କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ହୋଟେଲରେ ଯାଞ୍ଚ, 'ସରାଇ ଆପ୍'ରେ ପଞ୍ଜୀକୃତ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର ୧୩।୦୮ : କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ହୋଟେଲରେ ଯାଞ୍ଚ । ଆଗାମୀ ସ୍ୱାଧିନତା ଦିବସକୁ ଆଖି ଆଗରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ସେପ୍ ସିଟି ଡ୍ରାଇଭ ଅଧିନରେ କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ଶହିଦନଗର ଥାନା, ଲକ୍ଷ୍ମୀସାଗର ଥାନା ଆଦି ଅଞ୍ଚଳରେ ଥିବା ସମସ୍ତ ହୋଟେଲ ଗୁଡିକରେ ଯାଞ୍ଚ କରାଯାଇଛି । ଏହି ଯାଞ୍ଚ ସମୟରେ ହୋଟେଲ୍ ମାଲିକଙ୍କୁ ସରାଇ ଆପ୍ ବ୍ୟବହାର କରିବା ସହ ଉକ୍ତ ଆପ ଜରିଆରେ ହୋଟେଲରେ ରହୁଥିବା ବ୍ୟକ୍ତିଙ୍କ ଡାଟା ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ଆପ୍କୁ ସେମାନେ ଡାଉନ୍ଲୋଡ କରିବା ସହ ଗ୍ରାହକଙ୍କ ସମସ୍ତ ବିବରଣୀ ପଞ୍ଚିକୃତ କରିବା ଲାଗି ମଧ୍ୟ କୁହାଯାଇଛି । ଏହାସହ କେଉଁ ହୋଟେଲରେ କେତେ ଗ୍ରାହକ ଅଛନ୍ତି, କାହାର ଅପରାଧିକ ସମ୍ପର୍କ କାହା ସହ ଅଛିକି ନାହିଁ ଏହିସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଥିଲା । ଭୁବନେଶ୍ବର ସହର ମଧ୍ୟରେ ଅପରାଧିକ କାର୍ଯକ୍ରମକୁ ନିୟନ୍ତ୍ରଣ କରିବା ସହ ହୋଟେଲରେ ଗ୍ରାହକ ମାନଙ୍କ ଦ୍ବାରା ଦିଆଯାଇଥିବା ପରିଚୟ ତଥା ଠିକଣା ସଠିକ ଅଛି କି ନାହିଁ ତାହା ଯାଞ୍ଚ କରାଯାଇଥିଲା । ଏ କ୍ଷେତ୍ରରେ ବ୍ୟତିକ୍ରମ ହେଲେ ହୋଟେଲ ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ମଧ୍ୟ ସୂଚିତ କରାଯାଇଥିଲା ।
ଭୁବନେଶ୍ୱର ୧୩।୦୮ : କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ହୋଟେଲରେ ଯାଞ୍ଚ । ଆଗାମୀ ସ୍ୱାଧିନତା ଦିବସକୁ ଆଖି ଆଗରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ସେପ୍ ସିଟି ଡ୍ରାଇଭ ଅଧିନରେ କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ଶହିଦନଗର ଥାନା, ଲକ୍ଷ୍ମୀସାଗର ଥାନା ଆଦି ଅଞ୍ଚଳରେ ଥିବା ସମସ୍ତ ହୋଟେଲ ଗୁଡିକରେ ଯାଞ୍ଚ କରାଯାଇଛି ।
ଏହି ଯାଞ୍ଚ ସମୟରେ ହୋଟେଲ୍ ମାଲିକଙ୍କୁ ସରାଇ ଆପ୍ ବ୍ୟବହାର କରିବା ସହ ଉକ୍ତ ଆପ ଜରିଆରେ ହୋଟେଲରେ ରହୁଥିବା ବ୍ୟକ୍ତିଙ୍କ ଡାଟା ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ଆପ୍କୁ ସେମାନେ ଡାଉନ୍ଲୋଡ କରିବା ସହ ଗ୍ରାହକଙ୍କ ସମସ୍ତ ବିବରଣୀ ପଞ୍ଚିକୃତ କରିବା ଲାଗି ମଧ୍ୟ କୁହାଯାଇଛି । ଏହାସହ କେଉଁ ହୋଟେଲରେ କେତେ ଗ୍ରାହକ ଅଛନ୍ତି, କାହାର ଅପରାଧିକ ସମ୍ପର୍କ କାହା ସହ ଅଛିକି ନାହିଁ ଏହିସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଥିଲା । ଭୁବନେଶ୍ବର ସହର ମଧ୍ୟରେ ଅପରାଧିକ କାର୍ଯକ୍ରମକୁ ନିୟନ୍ତ୍ରଣ କରିବା ସହ ହୋଟେଲରେ ଗ୍ରାହକ ମାନଙ୍କ ଦ୍ବାରା ଦିଆଯାଇଥିବା ପରିଚୟ ତଥା ଠିକଣା ସଠିକ ଅଛି କି ନାହିଁ ତାହା ଯାଞ୍ଚ କରାଯାଇଥିଲା । ଏ କ୍ଷେତ୍ରରେ ବ୍ୟତିକ୍ରମ ହେଲେ ହୋଟେଲ ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ମଧ୍ୟ ସୂଚିତ କରାଯାଇଥିଲା ।