କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ ! ମଦ ପିଇ ଗାଡ଼ି ଚଳାଇଲେ ଫାଇନ୍ ନୁହେଁ ସିଧା ଗିରଫ
କଟକ ରୋଡ୍ରୁ ଧରାପଡ଼ିଥିବା ୪ ମଦ୍ୟପଙ୍କୁ କୋର୍ଟ ଚାଲାଣ ।
ମଦ ପିଇ ଗାଡି ଚଳାଇଲେ ଫାଇନ ନୁହେଁ, ବରଂ ଏଥର ଗିରଫ ହେବେ ଡ୍ରାଇଭର । କୋର୍ଟ ଦେବ ଜାମିନ। ଏଣିକି ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରାଯିବ। ଲକ୍ଷ୍ମୀସାଗର ଥାନା ପକ୍ଷରୁ ସ୍ପେଶାଲ ଡ୍ରଙ୍କ୍ ଏଣ୍ଡ୍ ଡ୍ରାଇଭ୍ ଅଭିଯାନ ବେଳେ ଗତକାଲି ବିଳମ୍ବିତ ରାତିରେ କଟକ ରୋଡ଼ ନିକଟରୁ କାର ସହ ଚାରି ଜଣଙ୍କୁ କାବୁ କରିଥିଲା ପୋଲିସ ।
ଅତ୍ୟଧିକ ମଦ୍ୟପାନ କରିବା ସହ ସେମାନେ ପୋଲିସକୁ ଗାଳି ଗୁଳଜ କରୁଥିଲେ। ଆଜି ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ୪ ଟି କାର ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବନମାଳୀପୁର ଅଂଚଳର ମଦନ ମୋହନ ସାହୁ, ଭିମଟାଙ୍ଗି ଅଂଚଳର ଅମିତ୍ କୁମାର ମହାନ୍ତି, ପଶ୍ଚିମବଙ୍ଗର ତାପସ ପାରମାଣିକ ଓ କଟକ ମାଲଗୋଦାମ ଅଂଚଳର ଶିବମ ଗୁପ୍ତ।