ସକାଳେ ବିଜେଡିରୁ ଇସ୍ତଫା ଦେଉଦେଉ ମଧ୍ୟାହ୍ନରେ ପଦ୍ମ ଧରିଲେ ବ୍ଲକ ଅଧ୍ୟକ୍ଷ

ଭୁବନେଶ୍ୱର,୨।୧୨: ସକାଳେ ବିଜେଡିରୁ ଇସ୍ତଫା ଦେଉଦେଉ ମଧ୍ୟାହ୍ନରେ ମିଶିଗଲେ ଭାଜପାରେ । ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ବଡ଼ମ୍ବା ବିଧାୟକଙ୍କ ନେତୃତ୍ୱରେ ଭାଜପାରେ ସାମିଲ ହୋଇଛନ୍ତି। ମନମୋହନ ସାମଲଙ୍କ ଉପସ୍ଥିତିରେ ଭାଜପା ପାର୍ଟି ଅଫିସରରେ ସାମିଲ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ସେ ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ସେ ବିଜେଡିରୁ ଇସ୍ତଫା ଦେଇଥିବାବେଳେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଏଥିରେ ସେ ଲେଖିଛନ୍ତି, ଗତ […] The post ସକାଳେ ବିଜେଡିରୁ ଇସ୍ତଫା ଦେଉଦେଉ ମଧ୍ୟାହ୍ନରେ ପଦ୍ମ ଧରିଲେ ବ୍ଲକ ଅଧ୍ୟକ୍ଷ appeared first on Dharitri Odia News.

ସକାଳେ ବିଜେଡିରୁ ଇସ୍ତଫା ଦେଉଦେଉ ମଧ୍ୟାହ୍ନରେ ପଦ୍ମ ଧରିଲେ ବ୍ଲକ ଅଧ୍ୟକ୍ଷ

ଭୁବନେଶ୍ୱର,୨।୧୨: ସକାଳେ ବିଜେଡିରୁ ଇସ୍ତଫା ଦେଉଦେଉ ମଧ୍ୟାହ୍ନରେ ମିଶିଗଲେ ଭାଜପାରେ । ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ବଡ଼ମ୍ବା ବିଧାୟକଙ୍କ ନେତୃତ୍ୱରେ ଭାଜପାରେ ସାମିଲ ହୋଇଛନ୍ତି। ମନମୋହନ ସାମଲଙ୍କ ଉପସ୍ଥିତିରେ ଭାଜପା ପାର୍ଟି ଅଫିସରରେ ସାମିଲ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ସେ ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ ।

ସେ ବିଜେଡିରୁ ଇସ୍ତଫା ଦେଇଥିବାବେଳେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି।

ଏଥିରେ ସେ ଲେଖିଛନ୍ତି, ଗତ ବହୁ ବର୍ଷ ଧରି ଜଣେ ସଭ୍ୟ ଭାବରେ ମୋ’ ଅଞ୍ଚଳର ଉନ୍ନତି ପାଇଁ ସମସ୍ତ ପ୍ରୟାସ କରିଅଛନ୍ତି। ଦଳ ଦେଇଥିବା ସମସ୍ତ ଦାୟିତ୍ୱ ଅତ୍ୟନ୍ତ ନିଷ୍ଠା, ପରିଶ୍ରମ ଏବଂ ସ୍ଥିରତାର ସହିତ ତୁଲାଇଛି। ବିଭିନ୍ନ ରାଜନୈତିକ ଏବଂ ସାଂଗଠନିକ କାର୍ଯ୍ୟ ବୃଦ୍ଧି କରିବାରେ ଦଳରେ ମୋ’ ସେବାର ଆବଶ୍ୟକତା ନ ଥିବା ଉପଲବ୍ଧି କଲି। ଯେଉଁଥିପାଇଁ ମୁଁ ଦଳ ଛାଡୁଛି। ତେଣୁ ଆଗକୁ ବଢ଼ିବା ପାଇଁ ସ୍ଥିର କଲି। ଲୋକଙ୍କର ସେବା ଏବଂ ମୋ ଅଞ୍ଚଳର ବିକାଶରେ ନିଜର କାର୍ଯ୍ୟକୁ ବଜାୟ ରଖିବି। ମୋର ଇସ୍ତଫାପତ୍ରକୁ ଦଳ ଗ୍ରହଣ କରିନେବାକୁ ଅନୁରୋଧ କରୁଛି ବୋଲି ସେ ଲେଖିଛନ୍ତି।

ଜଣେ ବ୍ଲକ ଅଧ୍ୟକ୍ଷ ହୋଇ ଦଳ ଛାଡ଼ିବା ବିଜେଡି ପାଇଁ ଏକ ଝଟ୍‌କା। ଏହା ପରେ ଆଉ କିଛି ନେତା ମଧ୍ୟ ଦଳ ଛାଡ଼ିବେ ବୋଲି ରାଜନୈତିକ ମହଲରେ ଖୁବ୍‌ ଚର୍ଚ୍ଚା ହେଉଛି।

The post ସକାଳେ ବିଜେଡିରୁ ଇସ୍ତଫା ଦେଉଦେଉ ମଧ୍ୟାହ୍ନରେ ପଦ୍ମ ଧରିଲେ ବ୍ଲକ ଅଧ୍ୟକ୍ଷ appeared first on Dharitri Odia News.