NDTVର ପୂର୍ବତନ ପ୍ରମୋଟର ପ୍ରଣୟ ରୟଙ୍କୁ ବଡ଼ ଆଶ୍ୱସ୍ତି, କେସ୍ ବନ୍ଦ କଲା CBI

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ପ୍ରମାଣ ଅଭାବରେ ଏନଡିଟିଭିର ପୂର୍ବତନ ନିର୍ଦ୍ଦେଶକ ଏବଂ ପ୍ରମୋଟର ପ୍ରଣୟ ରୟ ଏବଂ ରାଧିକା ରୟଙ୍କ ବିରୋଧରେ ଥିବା ମାମଲା ବନ୍ଦ କରିଛି । ୨୦୧୭ ମସିହାରେ ସିବିଆଇ ଏହି ମାମଲା ରୁଜୁ କରିଥିଲା । ଉଭୟଙ୍କ ବିରୋଧରେ ଆଇସିଆଇସିଆଇ ବ୍ୟାଙ୍କକୁ ଜାଣିଶୁଣି ୪୮ କୋଟିରୁ ଅଧିକ ଟଙ୍କା କ୍ଷତି ପହଞ୍ଚାଇଥିବା ଅଭିଯୋଗ ରହିଥିଲା । ଏହି ମାମଲା ୨୦୦୯ ମସିହାରେ ରୟଙ୍କ ଦ୍ୱାରା ଆଇସିଆଇସିଆଇ ବ୍ୟାଙ୍କରୁ ନିଆଯାଇଥିବା ୪୮ କୋଟି ଟଙ୍କାର କଥିତ ଋଣ ଡିଫଲ୍ଟ ସହ ଜଡ଼ିତ ଥିଲା ।ସିବିଆଇ ଏଫ୍‌ଆଇଆର୍ ଅନୁସାରେ ପ୍ରଣୟ ରୟ ଆର୍‌ଆର୍‌ପିଆର୍ ହୋଲ୍ଡିଂ ପ୍ରାଇଭେଟ୍ ନାମକ କମ୍ପାନି ପାଇଁ ନେଇଥିବା ଋଣକୁ ଡିଫଲ୍ଟ କରିଥିଲେ । ସିବିଆଇ ମାମଲା ରୁଜୁ କରିବା ପରେ ଇଡି ମଧ୍ୟ ଏହି ମାମଲାରେ ରୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।କ୍ୱାଣ୍ଟନ ସିକ୍ୟୋରିଟିଜ ଲିମିଟେଡ୍‌ର ସଞ୍ଜୟ ଦତ୍ତଙ୍କ ଅଭିଯୋଗ ଆଧାରରେ ୨୦୧୭ରେ ଏକ ଏଫ୍‌ଆଇଆର୍ ରୁଜୁ କରିଥିଲା । ଏଥିରେ ଅଭିଯୋଗ ହୋଇଥିଲା ଯେ ରୟଙ୍କ ସହ ଜଡ଼ିତ କମ୍ପାନି ଆର୍‌ଆର୍‌ପିଆର୍ ହୋଲ୍ଡିଂ ପ୍ରାଇଭେଟ୍ ଏନଡିଟିଭରେ ୨୦ ପ୍ରତିଶତ ଅଂଶଧନ ହାସଲ କରିବା ପାଇଁ ଇଣ୍ଡିଆ ବୁଲ୍ସ ପ୍ରାଇଭେଟ୍ ଲିମିଟେଡରୁ ୫୦୦ କୋଟି ଟଙ୍କା ଋଣ ନେଇଥିଲା । ଏହା ମଧ୍ୟ ଅଭିଯୋଗ ହୋଇଥିଲା ଯେ ସେବି ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟକୁ କୌଣସି ସୂଚନା ନଦେଇ ଋଣ ପାଇଁ ନିଜ ପୂରା ସେୟା

