କୁହୁଡି ଚାଦର ତଳେ ଦାରିଙ୍ଗବାଡିର ଏକାଧିକ ସ୍ଥାନ: ଯାତାୟତ ବାଧାପ୍ରାପ୍ତ
ଦାରିଙ୍ଗବାଡି, ୩୧।୧୨ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ପ୍ଳିହେରି, ସିମନବାଡି, କିରିକୁଟି, ବାଡାବାଙ୍ଗା, ସୁଲୁମାହା, ଡାବୁଲୁମାହା ଆଦି ଅଞ୍ଚଳରେ ଘନ କୁହୁଡି ଯୋଗୁ ଗାଡି ମୋଟର ଯାତାୟତରେ ବାଧା ସୃଷ୍ଟି ହୋଇଛି। ବିଶେଷ କରି ଜାତୀୟ ରାଜପଥ ଉପରେ କୁହୁଡି ରହିଥିବାରୁ ଗାଡିମୋଟର ଚଳାଚଳରେ ବହୁତ ସମସ୍ୟା ଦେଖାଯାଇଛି। ପ୍ରକାଶ ଯେ, ଗତ କିଛି ଦିନ ହେଲା ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା କାରଣରୁ ଦିନରେ କୋହଲା ପାଗ ସହ ରାତିରେ ତାପମାତ୍ରା ବୃଦ୍ଧି […] The post କୁହୁଡି ଚାଦର ତଳେ ଦାରିଙ୍ଗବାଡିର ଏକାଧିକ ସ୍ଥାନ: ଯାତାୟତ ବାଧାପ୍ରାପ୍ତ appeared first on Dharitri Odia News.
ଦାରିଙ୍ଗବାଡି, ୩୧।୧୨ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ପ୍ଳିହେରି, ସିମନବାଡି, କିରିକୁଟି, ବାଡାବାଙ୍ଗା, ସୁଲୁମାହା, ଡାବୁଲୁମାହା ଆଦି ଅଞ୍ଚଳରେ ଘନ କୁହୁଡି ଯୋଗୁ ଗାଡି ମୋଟର ଯାତାୟତରେ ବାଧା ସୃଷ୍ଟି ହୋଇଛି। ବିଶେଷ କରି ଜାତୀୟ ରାଜପଥ ଉପରେ କୁହୁଡି ରହିଥିବାରୁ ଗାଡିମୋଟର ଚଳାଚଳରେ ବହୁତ ସମସ୍ୟା ଦେଖାଯାଇଛି।
ପ୍ରକାଶ ଯେ, ଗତ କିଛି ଦିନ ହେଲା ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା କାରଣରୁ ଦିନରେ କୋହଲା ପାଗ ସହ ରାତିରେ ତାପମାତ୍ରା ବୃଦ୍ଧି ପାଇଥିଲା ହେଲେ ଏବେ ଆଉ ବର୍ଷା ନ ଥିଲେ ମଧ୍ୟ ପାଗ ଶୁଖିଲା ଥାଇ ଶୀତ ଅନୁଭୂତ ହେଉନାହିଁ। କିନ୍ତୁ ତାପମାତ୍ରା ହ୍ରାସ ପାଇ ୧୧ ଡିଗ୍ରୀ ରହିଥିବା ଜଣାପଡିଛି। ସୋମବାର ବିଳମ୍ବିତ ରାତିରୁ ଅଞ୍ଚକରେ ଘନ କୁହୁଡି ଅଚ୍ଛାଦିତ ହୋଇଥିବା ବେଳେ ତାହା ମଙ୍ଗଳବାର ସକାଳ ୯ଟା ପର୍ଯ୍ୟନ୍ତ କୁହୁଡିର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୯ ସମୟ ହୋଇଥିଲେ ମଧ୍ୟ ରାତିର ଭ୍ରମ ସୃଷ୍ଟି କରୁଛି। ଖରାପ ପାଗ ସମ୍ପୂର୍ଣ୍ଣ ବିଗିଡି ଯାଇଛି।
The post କୁହୁଡି ଚାଦର ତଳେ ଦାରିଙ୍ଗବାଡିର ଏକାଧିକ ସ୍ଥାନ: ଯାତାୟତ ବାଧାପ୍ରାପ୍ତ appeared first on Dharitri Odia News.