କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର କ୍ୟାରିୟର ଗଢିଥାଆନ୍ତି। ହେଲେ ବଲିଉଡ ଦୁନିଆରେ ଏମିତି ଜଣେ ଆଗଧାଡିର ନାୟିକା ଅଛନ୍ତି ଯେ କି ଆଇନ କ୍ଷେତ୍ରରେ ନିଜର କ୍ୟାରିୟର ଗଢିବାକୁ ଚାହୁଁଥିଲେ। ହେଲେ ତାଙ୍କ ଭାଗ୍ୟରେ ଲେଖାଥିଲା ଆଉ କିଛି। ସେ କ୍ୟାମେରା ସାମ୍ନାକୁ ଆସିଲେ ଆଉ ଏମିତି ଅଭିନୟରେ ଦର୍ଶକଙ୍କୁ ବାନ୍ଧି ଦେଲେ ଯେ ସେ […] The post କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ appeared first on Dharitri Odia News.
ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର କ୍ୟାରିୟର ଗଢିଥାଆନ୍ତି। ହେଲେ ବଲିଉଡ ଦୁନିଆରେ ଏମିତି ଜଣେ ଆଗଧାଡିର ନାୟିକା ଅଛନ୍ତି ଯେ କି ଆଇନ କ୍ଷେତ୍ରରେ ନିଜର କ୍ୟାରିୟର ଗଢିବାକୁ ଚାହୁଁଥିଲେ। ହେଲେ ତାଙ୍କ ଭାଗ୍ୟରେ ଲେଖାଥିଲା ଆଉ କିଛି। ସେ କ୍ୟାମେରା ସାମ୍ନାକୁ ଆସିଲେ ଆଉ ଏମିତି ଅଭିନୟରେ ଦର୍ଶକଙ୍କୁ ବାନ୍ଧି ଦେଲେ ଯେ ସେ ଆଉ କେବେ ପଛକୁ ଫେରି ଚାହିଁବାକୁ ଚିନ୍ତା ବି କରିପାରିଲେନି।
ଆଜି ଏହି ଅଭିନେତ୍ରୀ ବଲିଉଡ ଦୁନିଆରେ ଜରେ ମୋଷ୍ଟ ପପୁଲାର ହାଇଏଷ୍ଟ ପେଡ ଆର୍ଟିଷ୍ଟ ଭାବେ ଜଣାଶୁଣା। ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି କପୁର ଖାନଦାନର ଲାଡଲି କରିନା କପୁର ଖାନ। ହଁ ପ୍ରଥମେ ତାଙ୍କ ଭଉଣୀ କରିଷ୍ମା କପୁର ବଲିଉଡ ଦୁନିଆରେ ଏଣ୍ଟ୍ରି କରି ଦର୍ଶକଙ୍କ ମନପସନ୍ଦର ନାୟିକା ପାଲଟି ଯାଇଥିଲେ। ତା’ରେ କରିନା ବି ହେଲେ ଦର୍ଶକଙ୍କର ପସନ୍ଦର ନାୟିକା। ପ୍ରଥମେ କପୁର ବଂଶଧରର ଝିଅମାନଙ୍କୁ ଫିଲ୍ମରେ ଅଭିନୟ ପାଇଁ ଅନୁମତି ନ ଥିଲା। ହେଲେ ପରେ ଏହି ଦୁଇ ଭଉଣୀ ଏହି ଟ୍ରେଣ୍ଡକୁ ଭାଙ୍ଗି ଦେଇଥିଲେ।
କରୀନା କପୁର ଖାନଙ୍କୁ ଆଜି ବଲିଉଡର ସୁପରଷ୍ଟାର ଭାବେ ବିବେଚନା କରାଯାଏ। ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ତାଙ୍କର ଅନ୍ୟ ସ୍ବପ୍ନ ଏବଂ ଅଭିଳାଷ ଥିଲା। ବହୁତ କମ ଲୋକ ଜାଣନ୍ତି ଯେ କରିନା କପୁର ଖାନ ଏକଦା କ୍ରିମିନାଲ ଲୟର ହେବାକୁ ଚାହୁଁଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ ଯେ ଯଦିଓ ସେ ଫିଲ୍ମ ପରିବେଶରେ ବଢିଥିଲେ ଏବଂ ସବୁବେଳେ ଅଭିନେତ୍ରୀ ହେବାକୁ ଚାହୁଁଥିଲେ, ଏକ ସମୟ ଥିଲା ଯେତେବେଳେ ସେ ଓକିଲ ହେବାକୁ ମଧ୍ୟ ଭାବିଥିଲେ କିନ୍ତୁ ସେ ଏହା ମଧ୍ୟ ତାଙ୍କ ପାଇଁ ନୁହେଁ ବୋଲି ଅନୁଭବ କରିଥିଲେ।
ଏକ ପୁରୁଣା ସାକ୍ଷାତକାରରେ କରିନା କପୁର ଥରେ ପ୍ରକାଶ କରିଥିଲେ ଯେ ମୁଁ ଏକ ସରକାରୀ ଆଇନ କଲେଜରେ ଆଡମିଶନ ପାଇବାକୁ ଚେଷ୍ଟା କଲି। ମୁଁ ୫ ଦିନ ଗଲି ମୋ ପରିବାରର ଅଧିକାଂଶ ଲୋକ ଏହା ଉପରେ ମୋତେ ପରିହାସ କରିଥିଲେ ସେମାନେ କହିଥିଲେ ଯେ କପୁର ପରିବାରର ମସ୍ତିଷ୍କ ନାହିଁ। ପରେ, ଯେତେବେଳେ ମୁଁ ପୁସ୍ତକଗୁଡ଼ିକର ଆକାର ଦେଖିଲି, ମୁଁ ଭାବିଲି, ’ଏହା ମୋ ପାଇଁ ନୁହେଁ,’ ମୁଁ କ’ଣ ଭାବୁଥିଲି ଜାଣେ ନାହିଁ! କିନ୍ତୁ ମୁଁ କ୍ୟାମେରା ଆଗରେ ନହେବା କଳ୍ପନା କରିପାରିବି ନାହିଁ ।
The post କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ appeared first on Dharitri Odia News.