ୟୁଏସ୍‌ଏଫ୍‌ବିର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୩।୬ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ (ୟୁଏସ୍‌ଏଫ୍‌ବି)ର ନୂତନ ତଥା ୯୦୦ତମ ଶାଖା ଝାଡ଼ଖଣ୍ଡର ରାଞ୍ଚତ୍ସ୍ଥିତ ଖୁଣ୍ଟିଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ବ୍ୟାଙ୍କର ଆଉ ୭ଟି ନୂଆ ଶାଖା ବିହାର,ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି ବ୍ୟାଙ୍କର ଏହି ସଫଳତା ଓ ସମ୍ପ୍ରସାରଣର ଏକ ଅଂଶ ହୋଇଥିବାବେଳେ ଗ୍ରାହକଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି। ଏ ସମ୍ପର୍କରେ ୟୁଏସଏଫବିର ଏମ୍‌ଡି ତଥା ସିଇଓ ଗୋବିନ୍ଦ ସିଂହ […] The post ୟୁଏସ୍‌ଏଫ୍‌ବିର ନୂତନ ଶାଖା ଉଦ୍‌ଘାଟିତ appeared first on Dharitri Odia News.

ୟୁଏସ୍‌ଏଫ୍‌ବିର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୩।୬ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ (ୟୁଏସ୍‌ଏଫ୍‌ବି)ର ନୂତନ ତଥା ୯୦୦ତମ ଶାଖା ଝାଡ଼ଖଣ୍ଡର ରାଞ୍ଚତ୍ସ୍ଥିତ ଖୁଣ୍ଟିଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ବ୍ୟାଙ୍କର ଆଉ ୭ଟି ନୂଆ ଶାଖା ବିହାର,ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି ବ୍ୟାଙ୍କର ଏହି ସଫଳତା ଓ ସମ୍ପ୍ରସାରଣର ଏକ ଅଂଶ ହୋଇଥିବାବେଳେ ଗ୍ରାହକଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି।
ଏ ସମ୍ପର୍କରେ ୟୁଏସଏଫବିର ଏମ୍‌ଡି ତଥା ସିଇଓ ଗୋବିନ୍ଦ ସିଂହ କହିଛନ୍ତି, ଝାଡ଼ଖଣ୍ଡର ରାଞ୍ଚତ୍ିସ୍ଥିତ ଖୁଣ୍ଟିଠାରେ ବ୍ୟାଙ୍କର ୯୦୦ତମ ଶାଖାର ଶୁଭାରମ୍ଭ (ଉଦ୍‌ଘାଟନ) କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷ କରି ଏହା ଆମ ପାଇଁ ଏକ ସ୍ମରଣୀୟ ଦିନ ହୋଇଥିଲାବେଳେ ଝାଡ଼ଖଣ୍ଡ ବ୍ୟାଙ୍କ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଭାବେ ଉଭା ହୋଇଛି। ଅପରପକ୍ଷରେ ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶଠାରେ ବ୍ୟାଙ୍କର ୭ଟି ନୂଆ ଆଉଟଲେଟ୍‌ ସମ୍ପୃକ୍ତ ଅଞ୍ଚଳରେ ଆମର ପ୍ରତିବଦ୍ଧତାକୁ ଅଧିକ ସୁଦୃଢ କରିଛି। ଏପରିକି ଆମର ନୂଆ ଆଉଟଲେଟଗୁଡିକ ସ୍ଥାନୀୟ ଉଦ୍ୟୋଗିକତା ବୃଦ୍ଧି କରିବା ସହିତ ସ୍ଥାନୀୟ ଉଦ୍ୟୋଗୀ ଓ ବ୍ୟକ୍ତିମାନଙ୍କ ଜୀବିକାକୁ ଉନ୍ନତ କରିବା ପାଇଁ ଆର୍ଥିକ ସ୍ଥିରତାକୁ ମଜଭୁତ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ସଂଶାଧନ ପ୍ରଦାନ କରିବ। ସୂଚନାଯୋଗ୍ୟ, ଝାଡଖଣ୍ଡରେ ବ୍ୟାଙ୍କର ୮୧ଟି ବ୍ୟାଙ୍କିଙ୍ଗ୍‌ ଆଉଟ୍‌ଲେଟ୍‌ ଥିଲାବେଳେ ଦେଶରେ ମୋଟ ୯୦୩ ଟି ଆଉଟ୍‌ଲେଟ ରହିଛି। ରାଞ୍ଚତ୍ିସ୍ଥିତ ଖୁଣ୍ଟିର ଗ୍ରାହକମାନଙ୍କ ନିକଟରେ ବ୍ୟାଙ୍କର ଏକ ବିସ୍ତୃତ ଶୃଙ୍ଖଳାର ଉପତ୍ାଦ ଓ ସେବା ଉପଲବ୍ଧ ରହିବ। ଏଥିରେ ସେଭିଙ୍ଗ୍‌ସ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ଫିକ୍ସଡ ଡିପୋଜିଟ, ରିକରିଂ ଡିପୋଜିଟ ଏବଂ ବିଭିନ୍ନ ଋଣ ଉପତ୍ାଦ ଯେପରିକି ଗୃହ ଋଣ, ବ୍ୟବସାୟ ଋଣ, ସମ୍ପତ୍ତି ଋଣ, ଋଣ, ବୀମା ଓ ନିବେଶ ଉପତ୍ାଦ ସାମିଲ ରହିଛି। ଏହି ବ୍ୟାଙ୍କିଙ୍ଗ୍‌ ଆଉଟ୍‌ଲେଟ୍‌ଗୁଡିକ ଅଣସଂଗଠିତ ଓ କମ୍‌ ଆୟ ବର୍ଗର ଲୋକମାନଙ୍କୁ ବ୍ୟବସାୟ ବିକାଶ ସେବାଗୁଡିକ ପାଇଁ ମାଇକ୍ରୋ-ବ୍ୟାଙ୍କିଙ୍ଗ ଲୋନ୍‌ ପ୍ରଦାନ କରିବ।

The post ୟୁଏସ୍‌ଏଫ୍‌ବିର ନୂତନ ଶାଖା ଉଦ୍‌ଘାଟିତ appeared first on Dharitri Odia News.