ରତନ ଟାଟାଙ୍କୁ ସମ୍ମାନଜନକ ‘କିସ୍‌ ହ୍ୟୁମାନିଟାରିଆନ ସମ୍ମାନ’

ଭୁବନେଶ୍ୱର, ୨୩।୪(ଅସମାପିକା ସାହୁ):ସାମାଜିକ ବିକାଶ ପ୍ରତି ପ୍ରତିବଦ୍ଧତା ଓ କର୍ପୋରେଟ ନେତୃତ୍ୱ କ୍ଷେତ୍ରରେ ବଳିଷ୍ଠ ଅବଦାନ ଲାଗି ଶିଳ୍ପପତି, ସାମାଜିକ କର୍ମୀ ତଥା ଟାଟାଗ୍ରୁପ୍‌ ଚେୟାରମ୍ୟାନ ଏମେରିଟସ୍‌ ରତନ ଟାଟାଙ୍କୁ ସମ୍ମାନଜନକ ‘କିସ୍‌ ହ୍ୟୁମାନିଟାରିଆନ ସମ୍ମାନ-୨୦୨୧’ ପ୍ରଦାନ କରାଯାଇଛି। ସୋମବାର ମୁମ୍ବାଇସ୍ଥିତ ରତନ ଟାଟାଙ୍କ ବାସଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଟାଟା ଗ୍ରୁପ୍‌ ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ ଓ ତିନିଥର ଗ୍ରାମି ପୁରସ୍କାର ବିଜେତା ରିକି କେଜ୍‌ଙ୍କ ଉପସ୍ଥିତିରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ […] The post ରତନ ଟାଟାଙ୍କୁ ସମ୍ମାନଜନକ ‘କିସ୍‌ ହ୍ୟୁମାନିଟାରିଆନ ସମ୍ମାନ’ appeared first on Dharitri Odia News.

ରତନ ଟାଟାଙ୍କୁ ସମ୍ମାନଜନକ ‘କିସ୍‌ ହ୍ୟୁମାନିଟାରିଆନ ସମ୍ମାନ’

ଭୁବନେଶ୍ୱର, ୨୩।୪(ଅସମାପିକା ସାହୁ):ସାମାଜିକ ବିକାଶ ପ୍ରତି ପ୍ରତିବଦ୍ଧତା ଓ କର୍ପୋରେଟ ନେତୃତ୍ୱ କ୍ଷେତ୍ରରେ ବଳିଷ୍ଠ ଅବଦାନ ଲାଗି ଶିଳ୍ପପତି, ସାମାଜିକ କର୍ମୀ ତଥା ଟାଟାଗ୍ରୁପ୍‌ ଚେୟାରମ୍ୟାନ ଏମେରିଟସ୍‌ ରତନ ଟାଟାଙ୍କୁ ସମ୍ମାନଜନକ ‘କିସ୍‌ ହ୍ୟୁମାନିଟାରିଆନ ସମ୍ମାନ-୨୦୨୧’ ପ୍ରଦାନ କରାଯାଇଛି। ସୋମବାର ମୁମ୍ବାଇସ୍ଥିତ ରତନ ଟାଟାଙ୍କ ବାସଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଟାଟା ଗ୍ରୁପ୍‌ ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ ଓ ତିନିଥର ଗ୍ରାମି ପୁରସ୍କାର ବିଜେତା ରିକି କେଜ୍‌ଙ୍କ ଉପସ୍ଥିତିରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରତନ ଟାଟାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ସ୍ବାସ୍ଥ୍ୟଗତ କାରଣରୁ ରତନ ଟାଟା ବାହାରକୁ ଯାଉ ନ ଥିବାରୁ ତାଙ୍କ ବାସଭବନରେ ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ମାନ ଗ୍ରହଣ ଅବସରରେ ରତନ ଟାଟା କିସ୍‌ ଓ ଏହାର ପ୍ରତିଷ୍ଠାତା ସାମନ୍ତଙ୍କୁ ଧନ୍ୟବାଦ ଦେବା ସହ ଏହା ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି କହିଥିଲେ।
ସାଧାରଣତଃ ରତନ ଟାଟା କୌଣସି ପୁରସ୍କାର ଗ୍ରହଣ କରି ନ ଥାନ୍ତି। ମାତ୍ର କିସ୍‌ ହ୍ୟୁମାନିଟାରିଆନ ସମ୍ମାନର ଗୁରୁତ୍ୱ ଉପଲବ୍ଧି କରି ସେ ଏହି ସମ୍ମାନ ଗ୍ରହଣ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ୨୦୨୧ରେ ଟାଟାଙ୍କୁ ଏହି ସମ୍ମାନ ଗ୍ରହଣ କରିବା ପାଇଁ ସାମନ୍ତ ଅନୁରୋଧ କରିଥିଲେ। କୋଭିଡ୍‌ ମହାମାରୀ ଯୋଗୁ ସେତେବେଳେ ତାଙ୍କୁ ସମ୍ମାନ ପ୍ରଦାନ କରାଯାଇପାରି ନ ଥିଲା। ଏବେ ରତନ ଟାଟାଙ୍କୁ ଏହି ସମ୍ମାନ ପ୍ରଦାନ କରି ନିଜକୁ ଗୌରବାନ୍ବିତ ମନେକରୁଛି ବୋଲି ସାମନ୍ତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସେ କହିଲେ, ରତନ ଟାଟାଙ୍କ ସମାଜସେବା ଓ ନେତୃତ୍ୱ ମୋତେ ପିଲାଦିନୁ ପ୍ରଭାବିତ କରିଥିଲା। ସମୟ ଥିଲା ଦିନେ ମୋ ବାପା ଟାଟା କମ୍ପାନୀରେ ଏକ ଛୋଟ କର୍ମଚାରୀ ଥିଲେ। ମୋତେ ଯେତେବେଳେ ମାତ୍ର ୪ବର୍ଷ ବୟସ ହୋଇଥିଲା, ସେତେବେଳେ ମୋ ବାପା ଏକ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସେବେଠାରୁ ମୁଁ ରତନ ଟାଟାଙ୍କୁ ସମ୍ମାନ ଦେବା ସହ ଭଲ ପାଇ ଆସୁଛି ବୋଲି ସାମନ୍ତ କହିଛନ୍ତି। ଏହି ଅବସରରେ କିସ୍‌ର ୪୦ ହଜାର ଛାତ୍ରୀଛାତ୍ର ରତନ ଟାଟାଙ୍କ ସୁସ୍ଥ, ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।

The post ରତନ ଟାଟାଙ୍କୁ ସମ୍ମାନଜନକ ‘କିସ୍‌ ହ୍ୟୁମାନିଟାରିଆନ ସମ୍ମାନ’ appeared first on Dharitri Odia News.