ସୋସିଆଲ ମିଡିଆ ବିବାଦୀୟ ପୋଷ୍ଟ ଘଟଣା: ପହଞ୍ଚିଲେ ରାପିଡ୍‌ ଆକ୍ସନ ଫୋର୍ସ

ଭଦ୍ରକ,୨୯ା୯(ସନାତନ ରାଉତ): ଭଦ୍ରକ ସନ୍ଥିଆଠାରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ହିଂସା ଓ ପୋଲିସକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ୪୮ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିବା ଯୁବକଙ୍କୁ ଗିରଫ କରାଯାଇଛି। ପୋଲିସକୁ ଆକ୍ରମଣ ଘଟଣାରେ ୭ ଜଣକୁ ଗିରଫ କରାଯାଇଛି। ଆଉ ୨ ପ୍ଲାଟୁନ୍‌ ବଢ଼ାଇ ଦିଆଯାଇ ମୋଟ୍‌ ୧୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ରାତିରେ ରାପିଡ୍‌ ଆକ୍ସନ ଫୋର୍ସ ପହଞ୍ଚି ଘଟଣାସ୍ଥଳରେ ମୁତୟନ […] The post ସୋସିଆଲ ମିଡିଆ ବିବାଦୀୟ ପୋଷ୍ଟ ଘଟଣା: ପହଞ୍ଚିଲେ ରାପିଡ୍‌ ଆକ୍ସନ ଫୋର୍ସ appeared first on Dharitri Odia News.

ସୋସିଆଲ ମିଡିଆ ବିବାଦୀୟ ପୋଷ୍ଟ ଘଟଣା: ପହଞ୍ଚିଲେ ରାପିଡ୍‌ ଆକ୍ସନ ଫୋର୍ସ

ଭଦ୍ରକ,୨୯ା୯(ସନାତନ ରାଉତ): ଭଦ୍ରକ ସନ୍ଥିଆଠାରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ହିଂସା ଓ ପୋଲିସକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ୪୮ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିବା ଯୁବକଙ୍କୁ ଗିରଫ କରାଯାଇଛି। ପୋଲିସକୁ ଆକ୍ରମଣ ଘଟଣାରେ ୭ ଜଣକୁ ଗିରଫ କରାଯାଇଛି। ଆଉ ୨ ପ୍ଲାଟୁନ୍‌ ବଢ଼ାଇ ଦିଆଯାଇ ମୋଟ୍‌ ୧୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ରାତିରେ ରାପିଡ୍‌ ଆକ୍ସନ ଫୋର୍ସ ପହଞ୍ଚି ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି। ଭାରତୀୟ ନାଗରିକ ସୁରକ୍ଷା ସଂହିତା ୧୬୩ ଜାରି କରାଯିବା ସହ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି। ଡିଆଇଜି ସତ୍ୟଜିତ ନାୟକ, ଜିଲାପାଳ, ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି। ଧାମନଗରରେ ଆଉ ୨ ପ୍ଲାଟୁନ୍‌ ଫୋର୍ସ ବଢ଼ାଇ ଦିଆଯାଇଛି ବୋଲି ଡିଆଇଜି କହିଛନ୍ତି। ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୧୬୩ ଜାରି ରହିଛି। ସମ୍ପୃକ୍ତ ଅଞ୍ଚଳରେ ନାକାବନ୍ଦୀ କରାଯାଇଛି। ରାସ୍ତାରେ ଯାଉଥିବା ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଅଟକାଇ ପୋଲିସ ପଚରାଉଚରା କରୁଛି।

The post ସୋସିଆଲ ମିଡିଆ ବିବାଦୀୟ ପୋଷ୍ଟ ଘଟଣା: ପହଞ୍ଚିଲେ ରାପିଡ୍‌ ଆକ୍ସନ ଫୋର୍ସ appeared first on Dharitri Odia News.