ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ: ଏପରି କାର୍ଯ୍ୟାନୁଷ୍ଠାନ ନେବୁ, ପଶ୍ଚାତାପ କରିବେ ପ୍ରଦର୍ଶନକାରୀ
ଲଣ୍ଡନ,୫।୮: ବ୍ରିଟେନରେ ପ୍ରବାସୀ ନାଗରିକଙ୍କ ବିରୋଧରେ ହିଂସାତ୍ମକ ସଂଘର୍ଷ ବନ୍ଦ ହେଉନାହିଁ। ୧୫୦ରୁ ଅଧିକ ଲୋକଙ୍କୁ ପୋଲିସ ଗିରଫ କରିଛି। କ୍ରମାଗତ ହିଂସା ସମ୍ପର୍କରେ ବ୍ରିଟେନର ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର କହିଛନ୍ତି, ଏହି ଦଙ୍ଗାରେ ଯୋଗ ଦେଉଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ବ୍ରିଟେନରେ ପ୍ରବାସୀ ବିରୋଧୀ କଠୋର ଜାତୀୟତାବାଦୀ ସଂଗଠନଗୁଡ଼ିକ ପକ୍ଷରୁ ହିଂସାତ୍ମକ ସଂଘର୍ଷ ଓ ଅଶାନ୍ତି ଲାଗିରହିଥିବାବେଳେ ପୋଲିସ୍ ଶତାଧିକ ଲୋକଙ୍କୁ ଗିରଫ କଲାଣି। ହିଂସାକାଣ୍ଡ ଘଟାଉଥିବା ଉଗ୍ରବାଦୀମାନଙ୍କ ବିରୋଧରେ କଠୋର […] The post ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ: ଏପରି କାର୍ଯ୍ୟାନୁଷ୍ଠାନ ନେବୁ, ପଶ୍ଚାତାପ କରିବେ ପ୍ରଦର୍ଶନକାରୀ appeared first on Dharitri Odia News.
ଲଣ୍ଡନ,୫।୮: ବ୍ରିଟେନରେ ପ୍ରବାସୀ ନାଗରିକଙ୍କ ବିରୋଧରେ ହିଂସାତ୍ମକ ସଂଘର୍ଷ ବନ୍ଦ ହେଉନାହିଁ। ୧୫୦ରୁ ଅଧିକ ଲୋକଙ୍କୁ ପୋଲିସ ଗିରଫ କରିଛି। କ୍ରମାଗତ ହିଂସା ସମ୍ପର୍କରେ ବ୍ରିଟେନର ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର କହିଛନ୍ତି, ଏହି ଦଙ୍ଗାରେ ଯୋଗ ଦେଉଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।
ବ୍ରିଟେନରେ ପ୍ରବାସୀ ବିରୋଧୀ କଠୋର ଜାତୀୟତାବାଦୀ ସଂଗଠନଗୁଡ଼ିକ ପକ୍ଷରୁ ହିଂସାତ୍ମକ ସଂଘର୍ଷ ଓ ଅଶାନ୍ତି ଲାଗିରହିଥିବାବେଳେ ପୋଲିସ୍ ଶତାଧିକ ଲୋକଙ୍କୁ ଗିରଫ କଲାଣି। ହିଂସାକାଣ୍ଡ ଘଟାଉଥିବା ଉଗ୍ରବାଦୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆଶ୍ରୟ ନେଇଥିବା ଏକ ହୋଟେଲରେ ବିକ୍ଷୋଭକାରୀ ଭଙ୍ଗାରୁଜା କରିବା ସହ କେତେକ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି। ଲିଭରପୁଲ୍, ହୁଲ୍, ବ୍ରିଷ୍ଟଲ, ଲିଡ୍ସ, ବ୍ଲାକପୁଲ୍, ଷ୍ଟୋକ୍-ଅନ୍-ଟ୍ରେଣ୍ଟ, ବେଲ୍ପାଷ୍ଟ, ନଟ୍ଟିଙ୍ଗ୍ହାମ ଏବଂ ମଞ୍ଚେଷ୍ଟରରେ ଶନିବାର ପୋଲିସ ଏବଂ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଭଳି ଆପରାଧିକ ବିଶୃଙ୍ଖଳା ଓ ହିଂସା ପାଇଁ ବିକ୍ଷୋଭକାରୀଙ୍କୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ବ୍ରିଟେନ୍ ଗୃହ ସଚିବ ୟବେଟେ କୁପର ଚେତାବନୀ ଦେଇଛନ୍ତି। ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ପ୍ରତି ସରକାରଙ୍କ ପୂର୍ଣ୍ଣ ସମର୍ଥନ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଶନିବାର ମନ୍ତ୍ରୀମାନଙ୍କ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଅଭିବ୍ୟକ୍ତି ସ୍ବାଧୀନତା ଅଧିକାର ଏବଂ ହିଂସାତ୍ମକ ବିଶୃଙ୍ଖଳା ଦୁଇଟି ଭିନ୍ନ ଜିନିଷ। ଯେକୌଣସି ପ୍ରକାର ହିଂସାକୁ କଦାପି କ୍ଷମା ଦିଆଯିବ ନାହିଁ ବୋଲି ଷ୍ଟାର୍ମର କହିଛନ୍ତି। ହିଂସାକାଣ୍ଡ ଯୋଗୁ ବ୍ରିଟିଶ ମୁସଲମାନମାନେ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ସେମାନେ ସ୍ଥାନୀୟ ମସ୍ଜିଦକୁ ଯିବା ପାଇଁ ଡରୁଛନ୍ତି। ବିଶେଷ କରି ଅଣଶ୍ୱେତାଙ୍ଗମାନେ ଭୟରେ ରହୁଛନ୍ତି। ହିଂସାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରିଟେନ୍ ପୋଲିସିଂ ମନ୍ତ୍ରୀ ଡିଆନା ଜନ୍ସନ୍ ଗଣମାଧ୍ୟମକୁ କହିଛନ୍ତି।
The post ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ: ଏପରି କାର୍ଯ୍ୟାନୁଷ୍ଠାନ ନେବୁ, ପଶ୍ଚାତାପ କରିବେ ପ୍ରଦର୍ଶନକାରୀ appeared first on Dharitri Odia News.