କ୍ୟାପଟେନସିରେ ହିଟ୍‌ମ୍ୟାନ୍‌ଙ୍କ ବଡ ରେକର୍ଡ, ଇଂଲଣ୍ଡ ହରାଇ ଅନେକ ଦିଗ୍ଗଜଙ୍କୁ ପକାଇଲେ ପଛରେ…

ନୂଆଦିଲ୍ଲୀ ୧୦।୦୨: ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ୪ ୱିକେଟ୍‌ରେ ଇଂଲଣ୍ଡକୁ କରିଛି ପରାସ୍ତ । ଭାରତର ବିଜୟରେ ଅଧିନାୟକ ରୋହିତ ଶର୍ମାଙ୍କର ରହିଥିଲା ଗୁରୁତ୍ୱପୂର୍ଣ୍ଣ ଅବଦାନ । ରୋହିତ ବିସ୍ଫୋରକ ଶତକ ଲଗାଇଥିଲେ । ଆଉ କରିଥିଲେ ୧୧୯ ରନ ।କଟକରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ରୋହିତ ରଚିଛନ୍ତି ଇତିହାସ । ସେ ଅନେକ ଦିଗ୍ଗଜଙ୍କୁ ପଛରେ ପକାଇଛନ୍ତି । ହିଟ୍‌ମ୍ୟାନ୍‌ ODIରେ ସର୍ବାଧିକ ଛକା ମାରିବା ମାମଲାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଯାହା କୌଣସି ବଡ କିର୍ତ୍ତୀମାନଠାରୁ କମ୍‌ ନୁହେଁ । ରୋହିତ ଛକା ରେକର୍ଡ ସହିତ ଅଧିନାୟକତ୍ୱର ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ସେ ୫୦ଟି ODI ମ୍ୟାଚ୍ ପରେ ଅଧିନାୟକ ଭାବରେ ସର୍ବାଧିକ ବିଜୟ ହାସଲ କରିଛନ୍ତି । ତେବେ ଏହି ମାମଲାରେ ରୋହିତ ଅନେକ କିମ୍ବଦନ୍ତୀ ପ୍ଲେୟରଙ୍କୁ ପଛରେ ପକାଇଛନ୍ତି । ରୋହିତ ଅଧିନାୟକ ଭାବରେ ୩୬ଟି ODI ମ୍ୟାଚ୍ ଜିତିଛନ୍ତି । ଏହି ତାଲିକାରେ ହିଟ୍‌ମ୍ୟାନ୍‌ ୩ୟ ସ୍ଥାନରେ ଅଛନ୍ତି।ତାଲିକାର ଶୀର୍ଷରେ ରହିଛନ୍ତି ବିରାଟ କୋହଲି, ରିକି ପଣ୍ଟିଂ ଏବଂ ଲଏଡ୍ । ଏହି ତିନିଜଣ ଦିନିକିଆରେ ଅଧିନାୟକ ଭାବରେ ପ୍ରତ୍ୟେକ ୩୯ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି । କଟକରେ ଇଂଲଣ୍ଡ ବିପକ୍ଷରେ ବିଜୟୀ ହେବା ପରେ ଭାରତ ସିରିଜରେ ୨-୦ ରେ ଆଗୁଆ ରହିଛି ।   

କ୍ୟାପଟେନସିରେ ହିଟ୍‌ମ୍ୟାନ୍‌ଙ୍କ ବଡ ରେକର୍ଡ, ଇଂଲଣ୍ଡ ହରାଇ ଅନେକ ଦିଗ୍ଗଜଙ୍କୁ ପକାଇଲେ ପଛରେ…

ନୂଆଦିଲ୍ଲୀ ୧୦।୦୨: ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ୪ ୱିକେଟ୍‌ରେ ଇଂଲଣ୍ଡକୁ କରିଛି ପରାସ୍ତ । ଭାରତର ବିଜୟରେ ଅଧିନାୟକ ରୋହିତ ଶର୍ମାଙ୍କର ରହିଥିଲା ଗୁରୁତ୍ୱପୂର୍ଣ୍ଣ ଅବଦାନ । ରୋହିତ ବିସ୍ଫୋରକ ଶତକ ଲଗାଇଥିଲେ । ଆଉ କରିଥିଲେ ୧୧୯ ରନ ।

କଟକରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ରୋହିତ ରଚିଛନ୍ତି ଇତିହାସ । ସେ ଅନେକ ଦିଗ୍ଗଜଙ୍କୁ ପଛରେ ପକାଇଛନ୍ତି । ହିଟ୍‌ମ୍ୟାନ୍‌ ODIରେ ସର୍ବାଧିକ ଛକା ମାରିବା ମାମଲାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଯାହା କୌଣସି ବଡ କିର୍ତ୍ତୀମାନଠାରୁ କମ୍‌ ନୁହେଁ । 

ରୋହିତ ଛକା ରେକର୍ଡ ସହିତ ଅଧିନାୟକତ୍ୱର ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ସେ ୫୦ଟି ODI ମ୍ୟାଚ୍ ପରେ ଅଧିନାୟକ ଭାବରେ ସର୍ବାଧିକ ବିଜୟ ହାସଲ କରିଛନ୍ତି । ତେବେ ଏହି ମାମଲାରେ ରୋହିତ ଅନେକ କିମ୍ବଦନ୍ତୀ ପ୍ଲେୟରଙ୍କୁ ପଛରେ ପକାଇଛନ୍ତି । ରୋହିତ ଅଧିନାୟକ ଭାବରେ ୩୬ଟି ODI ମ୍ୟାଚ୍ ଜିତିଛନ୍ତି । ଏହି ତାଲିକାରେ ହିଟ୍‌ମ୍ୟାନ୍‌ ୩ୟ ସ୍ଥାନରେ ଅଛନ୍ତି।

ତାଲିକାର ଶୀର୍ଷରେ ରହିଛନ୍ତି ବିରାଟ କୋହଲି, ରିକି ପଣ୍ଟିଂ ଏବଂ ଲଏଡ୍ । ଏହି ତିନିଜଣ ଦିନିକିଆରେ ଅଧିନାୟକ ଭାବରେ ପ୍ରତ୍ୟେକ ୩୯ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି । କଟକରେ ଇଂଲଣ୍ଡ ବିପକ୍ଷରେ ବିଜୟୀ ହେବା ପରେ ଭାରତ ସିରିଜରେ ୨-୦ ରେ ଆଗୁଆ ରହିଛି ।