୨୦୨୪ରେ IPLର ବ୍ରାଣ୍ଡ ଭେଲ୍ୟୁ ପହଞ୍ଚିଲା ୧୬.୪ ବିଲିୟନ ଡଲାର, ସିଏସ୍କେ ସବୁଠୁ ମୂଲ୍ୟବାନ ଫ୍ରାଞ୍ଚାଇଜ୍
ନୂଆଦିଲ୍ଲୀ: ଦୁନିଆର ସବୁଠୁ ଦାମୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍ର ବ୍ରାଣ୍ଡ ଭେଲ୍ୟୁ ବଡ଼ ଲମ୍ଫ ମାରିଛି । ୨୦୨୪ ମସିହାରେ ଆଇପିଏଲ୍ ବ୍ରାଣ୍ଡ ଭେଲ୍ୟୁ ପାଖାପାଖି ୧୬.୪ ବିଲିୟନ୍ ଡଲାର (ପାଖାପାଖି ୧,୩୪,୮୫୮ କୋଟି ଟଙ୍କା) ହୋଇଛି । ୨୦୧୩ ତୁଳନାରେ ଏହାର ବ୍ରାଣ୍ଡ ଭେଲ୍ୟୁ ୬.୫ ପ୍ରତିଶତ ବଢିଛି । ଆମେରିକାର ନିବେଶ ବ୍ୟାଙ୍କ ହୋଲିହାନ ଲୋକି ଦ୍ୱାରା ଆଇପିଏଲର ବ୍ରାଣ୍ଡ ଭେଲ୍ୟୁକୁ ନେଇ ଏହି ସଦ୍ୟ ଆକଳନ କରାଯାଇଛି ।ରିପୋର୍ଟ ଅନୁସାରେ ଦୁନିଆର ଦାମୀ କ୍ରିକେଟ୍ ଲିଗ୍ ଆଇପିଏଲ୍ର ବ୍ରାଣ୍ଡ ଭେଲ୍ୟୁ ୨୦୨୩ ମସିହା ତୁଳନାରେ ୬.୩ ପ୍ରତିଶତ ବା ୩.୪ ବିଲିୟନ ଡଲାର ବଢିଛି । ଟାଟା ଗ୍ରୁପ ସହ ପାଞ୍ଚ ବର୍ଷ ପାଇଁ ଟାଇଟଲ୍ ସ୍ପନସରଶିପ୍ ଚୁକ୍ତି ପରେ ବ୍ରାଣ୍ଡ ଭେଲ୍ୟୁରେ ଏହି ବୃଦ୍ଧି ହୋଇଛି । ୨୦୨୪ରୁ ୨୦୨୮ ଯାଏ ଟାଟା ଗ୍ରୁହ ସହ ୨୫୦୦ କୋଟି ଟଙ୍କାର ଚୁକ୍ତି ହୋଇଛି । ଯାହା ପୂର୍ବ ଡିଲ୍ ଠାରୁ ପ୍ରାୟ ୫୦ ପ୍ରତିଶତ ଅଧିକ ।ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହି ଗୁରୁତ୍ୱପୂର୍ଣ୍ଣ ନିବେଶ ସହ ଗତ ବର୍ଷର ବଡ଼ ମିଡିଆ ରାଇଟ୍ସ ନିଲାମୀ, ଆଇପିଏଲ୍ର ଷ୍ଟାଟସ୍ସକୁ ରେଖାଙ୍କିତ କରୁଛି । ଅଲିମ୍ପିକ, ଫିଫା ବିଶ୍ୱକପ ଏବଂ କ୍ରିକେଟ୍ ବିଶ୍ୱକପ ପରି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ବାହାରେ ଆଇପିଏଲ ବୈଶ୍ୱିକ ସ୍ତରରେ ଏକ ବିଲିୟନରୁ ଅଧିକ ଲୋକଙ୍କୁ ଯୋଡିବା ପାଇଁ ନିଜ କ୍ଷମତାରେ ଅଦ୍ୱିତୀୟ ଅଟେ ।ରିପୋର୍ଟ ଅନୁସାରେ ଚେନ୍ନାଇ ସୁପର କିଙ୍
ନୂଆଦିଲ୍ଲୀ: ଦୁନିଆର ସବୁଠୁ ଦାମୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍ର ବ୍ରାଣ୍ଡ ଭେଲ୍ୟୁ ବଡ଼ ଲମ୍ଫ ମାରିଛି । ୨୦୨୪ ମସିହାରେ ଆଇପିଏଲ୍ ବ୍ରାଣ୍ଡ ଭେଲ୍ୟୁ ପାଖାପାଖି ୧୬.୪ ବିଲିୟନ୍ ଡଲାର (ପାଖାପାଖି ୧,୩୪,୮୫୮ କୋଟି ଟଙ୍କା) ହୋଇଛି । ୨୦୧୩ ତୁଳନାରେ ଏହାର ବ୍ରାଣ୍ଡ ଭେଲ୍ୟୁ ୬.୫ ପ୍ରତିଶତ ବଢିଛି । ଆମେରିକାର ନିବେଶ ବ୍ୟାଙ୍କ ହୋଲିହାନ ଲୋକି ଦ୍ୱାରା ଆଇପିଏଲର ବ୍ରାଣ୍ଡ ଭେଲ୍ୟୁକୁ ନେଇ ଏହି ସଦ୍ୟ ଆକଳନ କରାଯାଇଛି ।
