ରାସନ କାର୍ଡ: କିଏ କଟିବେ କିଏ ପାଇବେ, ମନ୍ତ୍ରୀ ଦେଲେ ବଡ଼ ସୂଚନା
ଭୁବନେଶ୍ୱର,୧୨।୭: ରାଜ୍ୟରେ ଅଛନ୍ତି ଲକ୍ଷ ଲକ୍ଷ ଜାଲ୍ ରାସନ କାର୍ଡ ହାତାଧିକାରୀ। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ଜାଲ୍ ହିତାଧିକାରୀ ଚିହ୍ନଟ ହୋଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି ମାସ ଶେଷ ସୁଦ୍ଧା ଜାଲ୍ ହିତାଧିକାରୀଙ୍କ ଚିହ୍ନଟ ଶେଷ ହେବ। ଚିହ୍ନଟ ପରେ କିଏ କଟିବେ କିଏ ରହିବେ ତାହା ସ୍ପଷ୍ଟ ହୋଇଯିବ। ଜାଲ୍ ରାସନ କାର୍ଡ ଚିହ୍ନଟ ପାଇଁ ବିଭାଗୀୟ ଅଧିକାରୀଙ୍କୁ […] The post ରାସନ କାର୍ଡ: କିଏ କଟିବେ କିଏ ପାଇବେ, ମନ୍ତ୍ରୀ ଦେଲେ ବଡ଼ ସୂଚନା appeared first on Dharitri Odia News.
ଭୁବନେଶ୍ୱର,୧୨।୭: ରାଜ୍ୟରେ ଅଛନ୍ତି ଲକ୍ଷ ଲକ୍ଷ ଜାଲ୍ ରାସନ କାର୍ଡ ହାତାଧିକାରୀ। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ଜାଲ୍ ହିତାଧିକାରୀ ଚିହ୍ନଟ ହୋଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି ମାସ ଶେଷ ସୁଦ୍ଧା ଜାଲ୍ ହିତାଧିକାରୀଙ୍କ ଚିହ୍ନଟ ଶେଷ ହେବ। ଚିହ୍ନଟ ପରେ କିଏ କଟିବେ କିଏ ରହିବେ ତାହା ସ୍ପଷ୍ଟ ହୋଇଯିବ। ଜାଲ୍ ରାସନ କାର୍ଡ ଚିହ୍ନଟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ୧୦୦ ଦିନ ଭିତରେ ନୂଆ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବ।
ଅନ୍ୟପଟେ, ରାଜ୍ୟରେ ଭାଜପା ସରକାରକୁ ମାସେ ପୂରିଛି।ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିଛି। ତେବେ ରାଜ୍ୟରେ ଭାଜପା ସରକାର ଆକ୍ସନ ମୋଡରେ ଅଛନ୍ତି। ଏଥିସହ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଦିଗରେ ସରକାର ଲାଗିପଡିଛନ୍ତି।
The post ରାସନ କାର୍ଡ: କିଏ କଟିବେ କିଏ ପାଇବେ, ମନ୍ତ୍ରୀ ଦେଲେ ବଡ଼ ସୂଚନା appeared first on Dharitri Odia News.