ରାତି ୧୦ରେ ଉଠିବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ପୁରୁଣା ଭୁବନେଶ୍ୱର,୧୨ା୨(ସୁବାସ ଚନ୍ଦ୍ର ପ୍ରଧାନ):ଆସନ୍ତା ୨୬ତାରିଖରେ ମହାଶିବରାତ୍ରି ତଥା ଜାଗର ଯାତ୍ରା। ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକ ମଧ୍ୟରୁ ଶ୍ରୀଲିଙ୍ଗରାଜ ମନ୍ଦିର ଅନ୍ୟତମ। ଏଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାସମାରୋହରେ ଜାଗର ଯାତ୍ରା ପାଳନ କରାଯିବ। ଏହି ଜାଗର ଯାତ୍ରାକୁ ଶୃଙ୍ଖଳିତଭାବେ ପରିଚାଳନା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ବୈଠକ ଅନଷ୍ଠିତ ହୋଇଯାଇଛି। ଏଥିରେ ଏଡିଏମ୍‌ ତଥା ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତି ଅଧ୍ୟକ୍ଷତା କରିଥିଲେ। […] The post ରାତି ୧୦ରେ ଉଠିବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ appeared first on Dharitri Odia News.

ରାତି ୧୦ରେ ଉଠିବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ପୁରୁଣା ଭୁବନେଶ୍ୱର,୧୨ା୨(ସୁବାସ ଚନ୍ଦ୍ର ପ୍ରଧାନ):ଆସନ୍ତା ୨୬ତାରିଖରେ ମହାଶିବରାତ୍ରି ତଥା ଜାଗର ଯାତ୍ରା। ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକ ମଧ୍ୟରୁ ଶ୍ରୀଲିଙ୍ଗରାଜ ମନ୍ଦିର ଅନ୍ୟତମ। ଏଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାସମାରୋହରେ ଜାଗର ଯାତ୍ରା ପାଳନ କରାଯିବ। ଏହି ଜାଗର ଯାତ୍ରାକୁ ଶୃଙ୍ଖଳିତଭାବେ ପରିଚାଳନା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ବୈଠକ ଅନଷ୍ଠିତ ହୋଇଯାଇଛି। ଏଥିରେ ଏଡିଏମ୍‌ ତଥା ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଉକ୍ତ ଦିନ ରାତି ୧୦ଟାରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ସ୍ଥିରୀକୃତ ସମୟରେ ମହାଦୀପ ଉଠିବା ନେଇ ପୂଜାପଣ୍ଡା ନିଯୋଗ ସେବାୟତଙ୍କ ପକ୍ଷରୁ ସହମତି ଦିଆଯାଇ ନ ଥିଲା। ପ୍ରଥମେ ଆଡ଼କାଠ ନିକଟରୁ ଟେବୁଲ ଏବଂ ଥାଳି ଉଠାଯାଉ ବୋଲି ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଥିଲେ। ବୈଠକରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ନିଆଯାଇଛି।
୫୦ବର୍ଷ ଧରି ମନ୍ଦିର କାର୍ଯ୍ୟାଳୟରେ ଠାକୁରଙ୍କ ନୀତିକାନ୍ତି ପାଇଁ କୋହିନୂର ପାଞ୍ଜି ଚାଲିଥିବା ବେଳେ ଚଳିତ ବର୍ଷ ଅସଲି ଖଡିରତ୍ନ ପଞ୍ଜିକା ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି। ଗତ ମକର ସଂକ୍ରାନ୍ତିରେ ଠାକୁରଙ୍କ ନୀତି ବିଭ୍ରାଟ ସମ୍ବନ୍ଧରେ ମଧ୍ୟ ଆଲୋଚନା ହୋଇଥିଲା। ବୁଧବାର ସର୍କିଟ ହାଉସଠାରେ ଶିବରାତ୍ରିର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

The post ରାତି ୧୦ରେ ଉଠିବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ appeared first on Dharitri Odia News.