ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆ ପାଇଁ ବଡ଼ ଖବର, ହେଡ୍‌ କୋଚ୍‌ ଭାବେ ଦାୟିତ୍ୱ ନେଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୯।୭: ଭାରତୀୟ ଟିମ୍‌ର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ମିଳିଲା ନୂଆ ଦାୟିତ୍ୱ। ତାଙ୍କୁ ଭାରତୀୟ ଟିମ୍‌ର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ କୋଚ୍‌ ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି। ଏନେଇ ମଙ୍ଗଳବାର ରାତିରେ ବିସିସିଆଇ ସଚିବ ଜୟ ଶାହା ସୋସିଆଲ ମିଡିଆ ଏକ୍ସରେ ଘୋଷଣା କରିଛନ୍ତି।   It is with immense pleasure that I welcome Mr @GautamGambhir as the new Head Coach of the […] The post ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆ ପାଇଁ ବଡ଼ ଖବର, ହେଡ୍‌ କୋଚ୍‌ ଭାବେ ଦାୟିତ୍ୱ ନେଲେ ଗୌତମ ଗମ୍ଭୀର appeared first on Dharitri Odia News.

ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆ ପାଇଁ ବଡ଼ ଖବର, ହେଡ୍‌ କୋଚ୍‌ ଭାବେ ଦାୟିତ୍ୱ ନେଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୯।୭: ଭାରତୀୟ ଟିମ୍‌ର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ମିଳିଲା ନୂଆ ଦାୟିତ୍ୱ। ତାଙ୍କୁ ଭାରତୀୟ ଟିମ୍‌ର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ କୋଚ୍‌ ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି। ଏନେଇ ମଙ୍ଗଳବାର ରାତିରେ ବିସିସିଆଇ ସଚିବ ଜୟ ଶାହା ସୋସିଆଲ ମିଡିଆ ଏକ୍ସରେ ଘୋଷଣା କରିଛନ୍ତି।

 

କହିରଖୁଛୁ କି, ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଟି୨୦ ଓ୍ବାଲର୍‌ଡକପ୍‌ ପରେ ଶେଷ ହୋଇଥିଲା। ଦ୍ରାବିଡ ଟି୨୦ ଓ୍ବାଲର୍‌ଡକପ ୨୦୨୧ ପରେ ଏହି ପଦ ସମ୍ଭାଳି ଥିଲେ। ହେଲେ ତାଙ୍କ କାର୍ଯ୍ୟକାଳ ୨୦୨୩ ବିଶ୍ୱକପ ଯାଏଁ ଥିଲା। ତାଙ୍କ କାର୍ଯ୍ୟକାଳକୁ ବିସିସିଆଇ ସେତେବେଳେ ବୃଦ୍ଧି କରିଥିଲେ।

ଏବେ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ଭାବେ ଦାୟିତ୍ୱ ନେଇଛନ୍ତି ଗମ୍ଭୀର। ଆଇପିଏଲ ୨୦୨୪ ପୂର୍ବରୁ ସେ କୋଲକତା ନାଇଟ ରାଇଡର୍ସର ମେଣ୍ଟର ଭାବେ ଥିଲେ। ତାଙ୍କ ମେଣ୍ଟରଶିପ୍‌ରେ କେକେଆର ଚାମ୍ପିଆନ ହୋଇଥିଲା। ଗମ୍ଭୀର ଏହି ପଦ ପାଇଁ ଆବେଦନ କରିବାରେ ଜଣେ ହିଁ ପ୍ରାର୍ଥୀ ଥିଲେ। ତେବେ ୪୨ବର୍ଷିୟ ଗମ୍ଭୀର ୨୦୧୮ ଡିସେମ୍ବର ୪ରେ ଇଣ୍ଟରନ୍ୟାଶନାଲ କ୍ରିକେଟରୁ ଅଲବିଦା ନେଇଥିଲେ। ସେ ଇଣ୍ଡିଆ ପକ୍ଷରୁ ନିଜ ଶେଷ ଟେଷ୍ଟ ମ୍ୟାଚ୍‌ ୨୦୧୬ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ସେ ୫୮ଟି ଟେଷ୍ଟ ମ୍ୟାଚ୍‌ରେ ହାରାହାରି ୪୧.୯୫ରୁ ୪୧.୫୪ ରନ୍‌ କରିଥିଲେ। ଯେଉଁଥିରେ ସେ ଶତକ ମଧ୍ୟ ରଚିଥିଲେ।

ସେ ୧୪୭ ଓ୍ବାନ ଡେରେ ୫୩୨୮ ରନ୍‌ କରିଥିଲେ। ୨୦୧୧ ବିଶ୍ୱକପ ଫାଇନାଲରେ ସେ ୯୭ ରନ୍‌ର ସ୍ମରଣୀୟ ଇନିସଂ ମଧ୍ୟ କରିଛନ୍ତି। ଯେଉଁଥିରେ ଭାରତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ହାତେଇଥିଲା। ଟି୨୦ ଇଣ୍ଟରନ୍ୟାଶନାଲ ୩୭ ମ୍ୟାଚ୍‌ରେ ସେ ୭ ଅର୍ଦ୍ଧଶତକରେ ୯୩୨ ରନ୍‌ କରିଥିଲେ।

The post ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆ ପାଇଁ ବଡ଼ ଖବର, ହେଡ୍‌ କୋଚ୍‌ ଭାବେ ଦାୟିତ୍ୱ ନେଲେ ଗୌତମ ଗମ୍ଭୀର appeared first on Dharitri Odia News.