୨୦୫୦ ସୁଦ୍ଧା ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ
ନୂଆଦିଲ୍ଲୀ, ୨୨ା୭:ଭାରତରେ ବରିଷ୍ଠ ନାଗରିକଙ୍କ ଜନସଂଖ୍ୟା ୨୦୫୦ ସୁଦ୍ଧା ଦ୍ୱିଗୁଣିତ ହେବ। ତେଣୁ ଦେଶରେ ବରିଷ୍ଠ ନାଗରିକଙ୍କ ସହ ସମ୍ବନ୍ଧିତ ଥିବା ଯୋଜନାଗୁଡ଼ିକରେ ଅଧିକ ନିବେଶ ଆବଶ୍ୟକ ବୋଲି ୟୁନାଇଟେଡ୍ ନେଶନ୍ ପପୁଲେଶନ୍ ଫଣ୍ଡ(ୟୁଏନ୍ଏଫ୍ପିଏ)ର ଭାରତ ମୁଖ୍ୟ ଆଣ୍ଡ୍ରିୟା ଓ୍ବଜ୍ନାର କହିଛନ୍ତି। ୨୦୫୦ ସୁଦ୍ଧା ଭାରତରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଜନସଂଖ୍ୟା ବଢ଼ି ୩୪.୬ କୋଟିରେ ପହଞ୍ଚିବ, ଯାହା ବର୍ତ୍ତମାନ ରହିଥିବା ବରିଷ୍ଠ ନାଗରିକ ଜନସଂଖ୍ୟାର ଦ୍ୱିଗୁଣିତ ହୋଇଥିବା ଓ୍ବଜ୍ନାର କହିଛନ୍ତି। ତେଣୁ ଆଗାମୀ ଦିନରେ […] The post ୨୦୫୦ ସୁଦ୍ଧା ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ appeared first on Dharitri Odia News.
ନୂଆଦିଲ୍ଲୀ, ୨୨ା୭:ଭାରତରେ ବରିଷ୍ଠ ନାଗରିକଙ୍କ ଜନସଂଖ୍ୟା ୨୦୫୦ ସୁଦ୍ଧା ଦ୍ୱିଗୁଣିତ ହେବ। ତେଣୁ ଦେଶରେ ବରିଷ୍ଠ ନାଗରିକଙ୍କ ସହ ସମ୍ବନ୍ଧିତ ଥିବା ଯୋଜନାଗୁଡ଼ିକରେ ଅଧିକ ନିବେଶ ଆବଶ୍ୟକ ବୋଲି ୟୁନାଇଟେଡ୍ ନେଶନ୍ ପପୁଲେଶନ୍ ଫଣ୍ଡ(ୟୁଏନ୍ଏଫ୍ପିଏ)ର ଭାରତ ମୁଖ୍ୟ ଆଣ୍ଡ୍ରିୟା ଓ୍ବଜ୍ନାର କହିଛନ୍ତି। ୨୦୫୦ ସୁଦ୍ଧା ଭାରତରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଜନସଂଖ୍ୟା ବଢ଼ି ୩୪.୬ କୋଟିରେ ପହଞ୍ଚିବ, ଯାହା ବର୍ତ୍ତମାନ ରହିଥିବା ବରିଷ୍ଠ ନାଗରିକ ଜନସଂଖ୍ୟାର ଦ୍ୱିଗୁଣିତ ହୋଇଥିବା ଓ୍ବଜ୍ନାର କହିଛନ୍ତି। ତେଣୁ ଆଗାମୀ ଦିନରେ ସ୍ବାସ୍ଥ୍ୟସେବା, ବାସଗୃହ, ପେନ୍ସନ ପରି ବରିଷ୍ଠ ନାଗରିକଙ୍କ ସହ ସମ୍ବନ୍ଧିତ ଥିବା ବିଭିନ୍ନ ଯୋଜନାରେ ଅଧିକ ନିବେଶର ଆବଶ୍ୟକତା ରହିଛି। ଏହାଦ୍ୱାରା ଏକାକୀ ରହୁଥିବା ବୟସ୍କା ମହିଳାମାନେ ଉପକୃତ ହେବେ। ଅନ୍ୟପକ୍ଷରେ ସମ୍ପ୍ରତି ଭାରତର ଜନସଂଖ୍ୟାର ଏକ ବଡ଼ ଅଂଶ ଯୁବକମାନଙ୍କର ହୋଇଥିବା ଓ୍ବଜ୍ନାର କହିଛନ୍ତି। ୧୦ରୁ ୧୯ ବର୍ଷ ମଧ୍ୟରେ ୨୫.୨ କୋଟି ଲୋକ ବସବାସ କରୁଥିବାରୁ ସେମାନଙ୍କ ପାଇଁ ସ୍ବାସ୍ଥ୍ୟ, ଶିକ୍ଷା, ନିଯୁକ୍ତି ସୃଷ୍ଟି ଆଦି କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗର ଆବଶ୍ୟକତା ରହିଛି ବୋଲି ‘ୟୁଏନ୍ଏଫ୍ପିଏ’ର ଭାରତ ମୁଖ୍ୟ କହିଛନ୍ତି। ସେହିପରି ୨୦୫୦ ବେଳକୁ ଭାରତରେ ସମୁଦାୟ ଜନସଂଖ୍ୟାର ୫୦% ଲୋକ ସହରରେ ବସବାସ କରୁଥିବେ ବୋଲି ଓ୍ବଜ୍ନାର କହିଛନ୍ତି। ତେଣୁ ବସ୍ତି ଜନସଂଖ୍ୟା ବୃଦ୍ଧି, ବାୟୁ ପ୍ରଦୂଷଣ, ପରିବେଶ ଉପରେ ବିଭିନ୍ନ କୁପ୍ରଭାବ ଆଦି ପ୍ରସଙ୍ଗକୁ ନିୟନ୍ତ୍ରିତ କରିବାର ଆବଶ୍ୟକତା ରହିଛି।
The post ୨୦୫୦ ସୁଦ୍ଧା ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ appeared first on Dharitri Odia News.