ମିସ୍ତ୍ରୀ କାମ ଥିଲା ବାହାନା, ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ୨ ଯୁବକ ଗିରଫ
ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ପଶ୍ଚିମବଙ୍ଗରୁ ଅନେକ ଯୁବକ ଆସି ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ମିସ୍ତ୍ରୀ କାମ କରନ୍ତି। କିନ୍ତୁ ସେମାନଙ୍କମଧ୍ୟରୁ କିଏ ଜୀବନଜୀବିକା ପାଇଁ କାମ କରିବାକୁ ଆସୁଛି ତ ଆଉ କିଏ ଅପରାଧିକ କାର୍ଯ୍ୟ କରିବାକୁ ଆସୁଛି ତାହା ଜାଣିବା କଷ୍ଟକର ହୋଇପଡ଼ିଛି । ପଶ୍ଚିମବଙ୍ଗ ମୂର୍ଶିଦାବାଦ ଅଞ୍ଚଳର ଜଣେ ଯୁବକ ରିପନ ଶେଖ ଗଞ୍ଜେଇ ଚାଲାଣ କରି ଗିରଫ ହେବା ପରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି। ସୂଚନାନୁଯାୟୀ, ରିପନ କନ୍ଧମାଳ […] The post ମିସ୍ତ୍ରୀ କାମ ଥିଲା ବାହାନା, ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ୨ ଯୁବକ ଗିରଫ appeared first on Dharitri Odia News.
ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ପଶ୍ଚିମବଙ୍ଗରୁ ଅନେକ ଯୁବକ ଆସି ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ମିସ୍ତ୍ରୀ କାମ କରନ୍ତି। କିନ୍ତୁ ସେମାନଙ୍କମଧ୍ୟରୁ କିଏ ଜୀବନଜୀବିକା ପାଇଁ କାମ କରିବାକୁ ଆସୁଛି ତ ଆଉ କିଏ ଅପରାଧିକ କାର୍ଯ୍ୟ କରିବାକୁ ଆସୁଛି ତାହା ଜାଣିବା କଷ୍ଟକର ହୋଇପଡ଼ିଛି । ପଶ୍ଚିମବଙ୍ଗ ମୂର୍ଶିଦାବାଦ ଅଞ୍ଚଳର ଜଣେ ଯୁବକ ରିପନ ଶେଖ ଗଞ୍ଜେଇ ଚାଲାଣ କରି ଗିରଫ ହେବା ପରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି।
ସୂଚନାନୁଯାୟୀ, ରିପନ କନ୍ଧମାଳ ଜିଲା ନୂଆଗାଁ ଥାନା ଅଞ୍ଚଳରେ ମିସ୍ତ୍ରୀ କାମ କରୁଥିଲେ। ପ୍ରତି ମାସରେ ରିପନ ୨ ରୁ ୪ ଥର ଗ୍ରାମକୁ ଯାଇଥାନ୍ତି। ଏହି ସମୟରେ ସେ ଏଠାରୁ ଗଞ୍ଜେଇ ନେଇ ନିଜ ଅଞ୍ଚଳରେ ବିକ୍ରି କରିଥାନ୍ତି। ଏଠାରୁ ସେ ୨ ହଜାର ଟଙ୍କାରେ ନେଇ ସେଠାରେ ୫ ହଜାର ଟଙ୍କାରେ ବିକ୍ରି କରି ଆସୁଥିଲେ। ଏନେଇ କୌଣସି ସୂତ୍ରରୁ ଭଞ୍ଜନଗର ପୋଲିସ ସୂଚନା ପାଇ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଯୋଜନା କରିଥିଲା। ଶନିବାର ରିପନ ବସ ଯୋଗେ କନ୍ଧମାଳରୁ ବ୍ରହ୍ମପୁର ଯାଉଥିଲେ। ସେଠାରୁ ଟ୍ରେନ ଯୋଗେ ଗ୍ରାମକୁ ଯାଇ ଥାଆନ୍ତେ। କିନ୍ତୁ ଭଞ୍ଜନଗର ଥାନା ଅଧିକାରୀ ଜିବନାନନ୍ଦ ଜେନା ଅଭିଯୁକ୍ତଙ୍କୁ ନିଧିଆପଲ୍ଲି ଛକରେ ବସରୁ ଓହ୍ଲାଇବା ପରେ ଗିରଫ କରିଥିଲେ। ଏହି ସମୟରେ ଭଞ୍ଜନଗର ଭାରପ୍ରାପ୍ତ ତହସିଲଦାର ଅବିନାଶ କୁମାର ମହାର ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ। ତେବେ ଅଭିଯୁକ୍ତଙ୍କ ଠାରୁ ୭ କେଜି ୨ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି।
ଏହାପରେ ରିପନଙ୍କ ଠାରୁ ସୂଚନା ପାଇ ଗଞ୍ଜେଇ ବିକ୍ରି କରିଥିବା କନ୍ଧମାଳର ଅନ୍ଧରୀୟ ଦିଗାଲ ଙ୍କୁ ରବିବାର ପୋଲିସ ଗିରଫ କରିଥିଲା। ରବିବାର ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାପରେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷେ ଭଞ୍ଜନଗର ପୋଲିସ ପକ୍ଷରୁ ଏଠାରେ ସୂଚନା ଦିଆଯାଇଛି ଯେ ଅଭିଯୁକ୍ତ ଜଣଙ୍କ ନାମକୁ ମାତ୍ର ଏଠାରେ କାମ କରୁଥିଲେ। କିନ୍ତୁ ତାଙ୍କର ଗଞ୍ଜେଇ ଚାଲାଣ ଉଦ୍ଧେଶ୍ୟ ଥିଲା ।
The post ମିସ୍ତ୍ରୀ କାମ ଥିଲା ବାହାନା, ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ୨ ଯୁବକ ଗିରଫ appeared first on Dharitri Odia News.