ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଯୁକ୍ତି ୨ ପିଲାଙ୍କୁ ଦିଆଯିବ ମାଗଣା କୋଚିଂ, ଏହିଦିନ ଠୁ ଆରମ୍ଭ ହେବ କ୍ଲାସ
ଭୁବନେଶ୍ୱର,୧୦।୯: ପ୍ରଥମେ ନିଟ୍-ୟୁଜି ଜେଇଇ ପିଲାଙ୍କୁ ରାଜ୍ୟ ସରକାର ମାଗଣା କୋଚିଂ ଦେଉଥିଲେ। ତେବେ ଏଥର ଯୁକ୍ତି ୨ ଛାତ୍ରୀଛାତ୍ରଙ୍କୁ ମାଗଣାରେ କୋଚିଂ ଦିଆଯିବ। ଏନେଇ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ପାଇଁ ଏହି ସୁବିଧା ରହିଥିବାବେଳେ ଏବେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ ମାଗଣାରେ କୋଚିଂ ଦିଆଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜର ପିଲା ଏହି […] The post ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଯୁକ୍ତି ୨ ପିଲାଙ୍କୁ ଦିଆଯିବ ମାଗଣା କୋଚିଂ, ଏହିଦିନ ଠୁ ଆରମ୍ଭ ହେବ କ୍ଲାସ appeared first on Dharitri Odia News.
ଭୁବନେଶ୍ୱର,୧୦।୯: ପ୍ରଥମେ ନିଟ୍-ୟୁଜି ଜେଇଇ ପିଲାଙ୍କୁ ରାଜ୍ୟ ସରକାର ମାଗଣା କୋଚିଂ ଦେଉଥିଲେ। ତେବେ ଏଥର ଯୁକ୍ତି ୨ ଛାତ୍ରୀଛାତ୍ରଙ୍କୁ ମାଗଣାରେ କୋଚିଂ ଦିଆଯିବ। ଏନେଇ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।
ପୂର୍ବରୁ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ପାଇଁ ଏହି ସୁବିଧା ରହିଥିବାବେଳେ ଏବେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ ମାଗଣାରେ କୋଚିଂ ଦିଆଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜର ପିଲା ଏହି ସୁବିଧା ପାଇପାରିବେ। ସେପ୍ଟେମ୍ବର ୧୨ରେ ଓରିଏଣ୍ଟେସନ ଏବଂ ୧୭ରୁ ଅନଲାଇନ ପାଠପଢା ଆରମ୍ଭ ହେବ। ଏଥିପାଇଁ କଲେଜଗୁଡିକ ନିଜ ସ୍ମାର୍ଟ କ୍ଲାସରୁମ୍ଗୁଡିକୁ ପ୍ରସ୍ତୁତ ରଖିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦୋଳୟ ପକ୍ଷରୁ କୁହାଯାଇଛି। ଏବେ ସୁଦ୍ଧା ୭୦ହଜାରରୁ ଅଧିକ ପିଲା ଏଥିପାଇଁ ଇଛୁକ ଥିବା ବିଭାଗ ପକ୍ଷରୁ କୁହାଯାଇଛି।
The post ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଯୁକ୍ତି ୨ ପିଲାଙ୍କୁ ଦିଆଯିବ ମାଗଣା କୋଚିଂ, ଏହିଦିନ ଠୁ ଆରମ୍ଭ ହେବ କ୍ଲାସ appeared first on Dharitri Odia News.