୨୦୨୫ରେ ବିଜେପି ପାଇଁ ଚ୍ୟାଲେଞ୍ଜ: ନୂଆବର୍ଷରେ ନୂଆ ଚେହେରାକୁ ଅପେକ୍ଷା

କନକ ବ୍ୟୁରୋ: ନୂଆବର୍ଷରେ ବିଜେପି ପାଇଁ ନୂଆ ଚ୍ୟାଲେଞ୍ଜ ।  ସରକାର ଆସିବାର ୨୦୦ଦିନ ହୋଇଗଲାଣି , କିନ୍ତୁ ଏବେ ବି ଅନେକ ପ୍ରତିଶ୍ରୃତି ବାକି ରହିଛି । ତେଣୁ ନୂଆ ବର୍ଷରେ ଲୋକଙ୍କ ଭରସା ଜିତିବା ନୂଆ ସରକାର ପାଇଁ ଯେତିକି ବଡ ଆହ୍ବାନ, ତୃଣମୂଳ ସ୍ତରେ ସଙ୍ଗଠନକୁ ମଜଭୁତ କରିବା ବିଜେପି ପାଇଁ ମଧ୍ୟ ସେତିକି ବଡ ଚ୍ୟାଲେଞ୍ଜ । ଲୋକଙ୍କ ଭରସା କେମିତି ଜିତିବେ ସରକାର? ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରରେ ସଂଗଠନକୁ କେମିତି ସଜାଡ଼ିବ ବିଜେପି? ନୂଆବର୍ଷରେ ଶାସକ ଦଳ ଆଗରେ ଏହି ଦୁଇଟି ବଡ଼ ଆହ୍ୱାନ ପାହାଡ଼ ପରି ଛିଡା ହୋଇଛି। ୨୦୦ ଦିନର ସରକାର, ଦେଇଥିବା ଏକାଧିକ ନିର୍ବାଚନୀ ପ୍ରତିଶ୍ରୁତି ଏବେ ବି ପାଳନ କରିବା ବାକି ରହିଛି। ସେପଟେ ସରକାରକୁ ଆସିଥିଲେ ବି ତୃଣମୂଳ ସ୍ତରରେ ବିରୋଧୀ ବିଜେଡି ତୁଳନାରେ ଦୁର୍ବଳ ସ୍ଥିତିରେ ରହିଛି ବିଜେପି। ତେଣୁ ନୂଆବର୍ଷରେ ନୂଆ ସଭାପତି ଉଭୟ ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷାକରିବା ବଡ଼ ଆହ୍ୱାନ ହେବ। ପ୍ରଥମେ ନଜର ପକାଇବା ସରକାରଙ୍କ ଆଗରେ କଣ ରହିଛି ଆହ୍ୱାନ। ସରକାରଙ୍କ ଆଗରେ ଆହ୍ୱାନ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହ ଆହୁରି ୬ ମନ୍ତ୍ରୀଙ୍କୁ ସାମିଲ କରିବାସରକାରକୁ ୨୦୦ଦିନ ପରେ ବି ଖାଲି ପଡ଼ିଥିବା ନିଗମ ଓ ବୋର୍ଡ ପଦବୀ ପୂରଣନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ସହ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ପାଇଁ ପଦକ୍ଷେପପୂର୍ବ ସରକା

୨୦୨୫ରେ ବିଜେପି ପାଇଁ ଚ୍ୟାଲେଞ୍ଜ: ନୂଆବର୍ଷରେ ନୂଆ ଚେହେରାକୁ ଅପେକ୍ଷା

କନକ ବ୍ୟୁରୋ: ନୂଆବର୍ଷରେ ବିଜେପି ପାଇଁ ନୂଆ ଚ୍ୟାଲେଞ୍ଜ ।  ସରକାର ଆସିବାର ୨୦୦ଦିନ ହୋଇଗଲାଣି , କିନ୍ତୁ ଏବେ ବି ଅନେକ ପ୍ରତିଶ୍ରୃତି ବାକି ରହିଛି । ତେଣୁ ନୂଆ ବର୍ଷରେ ଲୋକଙ୍କ ଭରସା ଜିତିବା ନୂଆ ସରକାର ପାଇଁ ଯେତିକି ବଡ ଆହ୍ବାନ, ତୃଣମୂଳ ସ୍ତରେ ସଙ୍ଗଠନକୁ ମଜଭୁତ କରିବା ବିଜେପି ପାଇଁ ମଧ୍ୟ ସେତିକି ବଡ ଚ୍ୟାଲେଞ୍ଜ ।

