କମିଶନରେଟ ଅଫିସ ଘେରାଉ କଲା କଂଗ୍ରେସ

ଭୁବନେଶ୍ୱର : ପୋଲିସ କମିଶନରଙ୍କ ଅଫିସ ଘେରିଲା କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ପୋଷ୍ଟରରେ ବିଜେପି କର୍ମୀଙ୍କ ଗୋବର ମାଡ ଘଟଣାର ପ୍ରତିବାଦ କରି ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନେ କମିଶନରେଟ ପୁଲିସ ଅଫିସ ଘେରାଉ କରିଛନ୍ତି । ଗୋବର ମାଡ କରିଥିବା ବିଜେପି କର୍ମୀଙ୍କ ଗିରଫ ଦାବିରେ ଛାତ୍ର କଂଗ୍ରେସ ପ୍ରତିବାଦ ଜଣାଇଛି । ସୂଚନାନୁସାରେ, କଂଗ୍ରେସ ଭବନ ଆଗରେ ଲାଗିଥିବା ରାହୁଲ ଗାନ୍ଧୀଙ୍କ ପୋଷ୍ଟରରେ ଗୋବର ମାଡ଼ କରିଥିଲେ ବିଜେପି କର୍ମୀ । […]

କମିଶନରେଟ ଅଫିସ ଘେରାଉ କଲା କଂଗ୍ରେସ
କମିଶନରେଟ ଅଫିସ ଘେରାଉ କଲା କଂଗ୍ରେସ

ଭୁବନେଶ୍ୱର : ପୋଲିସ କମିଶନରଙ୍କ ଅଫିସ ଘେରିଲା କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ପୋଷ୍ଟରରେ ବିଜେପି କର୍ମୀଙ୍କ ଗୋବର ମାଡ ଘଟଣାର ପ୍ରତିବାଦ କରି ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନେ କମିଶନରେଟ ପୁଲିସ ଅଫିସ ଘେରାଉ କରିଛନ୍ତି । ଗୋବର ମାଡ କରିଥିବା ବିଜେପି କର୍ମୀଙ୍କ ଗିରଫ ଦାବିରେ ଛାତ୍ର କଂଗ୍ରେସ ପ୍ରତିବାଦ ଜଣାଇଛି ।

ସୂଚନାନୁସାରେ, କଂଗ୍ରେସ ଭବନ ଆଗରେ ଲାଗିଥିବା ରାହୁଲ ଗାନ୍ଧୀଙ୍କ ପୋଷ୍ଟରରେ ଗୋବର ମାଡ଼ କରିଥିଲେ ବିଜେପି କର୍ମୀ । ଏହି ସମୟରେ କଂଗ୍ରେସ ଯୁବମୋର୍ଚ୍ଚା ଓ ବିଜେପି କର୍ମୀ ମୁହାଁମୁହିଁ ହେବI ସହିତ ଉଭୟ ପକ୍ଷରୁ ଟେକା ପଥର ମାଡ ହୋଇଥିଲା । ଫଳରେ ଉଭୟ ପକ୍ଷରୁ ଏକାଧିକ ଲୋକ ଆହତ ହୋଇଥିଲେ । ତେବେ ଏନେଇ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲା । ଏବେ ସୁଦ୍ଧା ଏହି ମାମଲାରେ ପୋଲିସ କାହା ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ପ୍ରତିବାଦରେ ଶତାଧିକ କଂଗ୍ରେସ କର୍ମୀ ପୋଲିସ କମିଶନର କାର୍ୟ୍ୟାଳୟ ଘେରାଉ କରିଛନ୍ତି ।