NDTVର ପୂର୍ବତନ ପ୍ରମୋଟର ପ୍ରଣୟ ରୟଙ୍କୁ ବଡ଼ ଆଶ୍ୱସ୍ତି, କେସ୍ ବନ୍ଦ କଲା CBI

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ପ୍ରମାଣ ଅଭାବରେ ଏନଡିଟିଭିର ପୂର୍ବତନ ନିର୍ଦ୍ଦେଶକ ଏବଂ ପ୍ରମୋଟର ପ୍ରଣୟ ରୟ ଏବଂ ରାଧିକା ରୟଙ୍କ ବିରୋଧରେ ଥିବା ମାମଲା ବନ୍ଦ କରିଛି । ୨୦୧୭ ମସିହାରେ ସିବିଆଇ ଏହି ମାମଲା ରୁଜୁ କରିଥିଲା । ଉଭୟଙ୍କ ବିରୋଧରେ ଆଇସିଆଇସିଆଇ ବ୍ୟାଙ୍କକୁ ଜାଣିଶୁଣି ୪୮ କୋଟିରୁ ଅଧିକ ଟଙ୍କା କ୍ଷତି ପହଞ୍ଚାଇଥିବା ଅଭିଯୋଗ ରହିଥିଲା । ଏହି ମାମଲା ୨୦୦୯ ମସିହାରେ ରୟଙ୍କ ଦ୍ୱାରା ଆଇସିଆଇସିଆଇ ବ୍ୟାଙ୍କରୁ ନିଆଯାଇଥିବା ୪୮ କୋଟି ଟଙ୍କାର କଥିତ ଋଣ ଡିଫଲ୍ଟ ସହ ଜଡ଼ିତ ଥିଲା ।

ସିବିଆଇ ଏଫ୍‌ଆଇଆର୍ ଅନୁସାରେ ପ୍ରଣୟ ରୟ ଆର୍‌ଆର୍‌ପିଆର୍ ହୋଲ୍ଡିଂ ପ୍ରାଇଭେଟ୍ ନାମକ କମ୍ପାନି ପାଇଁ ନେଇଥିବା ଋଣକୁ ଡିଫଲ୍ଟ କରିଥିଲେ । ସିବିଆଇ ମାମଲା ରୁଜୁ କରିବା ପରେ ଇଡି ମଧ୍ୟ ଏହି ମାମଲାରେ ରୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

କ୍ୱାଣ୍ଟନ ସିକ୍ୟୋରିଟିଜ ଲିମିଟେଡ୍‌ର ସଞ୍ଜୟ ଦତ୍ତଙ୍କ ଅଭିଯୋଗ ଆଧାରରେ ୨୦୧୭ରେ ଏକ ଏଫ୍‌ଆଇଆର୍ ରୁଜୁ କରିଥିଲା । ଏଥିରେ ଅଭିଯୋଗ ହୋଇଥିଲା ଯେ ରୟଙ୍କ ସହ ଜଡ଼ିତ କମ୍ପାନି ଆର୍‌ଆର୍‌ପିଆର୍ ହୋଲ୍ଡିଂ ପ୍ରାଇଭେଟ୍ ଏନଡିଟିଭରେ ୨୦ ପ୍ରତିଶତ ଅଂଶଧନ ହାସଲ କରିବା ପାଇଁ ଇଣ୍ଡିଆ ବୁଲ୍ସ ପ୍ରାଇଭେଟ୍ ଲିମିଟେଡରୁ ୫୦୦ କୋଟି ଟଙ୍କା ଋଣ ନେଇଥିଲା । ଏହା ମଧ୍ୟ ଅଭିଯୋଗ ହୋଇଥିଲା ଯେ ସେବି ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟକୁ କୌଣସି ସୂଚନା ନଦେଇ ଋଣ ପାଇଁ ନିଜ ପୂରା ସେୟାରକୁ ବନ୍ଧକ ରଖିଥିଲେ ।