ଲୋକଙ୍କ ଭରସା କେମିତି ଜିତିବେ ସରକାର? ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରରେ ସଂଗଠନକୁ କେମିତି ସଜାଡ଼ିବ ବିଜେପି? ନୂଆବର୍ଷରେ ଶାସକ ଦଳ ଆଗରେ ଏହି ଦୁଇଟି ବଡ଼ ଆହ୍ୱାନ ପାହାଡ଼ ପରି ଛିଡା ହୋଇଛି। ୨୦୦ ଦିନର ସରକାର, ଦେଇଥିବା ଏକାଧିକ ନିର୍ବାଚନୀ ପ୍ରତିଶ୍ରୁତି ଏବେ ବି ପାଳନ କରିବା ବାକି ରହିଛି। ସେପଟେ ସରକାରକୁ ଆସିଥିଲେ ବି ତୃଣମୂଳ ସ୍ତରରେ ବିରୋଧୀ ବିଜେଡି ତୁଳନାରେ ଦୁର୍ବଳ ସ୍ଥିତିରେ ରହିଛି ବିଜେପି। ତେଣୁ ନୂଆବର୍ଷରେ ନୂଆ ସଭାପତି ଉଭୟ ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷାକରିବା ବଡ଼ ଆହ୍ୱାନ ହେବ। ପ୍ରଥମେ ନଜର ପକାଇବା ସରକାରଙ୍କ ଆଗରେ କଣ ରହିଛି ଆହ୍ୱାନ।

ସରକାରଙ୍କ ଆଗରେ ଆହ୍ୱାନ 
ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହ ଆହୁରି ୬ ମନ୍ତ୍ରୀଙ୍କୁ ସାମିଲ କରିବା
ସରକାରକୁ ୨୦୦ଦିନ ପରେ ବି ଖାଲି ପଡ଼ିଥିବା ନିଗମ ଓ ବୋର୍ଡ ପଦବୀ ପୂରଣ
ନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ 
ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ସହ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ
ପୂର୍ବ ସରକାରର ଦୁର୍ନୀତିଗ୍ରସ୍ତ ନେତା, ଅଫିସରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ
ଓଡ଼ିଆ ଅସ୍ମିତା କଥା କହି କ୍ଷମତାକୁ ଆସିଥିବାରୁ, ଏଦିଗରେ ଠୋସ୍‌ ପଦକ୍ଷେପ

ସରକାରଙ୍କ ଆଗରେ ଯେମିତି ଏକାଧିକ ଆହ୍ୱାନ ରହିଛି, ଠିକ ସେମିତି ସଂଗଠନକୁ ମଜଭୂତ କରିବା ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ। ଏଥିପାଇଁ ପ୍ରାଥମିକତା ଭିତ୍ତିରେ କେତକ ପଦକ୍ଷେପ ନେବାକୁ ସ୍ଥିର କରିଛି ଦଳ। 

ସଂଗଠନ ପାଇଁ ଆହ୍ୱାନ 
ନୂଆବର୍ଷରେ ନୂଆ ସଭାପତି ନିଯୁକ୍ତି
ନୂଆ ମୁଖିଆଙ୍କ କେମିତି ରହିବ ଆଭିମୁଖ୍ୟ?
ରାଜ୍ୟସ୍ତରରୁ ବୁଥ୍ ଯାଏଁ ସଂଗଠନର ପୁନର୍ବିନ୍ୟାସ
ଅନ୍ୟଦଳରୁ ଆସିଥିବା ନେତାଙ୍କୁ କେମିତି କରିବେ ଥଇଥାନ?
ଡବଲ ଇଞ୍ଜିନ ସରକାରଙ୍କ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା
ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରତିପକ୍ଷଙ୍କୁ ମାତ୍‌ ଦେବା

କହିବାକୁ ଗଲେ ୨୦୨୫ରେ ଦଳ ନେଉଥିବା ପଦକ୍ଷେପ, ସ୍ଥିର କରିବ ସରକାର ଓ ବିଜେପି ସଂଗଠନର ଆଗାମୀ ଭବିଷ୍ୟତ।