ମୋ ବସ୍‌ ଧକ୍କାରେ ଜଣଙ୍କ ମୃତ୍ୟୁ: ବସ୍‌କୁ ଅଟକ ରଖିଲେ ଲୋକେ

ଭୁବନେଶ୍ୱର,୨୫।୯: ପୁଣି ବଦନାମ ମୁଣ୍ଡାଇଲା ମୋ ବସ୍‌। ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରରେ ମୋ ବସ୍ ମାଡିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ପୁରୀ ଜିଲାର ପାରିକୁଦ ଅଞ୍ଚଳର ଖିରୋଦ ପାଢ଼ୀ ବୋଲି ଜଣାପଡିଛି। ସୂଚନ ଅନୁଯାୟୀ ‘ମୋ ବସ୍’ ଖିରୋଦଙ୍କ ସ୍କୁଟର (ହୋଣ୍ଡା ଆକ୍ଟିଭା) କୁ ଧକ୍କା ଦେବାର କିଛି ସମୟ ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା। ଲୋକେ ମୋ ବସ୍ କୁ […] The post ମୋ ବସ୍‌ ଧକ୍କାରେ ଜଣଙ୍କ ମୃତ୍ୟୁ: ବସ୍‌କୁ ଅଟକ ରଖିଲେ ଲୋକେ appeared first on Dharitri Odia News.

ମୋ ବସ୍‌ ଧକ୍କାରେ ଜଣଙ୍କ ମୃତ୍ୟୁ: ବସ୍‌କୁ ଅଟକ ରଖିଲେ ଲୋକେ

ଭୁବନେଶ୍ୱର,୨୫।୯: ପୁଣି ବଦନାମ ମୁଣ୍ଡାଇଲା ମୋ ବସ୍‌। ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରରେ ମୋ ବସ୍ ମାଡିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ପୁରୀ ଜିଲାର ପାରିକୁଦ ଅଞ୍ଚଳର ଖିରୋଦ ପାଢ଼ୀ ବୋଲି ଜଣାପଡିଛି।

ସୂଚନ ଅନୁଯାୟୀ ‘ମୋ ବସ୍’ ଖିରୋଦଙ୍କ ସ୍କୁଟର (ହୋଣ୍ଡା ଆକ୍ଟିଭା) କୁ ଧକ୍କା ଦେବାର କିଛି ସମୟ ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା। ଲୋକେ ମୋ ବସ୍ କୁ ଅଟକାଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ପୂର୍ବରୁ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

The post ମୋ ବସ୍‌ ଧକ୍କାରେ ଜଣଙ୍କ ମୃତ୍ୟୁ: ବସ୍‌କୁ ଅଟକ ରଖିଲେ ଲୋକେ appeared first on Dharitri Odia News.