ବିଜେଡିକୁ ଶକ୍ତ ଝଟ୍କା: ଦଳ ଛାଡିଲେ ରାଜ୍ୟ ସମ୍ପାଦକ
ଭୁବନେଶ୍ୱର,୧୫।୪: ଆଗାମୀ ନିର୍ବାଚନକୁ ରାଜନୀତି ସରଗରମ ହେବା ସହିତ ନେତାଙ୍କ ଦଳ ବଦଳ ଜାରି ରହିଛି। କିଏ ଦଳ ଛାଡୁଛି ତ କିଏ ନୂଆ ଦଳରେ ସାମିଲ ହେଉଛି। ସେହିପରି ସୋମବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ। ସେ ଦଳର ରାଜ୍ୟ ସମ୍ପାଦକ ସହିତ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳର ସଭାପତି ଥିଲେ। ଚିତ୍ତରଞ୍ଜନ ନିଜ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଟିକେଟ୍ ନ […] The post ବିଜେଡିକୁ ଶକ୍ତ ଝଟ୍କା: ଦଳ ଛାଡିଲେ ରାଜ୍ୟ ସମ୍ପାଦକ appeared first on Dharitri Odia News.
ଭୁବନେଶ୍ୱର,୧୫।୪: ଆଗାମୀ ନିର୍ବାଚନକୁ ରାଜନୀତି ସରଗରମ ହେବା ସହିତ ନେତାଙ୍କ ଦଳ ବଦଳ ଜାରି ରହିଛି। କିଏ ଦଳ ଛାଡୁଛି ତ କିଏ ନୂଆ ଦଳରେ ସାମିଲ ହେଉଛି। ସେହିପରି ସୋମବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ। ସେ ଦଳର ରାଜ୍ୟ ସମ୍ପାଦକ ସହିତ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳର ସଭାପତି ଥିଲେ। ଚିତ୍ତରଞ୍ଜନ ନିଜ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଟିକେଟ୍ ନ ମିଳିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। ସେ ନର୍ଲା ବିଧାନସଭା ଆସନରୁ ଲଡିବାକୁ ଚାହୁଁଥିଲେ। କିନ୍ତୁ ଦଳ ତାଙ୍କୁ ଟିକେଟ୍ ନ ଦେଇ ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା।
୨୦୧୯ରେ ସେ କଂଗ୍ରେସ ଟିକେଟରେ ନର୍ଲା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ପରାସ୍ତ ହୋଇଥିଲେ। ପରେ ସେ ବିଜେଡି ଯୋଗ ଦେଇଥିଲେ।
The post ବିଜେଡିକୁ ଶକ୍ତ ଝଟ୍କା: ଦଳ ଛାଡିଲେ ରାଜ୍ୟ ସମ୍ପାଦକ appeared first on Dharitri Odia News.