ରାହୁଲ ଗାନ୍ଧୀ ଜଣେ ଧୈର୍ଯ୍ୟହୀନ ବ୍ୟକ୍ତି, କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୮।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ଧୈର୍ଯ୍ୟହୀନ ବ୍ୟକ୍ତି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କହିଛନ୍ତି। ସରମା କହିଛନ୍ତି, ଆସାମର ସଂସ୍କୃତି ବିଷୟରେ ରାହୁଲ ଗାନ୍ଧୀ ବେଶୀ କିଛି ଜାଣନ୍ତି ନାହିଁ। ଆସାମ ବିଷୟରେ ଜାଣିବାକୁ ରାହୁଲ ଗାନ୍ଧୀଙ୍କ ଧୈର୍ଯ୍ୟ ନାହିଁ। ଗୋଟିଏ ରାଜ୍ୟର ସଂସ୍କୃତି, ଏହାର ପ୍ରସଙ୍ଗ ବୁଝିବା ପାଇଁ ଅନେକ ସମୟ ଅତିବାହିତ କରିବାକୁ ପଡିବ। ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ସମୟରେ ରାସ୍ତାରେ ବହୁତ […] The post ରାହୁଲ ଗାନ୍ଧୀ ଜଣେ ଧୈର୍ଯ୍ୟହୀନ ବ୍ୟକ୍ତି, କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ରାହୁଲ ଗାନ୍ଧୀ ଜଣେ ଧୈର୍ଯ୍ୟହୀନ ବ୍ୟକ୍ତି, କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୮।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ଧୈର୍ଯ୍ୟହୀନ ବ୍ୟକ୍ତି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କହିଛନ୍ତି। ସରମା କହିଛନ୍ତି, ଆସାମର ସଂସ୍କୃତି ବିଷୟରେ ରାହୁଲ ଗାନ୍ଧୀ ବେଶୀ କିଛି ଜାଣନ୍ତି ନାହିଁ। ଆସାମ ବିଷୟରେ ଜାଣିବାକୁ ରାହୁଲ ଗାନ୍ଧୀଙ୍କ ଧୈର୍ଯ୍ୟ ନାହିଁ। ଗୋଟିଏ ରାଜ୍ୟର ସଂସ୍କୃତି, ଏହାର ପ୍ରସଙ୍ଗ ବୁଝିବା ପାଇଁ ଅନେକ ସମୟ ଅତିବାହିତ କରିବାକୁ ପଡିବ।
ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ସମୟରେ ରାସ୍ତାରେ ବହୁତ ଗଣ୍ଡଗୋଳ ହୋଇଥିଲା। କଂଗ୍ରେସ ଦଳର ଅନେକ ନେତା ଏଥିରେ ରାଗିଛନ୍ତି। ଲୋକ ସଭା ନିର୍ବାଚନ ପରେ ବହୁ ସଂଖ୍ୟାରେ ଆସାମ କଂଗ୍ରେସ ନେତା ଭାଜପାରେ ଯୋଗଦେବେ ବୋଲି ସରମା ଦାବି କରିଛନ୍ତି।
ସରମା କହିଛନ୍ତି, ରାହୁଲ ଗାନ୍ଧୀ ରାଜ୍ୟର ସଂସ୍କୃତି ବିଷୟରେ ଜାଣି ନାହାଁନ୍ତି ଏବଂ ସେ ଏ ବିଷୟରେ ପଢନ୍ତି ନାହିଁ କିମ୍ବା ସହକର୍ମୀଙ୍କ ସହ ଆଲୋଚନା ମଧ୍ୟ କରନ୍ତି ନାହିଁ। ସେ କେବଳ ଆସି ତାଙ୍କ ବିବୃତ୍ତିରେ ଲୋକଙ୍କୁ ଅସୁବିଧାରେ ପକାନ୍ତି। ଯଦି ଆପଣ କୌଣସି ରାଜ୍ୟକୁ ଯାଆନ୍ତି, ତେବେ ପ୍ରଥମେ ଆମେ ସେହି ରାଜ୍ୟର ସଂସ୍କୃତି ବ୍ୟକ୍ତିତ୍ୱ ବିଷୟରେ ଜାଣିବା ଉଚିତ୍‌। କ’ଣ କହିବା ଆବଶ୍ୟକ ଏବଂ କ’ଣ ନୁହେଁ ଏବଂ କେଉଁ ପ୍ରସଙ୍ଗ ରାଜ୍ୟ ପାଇଁ ସମ୍ବେଦନଶୀଳ ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇବା ଉଚିତ୍‌।
ଭରତ ଯୋଡୋ ନ୍ୟାୟ ଯାତ୍ରା ୧୮ ରୁ ୨୫ ଜାନୁୟାରୀ ପର୍ଯ୍ୟନ୍ତ ଆସାମରେ ଥିଲା। ଏହି ସମୟ ମଧ୍ୟରେ ବହୁତ ଉତ୍ତେଜନା ଦେଖାଦେଇଥିଲା ଏବଂ ରାହୁଲ ଗାନ୍ଧୀ ହିମନ୍ତ ବିଶ୍ୱ ସର୍ମାଙ୍କୁ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ସିଏମ ବୋଲି କହିଥିଲେ। ସିଏମ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଉପରେ କାଉଣ୍ଟର ଆକ୍ରମଣ ହୋଇଥିଲା।

The post ରାହୁଲ ଗାନ୍ଧୀ ଜଣେ ଧୈର୍ଯ୍ୟହୀନ ବ୍ୟକ୍ତି, କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ appeared first on Dharitri Odia News.