ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡି, ୧୭।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବେଶ ଧୁମ୍‌ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ସାମୁହିକ ଭାବେ ହନୁମାନ ଚାଳିଶା ପାଠ କରାଯିବା ସହ ବିରାଟ ଶୋଭାଯାତ୍ରା ବାହାରିଥିଲା। ଶତାଧିକ ଶ୍ରୀରାମଭକ୍ତ ଦାରିଙ୍ଗବାଡି ସମେତ ସିମନବାଡି ଓ କିରିକୁଟି ପଞ୍ଚାୟତ ପର୍ଯ୍ୟନ୍ତ ପ୍ରାୟ ୨୦ କିଲୋମିଟର ଭବ୍ୟ ବାଇକ ଶୋଭାଯାତ୍ରାରେ ବାହାରିଥିଲେ। ସେହିପରି ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନଙ୍କୁ ମଧ୍ୟ ପୂଜାର୍ଚ୍ଚନା ସହ ଚାଳିଶା ପାଠ କରାଯାଇଛି। ଏହା ଦ୍ୱାରା […] The post ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି appeared first on Dharitri Odia News.

ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡି, ୧୭।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବେଶ ଧୁମ୍‌ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ସାମୁହିକ ଭାବେ ହନୁମାନ ଚାଳିଶା ପାଠ କରାଯିବା ସହ ବିରାଟ ଶୋଭାଯାତ୍ରା ବାହାରିଥିଲା। ଶତାଧିକ ଶ୍ରୀରାମଭକ୍ତ ଦାରିଙ୍ଗବାଡି ସମେତ ସିମନବାଡି ଓ କିରିକୁଟି ପଞ୍ଚାୟତ ପର୍ଯ୍ୟନ୍ତ ପ୍ରାୟ ୨୦ କିଲୋମିଟର ଭବ୍ୟ ବାଇକ ଶୋଭାଯାତ୍ରାରେ ବାହାରିଥିଲେ। ସେହିପରି ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନଙ୍କୁ ମଧ୍ୟ ପୂଜାର୍ଚ୍ଚନା ସହ ଚାଳିଶା ପାଠ କରାଯାଇଛି। ଏହା ଦ୍ୱାରା ଶ୍ରୀରାମ ପ୍ରସନ୍ନ ହୁଅନ୍ତି ବୋଲି ଶ୍ରଦ୍ଧାଳୁମାନେ ମତ ବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମକୁ ଶ୍ରୀରାମ ନବମୀ ମହୋତ୍ସବ ସମିତି (ଦାରିଙ୍ଗବାଡି ) ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ବିଶ୍ୱହିନ୍ଦୁ ପରିଷଦ,ବଜରଙ୍ଗ ଦଳ ସମେତ ବିଭିନ୍ନ ହିନ୍ଦୁ ସଂଗଠନ ଓ ଅଞ୍ଚଳବାସୀ ବିଶେଷ କରି ଯୁବପିଢ଼ି ଏଥିରେ ସାମିଲ ହୋଇ ଶ୍ରୀରାମଙ୍କୁ ସ୍ମରଣ କରିଥିଲେ। ଶାନ୍ତି ଶୃଙ୍ଖଳାର ସହ ଏହି ଶୋଭାଯାତ୍ରା କରାଯାଇଥିବା ବେଳେ ଆଇନ ଶୃଙ୍ଖଳାର ତଦାରଖ ପାଇଁ ଦାରିଙ୍ଗବାଡି ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ନିଜେ ପାଟ୍ରୋଲିଂ କରିଥିଲେ।

The post ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି appeared first on Dharitri Odia News.