ଟି୨୦ରେ ୩୦୦ ରନ୍‌ କରିବୁ;ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଗର୍ଜିଲେ…

ନୂଆଦିଲ୍ଲୀ,୨୧।୧: ଗତ ୨ ସିରିଜରେ ଟିମ୍‌ ଇଣ୍ଡିଆ ପରାଜିତ ହୋଇଥିଲେ ହେଁ ପରିବର୍ତ୍ତିତ ଫର୍ମାଟ ସହ ଏବେ ଦଳର ପ୍ରତିଟି ଖେଳାଳି ଉତ୍ସାହିତ ଅଛନ୍ତି। ଏଣୁ ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆର ଟି୨୦ ସିରିଜରେ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି। କାରଣ ଉଭୟ ଦଳ ନିକଟରେ ପ୍ରଭାବୀ ବ୍ୟାଟ୍ସମ୍ୟାନ୍‌ ଅଛନ୍ତି। ଏମିତିରେ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବଡ଼ ବୟାନ ଦେଇଛନ୍ତି। ଟିମ୍‌ ଇଣ୍ଡିଆ ଟି୨୦ରେ ୩୦୦ ରନ୍‌ କରିପାରେ […] The post ଟି୨୦ରେ ୩୦୦ ରନ୍‌ କରିବୁ;ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଗର୍ଜିଲେ… appeared first on Dharitri Odia News.

ଟି୨୦ରେ ୩୦୦ ରନ୍‌ କରିବୁ;ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଗର୍ଜିଲେ…

ନୂଆଦିଲ୍ଲୀ,୨୧।୧: ଗତ ୨ ସିରିଜରେ ଟିମ୍‌ ଇଣ୍ଡିଆ ପରାଜିତ ହୋଇଥିଲେ ହେଁ ପରିବର୍ତ୍ତିତ ଫର୍ମାଟ ସହ ଏବେ ଦଳର ପ୍ରତିଟି ଖେଳାଳି ଉତ୍ସାହିତ ଅଛନ୍ତି। ଏଣୁ ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆର ଟି୨୦ ସିରିଜରେ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି। କାରଣ ଉଭୟ ଦଳ ନିକଟରେ ପ୍ରଭାବୀ ବ୍ୟାଟ୍ସମ୍ୟାନ୍‌ ଅଛନ୍ତି। ଏମିତିରେ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବଡ଼ ବୟାନ ଦେଇଛନ୍ତି। ଟିମ୍‌ ଇଣ୍ଡିଆ ଟି୨୦ରେ ୩୦୦ ରନ୍‌ କରିପାରେ ବୋଲି ସେ କହିଛନ୍ତି।

ଷ୍ଟାର ସ୍ପୋଟ୍ସର ଏକ କାର୍ଯ୍ୟକ୍ରମରେ ପଚରାଯାଇଥିଲା ଯେ, କ’ଣ ଟି୨୦ରେ ୩୦୦ ରନ୍‌ ସ୍କୋର କରିବା ସହଜ। ଏହାକୁ ନେଇ ସୂର୍ଯ୍ୟକୁମାର କହିଥିଲେ ଯେ ୨୯୭ ରନ୍‌ ଦଳ କରିସାରିଛି। ଏମିତିରେ ୩୦୦ ରନ୍‌ ବେଶି ଦୂର ନୁହେଁ। ଏହାପରେ କେଉଁ ଟିମ୍‌ ପ୍ରଥମେ ଏହି ଉପଲବ୍ଧି ହାସଲ କରିବ ବୋଲି ପଚରାଯାଇଥିଲା। ଏଥିରେ ସୂର୍ଯ୍ୟକୁମାର ଭାରତୀୟ ଟିମ୍‌ ବୋଲି ଉତ୍ତର ଦେଇଥିଲେ। ଏବେ ତାଙ୍କର ଏହି ବୟାନ ଚର୍ଚ୍ଚାରେ ରହିଛି।

କହିରଖୁଛୁ, ଗତ ବର୍ଷ ଅକ୍ଟୋବରରେ ବାଲାଂଦେଶ ବିପକ୍ଷ ୩ୟ ଟି୨୦ରେ ଟିମ୍‌ ଇଣ୍ଡିଆ ୨୯୭ ରନ୍‌ କରିଥିଲା। ଏହି ମୁକାବିଲା ହାଇଦ୍ରାବାଦରେ ଖେଳାଯାଇଥିଲା, ଯେଉଁଠାରେ ସଞ୍ଜୁ ସାମସନ ୪୭ ବଲ୍‌ରେ ୧୧୧ ରନ୍‌ କରିଥିଲେ।

The post ଟି୨୦ରେ ୩୦୦ ରନ୍‌ କରିବୁ;ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଗର୍ଜିଲେ… appeared first on Dharitri Odia News.