋକ୍ରାଟିକ୍‌ ପାର୍ଟି (ଏଲ୍‌ଡିପି) ନେତା ପଦ ପାଇଁ ଆଉ ନିର୍ବାଚନ ଲଢ଼ିବେ ନାହିଁ। କାରଣ ଜନସାଧାରଣଙ୍କ ଆସ୍ଥା ବିନା ରାଜନୀତି ଚାଲିପାରିବ ନାହିଁ।

ଦେଶର ରାଜନୈତିକ ସଂସ୍କାରକୁ ଆଗେଇ ନେବା ପାଇଁ ସେ ଏହି ଦୃଢ଼ ନିଷ୍ପତ୍ତି ନେଇଛନ୍ତି। ପ୍ରକାଶ ଯେ, ସେପ୍ଟେମ୍ବରରେ ଏଲ୍‌ଡିପି ନେତା ନିର୍ବାଚନ ଅନୁଷ୍ଠିତ ହେବ। ୨୦୨୧ରେ କିଶିଦା ରାଷ୍ଟ୍ରପତି ନିର୍ବାଚିତ ହେବା ପରଠୁ ତାଙ୍କ ରେଟିଙ୍ଗ୍ସ ହ୍ରାସ ପାଇବାରେ ଲାଗିଛି। ବିଶେଷକରି ବିବାଦୀୟ ୟୁନିଫିକେଶନ୍‌ ଚର୍ଚ୍ଚ ସହ ଏଲ୍‌ଡିପିର ସମ୍ପର୍କ ପ୍ରଘଟ ହେବା ପରେ ସେ ଲୋକପ୍ରିୟତା ହରାଇଛନ୍ତି।

The post ଇସ୍ତଫା ଦେବେ ଜାପାନ ପ୍ରଧାନମନ୍ତ୍ରୀ appeared first on Dharitri Odia News.