ଅସୁସ୍ଥ ଉପେନ୍ଦ୍ରଙ୍କ ପରିବାର ପାଇଁ ଜୟଦୁର୍ଗା ଫାଉଣ୍ଡେସନର  ସହାୟତା।

ହାଟଡିହି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ପନ୍ଦାଡ଼ୋ ଗ୍ରାମର ଉପେନ୍ଦ୍ର ସେଠୀଙ୍କୁ ସହାୟତାର ହାତ ବଢ଼ାଇଛି ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟା ଉପେନ୍ଦ୍ର ତାମିଲନାଡୁର ଏକ ଘରୋଇ କମ୍ପାନିରେ କାମ କରୁଥିବା ବେଳେ ଅସୁସ୍ଥ ହୋଇଥିଲେ | ପରିବାର ଲୋକେ ଧାରକରଜ କରି ତାଙ୍କର ଚିକିତ୍ସା କରାଇଥିଲେ ମଧ୍ୟ ସେ ସମ୍ପୂର୍ଣ ସୁସ୍ଥ ହୋଇନାହାନ୍ତି। ତିନିଝିଅଙ୍କ ପାଠପଢ଼ା ଓ ପରିବାର ପ୍ରତିପୋଷଣରେ ସମସ୍ୟା ହେଉଛି। ଖବର ପାଇ ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ବରୀ ସାଗରିକା ଜେନା, ସଭାପତି ଅବିନାଶ ତ୍ରିପାଠୀ, […] The post ଅସୁସ୍ଥ ଉପେନ୍ଦ୍ରଙ୍କ ପରିବାର ପାଇଁ ଜୟଦୁର୍ଗା ଫାଉଣ୍ଡେସନର  ସହାୟତା। appeared first on Odisha.News.

ଅସୁସ୍ଥ ଉପେନ୍ଦ୍ରଙ୍କ ପରିବାର ପାଇଁ ଜୟଦୁର୍ଗା ଫାଉଣ୍ଡେସନର  ସହାୟତା।

ହାଟଡିହି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ପନ୍ଦାଡ଼ୋ ଗ୍ରାମର ଉପେନ୍ଦ୍ର ସେଠୀଙ୍କୁ ସହାୟତାର ହାତ ବଢ଼ାଇଛି ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟା ଉପେନ୍ଦ୍ର ତାମିଲନାଡୁର ଏକ ଘରୋଇ କମ୍ପାନିରେ କାମ କରୁଥିବା ବେଳେ ଅସୁସ୍ଥ ହୋଇଥିଲେ | ପରିବାର ଲୋକେ ଧାରକରଜ କରି ତାଙ୍କର ଚିକିତ୍ସା କରାଇଥିଲେ ମଧ୍ୟ ସେ ସମ୍ପୂର୍ଣ ସୁସ୍ଥ ହୋଇନାହାନ୍ତି। ତିନିଝିଅଙ୍କ ପାଠପଢ଼ା ଓ ପରିବାର ପ୍ରତିପୋଷଣରେ ସମସ୍ୟା ହେଉଛି। ଖବର ପାଇ ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ବରୀ ସାଗରିକା ଜେନା, ସଭାପତି ଅବିନାଶ ତ୍ରିପାଠୀ, କୋଷାଧ୍ୟକ୍ଷ ଶକ୍ତିକାନ୍ତ ରାଉତ, ସମ୍ପାଦକ ଦିବ୍ୟରଞ୍ଜନ ରାଉତ, ରାକେଶ ଜେନା, ବିଶ୍ବନାଥ ଜେନା, ରୁଦ୍ରପ୍ରତାପ ଜେନା ଉପେନ୍ଦ୍ରଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେହିପରି ସୋସୋ ପଞ୍ଚାୟତ ବେରୁଣପଦି ଗ୍ରାମର ମଣିଚରଣ ଜେନା ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ |ଖବର ପାଇ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର କର୍ମକର୍ତ୍ତାମାନେ ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ଗରିବ ପରିବାରକୁ ଶୁଦ୍ଧିକ୍ରିୟା ପାଇଁ ରାସନ ସାମଗ୍ରୀ ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

The post ଅସୁସ୍ଥ ଉପେନ୍ଦ୍ରଙ୍କ ପରିବାର ପାଇଁ ଜୟଦୁର୍ଗା ଫାଉଣ୍ଡେସନର  ସହାୟତା। appeared first on Odisha.News.