ରିପୋର୍ଟ ଅନୁସାରେ ଦୁନିଆର ଦାମୀ କ୍ରିକେଟ୍ ଲିଗ୍ ଆଇପିଏଲ୍ର ବ୍ରାଣ୍ଡ ଭେଲ୍ୟୁ ୨୦୨୩ ମସିହା ତୁଳନାରେ ୬.୩ ପ୍ରତିଶତ ବା ୩.୪ ବିଲିୟନ ଡଲାର ବଢିଛି । ଟାଟା ଗ୍ରୁପ ସହ ପାଞ୍ଚ ବର୍ଷ ପାଇଁ ଟାଇଟଲ୍ ସ୍ପନସରଶିପ୍ ଚୁକ୍ତି ପରେ ବ୍ରାଣ୍ଡ ଭେଲ୍ୟୁରେ ଏହି ବୃଦ୍ଧି ହୋଇଛି । ୨୦୨୪ରୁ ୨୦୨୮ ଯାଏ ଟାଟା ଗ୍ରୁହ ସହ ୨୫୦୦ କୋଟି ଟଙ୍କାର ଚୁକ୍ତି ହୋଇଛି । ଯାହା ପୂର୍ବ ଡିଲ୍ ଠାରୁ ପ୍ରାୟ ୫୦ ପ୍ରତିଶତ ଅଧିକ ।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହି ଗୁରୁତ୍ୱପୂର୍ଣ୍ଣ ନିବେଶ ସହ ଗତ ବର୍ଷର ବଡ଼ ମିଡିଆ ରାଇଟ୍ସ ନିଲାମୀ, ଆଇପିଏଲ୍ର ଷ୍ଟାଟସ୍ସକୁ ରେଖାଙ୍କିତ କରୁଛି । ଅଲିମ୍ପିକ, ଫିଫା ବିଶ୍ୱକପ ଏବଂ କ୍ରିକେଟ୍ ବିଶ୍ୱକପ ପରି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ବାହାରେ ଆଇପିଏଲ ବୈଶ୍ୱିକ ସ୍ତରରେ ଏକ ବିଲିୟନରୁ ଅଧିକ ଲୋକଙ୍କୁ ଯୋଡିବା ପାଇଁ ନିଜ କ୍ଷମତାରେ ଅଦ୍ୱିତୀୟ ଅଟେ ।
ରିପୋର୍ଟ ଅନୁସାରେ ଚେନ୍ନାଇ ସୁପର କିଙ୍ଗ୍ସ ୨୩୧ ମିଲିୟନ ଡଲାର ସହ ସବୁଠାରୁ ମୂଲ୍ୟବାନ ଆଇପିଏଲ୍ ଫ୍ରାଞ୍ଚାଇଜ ହୋଇ ରହିଛି । ଅନ୍ୟପଟେ କେକେଆର ୧୯.୩୦ ପ୍ରତିଶତ ସହ ସବୁଠୁ ଅଧିକ ବାର୍ଷିକ ବୃଦ୍ଧି ଦେଖିଛି । ଅନ୍ୟପଟେ ପାଞ୍ଚ ଥରର ଚାମ୍ପିୟନ ମୁମ୍ୱାଇ ଇଣ୍ଡିଆନ ପ୍ରଥମ ତିନି ମୂଲ୍ୟବାନ ଟିମ୍ ମଧ୍ୟରେ ନାହିଁ । ଆରସିବି ବ୍ରାଣ୍ଡ ଏବଂ ଭେଲ୍ୟୁ ମାମଲାରେ ୨୨୭.୦ ମିଲିୟନ ଡଲାର ସହ ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟପଟେ କୋତକାତା ନାଇଟ୍ ରାଇଡର୍ସ ୨୧୬.୦ ମିଲିୟନ ଡଲାର ସହ ତୃତୀୟ ସ୍ଥାନରେ ଅଛି । ମୁମ୍ୱାଇ ଇଣ୍ଡିଆନ୍ସ ୨୦୪.୦ ମିଲିୟନ ଡଲାର ସହ ଚତୁର୍ଥ ସ୍ଥାନରେ ଅଛି ।
ସେହିପରି ରାଜସ୍ଥାନ ରୟାଲ୍ସ ୧୩୩ ମିଲିୟନ ଡଲାର ସହ ପଞ୍ଚମ, ୧୩୨ ମିଲିୟନ ଡଲାର ସହ ଏସଆରଏଚ୍ ଷଷ୍ଠ ସ୍ଥାନରେ ରହିଛି । ୧୩୧ ମିଲିୟନ ଡଲାର ବ୍ରାଣ୍ଡ ଭେଲ୍ୟୁ ସହ ଦିଲ୍ଲୀ କ୍ୟାପିଟାଲ୍ସ ସପ୍ତମ ସ୍ଥାନରେ ରହିଛି । ଗୁଜରାଟ ଟାଇଟନ୍ସ ୧୨୪ ମିଲିୟନ ଡଲାର ସହ ଅଷ୍ଟମ, ପଞ୍ଜାବ କିଙ୍ଗ୍ସ ୧୦୧ ମିଲିୟନ ଡଲାର ସହ ନବମ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୯୧ ମିଲିୟନ ଡଲାର ସହ ୧୦ମ ସ୍ଥାନରେ ରହିଛି ।